ସହରର ଜୀବନରେଖା

ଅଲେଖ ଚନ୍ଦ୍ର ମିଶ୍ର

 

ବସ୍ତି କଥା ମନକୁ ଆସିଲେ ଆଖିଆଗରେ ଭାସିଉଠେ ରେଳଲାଇନର ଉଭୟପାର୍ଶ୍ୱରେ ନାଳନର୍ଦ୍ଦମା ନିକଟରେ, ସରକାରୀ ଅନାବାଦୀ ଜମିରେ,ସହର ତଳିଅଳିଆ ଆବର୍ଜନା ଜମା ହେଉଥିବା ଜାଗା ପାଖରେ ଗଢ଼ି ଉଠିଥିବା ଅସ୍ବାସ୍ଥ୍ୟକର ଝୁମ୍ପୁଡ଼ି ଗହଳି। ନା ପାଣି, ନା ଆଲୁଅ, ନା ପରିମଳ। ମୌଳିକ ଆବଶ୍ୟକତାରୁ ବଞ୍ଚିତ ଲକ୍ଷ ଲକ୍ଷ ଲୋକଙ୍କର ଏହାହିଁ ଆଶ୍ରୟସ୍ଥଳୀ ଯାହାକୁ ସେମାନେ ଆଦରିନେଇଥାନ୍ତି ପରିସ୍ଥିତିର ତାଡ଼ନାରେ। ଏମାନେ ସମସ୍ତେ ଗାଁଗଣ୍ତାର ମୂଳବାସିନ୍ଦା। ବିଭିନ୍ନ କାରଣରୁ ଗାଁ ଛାଡ଼ିଦେଇ ସେମାନେ ସହରକୁ ଚାଲିଆସନ୍ତି। ରୋଜଗାର ଆଶା, ଅଧିକ ସୁବିଧା ସୁଯୋଗ ପାଇବା, ପିଲାଙ୍କ ପାଇଁ ଉନ୍ନତ ଶିକ୍ଷା, ସାମାଜିକ ଅସହଯୋଗ, ପ୍ରାକୃତିକ ଦୁର୍ବିପାକ, ସାହିପଡ଼ିଶାଙ୍କର ଅନୁସରଣ ଏହିଭଳି ଅନେକ କାରଣ ଏଥିପାଇଁ ଦାୟୀ। ବେଳେବେଳେ ରାଜନୈତିକ ନେତାମାନଙ୍କ ଦ୍ୱାରା ସହରରେ ମାଗଣା ଜମି ଓ ଚାକିରି ମିଳିବା ପ୍ରଲୋଭନ ଏଥିପାଇଁ ଉତ୍ସାହ ଯୋଗାଏ। ସହରରେ ଜାଗା କିଣିବା ଓ ଘର ତିଆରିକରିବା ଏମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଯେଉଁଠି ମାଗଣାରେ ଘର କରିହେବ ସେହିି ସ୍ଥାନରେ ପ୍ରଥମେ ତଲେଇ, ତା’ ପରେ ପ୍ଲାଷ୍ଟିକଜରି, ତା’ ପରେ ଚାଳ, ଆଜ୍‌ବେଷ୍ଟସ ଏହିପରି ଅସ୍ଥାୟୀ ବାସଗୃହ ତିଆରିକରି ବର୍ଷ ବର୍ଷ ଧରି ରହିବା ପରେ ସ୍ଥାୟୀ ବାସିନ୍ଦା ହୋଇଯାଆନ୍ତି। ଭୋଟବ୍ୟାଙ୍କ ରାଜନୀତି ଏଥିରେ ଇନ୍ଧନ ଯୋଗାଏ। ଫଳରେ ବିଭିନ୍ନ ସହରାଞ୍ଚଳରେ ବେପରୁଆଭାବେ ଗଢ଼ିଉଠେ ସଂଖ୍ୟାଧିକ ବସ୍ତି ଯାହା କାଳକ୍ରମେ ସମ୍ପୃକ୍ତ ସହରର ଅଂଶବିଶେଷ ହୋଇଯାଏ।
ୟୁଏନ୍‌ ହାବିଟାଟ୍‌ ସଂସ୍ଥା ବସ୍ତିବାସିନ୍ଦାଙ୍କର ବର୍ଦ୍ଧିଷ୍ଣୁ ସଂଖ୍ୟା ଉପରେ ଅନୁଧ୍ୟାନକରି ୨୦୦୭ରେ ଏକ ରିପୋର୍ଟ ଦେଇଥିଲା। ଦର୍ଶାଇଥିଲା ଯେ, ଭାରତରେ ଏମାନଙ୍କ ସଂଖ୍ୟା ୧୯୪୭ରେ ଯାହା ଥିଲା ୬୦ବର୍ଷରେ ତାହା ୩ ଗୁଣ ବୃଦ୍ଧି ପାଇ ଏ କ୍ଷେତ୍ରରେ ଦେଶକୁ ସାରା ପୃଥିବୀରେ ତୃତୀୟ ସ୍ଥାନରେ ପହଞ୍ଚାଇଦେଇଛି। ଏହି ସଂସ୍ଥା ୨୦୧୨ରେ ଦେଇଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ ପୃଥିବୀର ସମସ୍ତ ବିକାଶଶୀଳ ରାଷ୍ଟ୍ରରେ ଏମାନଙ୍କ ସଂଖ୍ୟା ୮୬୩ ମିଲିୟନ ଯାହା ପୃଥିବୀର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ। ସମଗ୍ର ପୃଥିବୀରେ ଏମାନଙ୍କ ସଂଖ୍ୟା ୧.୬ ବିଲିୟନ ଅର୍ଥାତ୍‌ ପ୍ରତି ୭ ଜଣରେ ଜଣେ ବ୍ୟକ୍ତି ବସ୍ତିରେ ରହନ୍ତି। ସେହିପରି ସହରାଞ୍ଚଳରେ ରହୁଥିବା ଏଭଳି ଲୋକଙ୍କର ଆର୍ଥିକ ଅବଦାନ ବିଷୟରେ ସର୍ବଭାରତୀୟସ୍ତରରେ ସର୍ବେକ୍ଷଣକରି ଇଣ୍ଡିକସ ଆନାଲିଟିକ୍ସ ନାମକ ସଂସ୍ଥା ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ଭାରତରେ ୪୦% ପରିବାର ବସ୍ତିରେ ରହନ୍ତି ଏବଂ କେବଳ କୋଲକାତା, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ ହାଇଦ୍ରାବାଦରେ ବାସକରୁଥିବା ମୋଟ ପରିବାର ସଂଖ୍ୟାର ଏହା ୫୦%। ଏମାନଙ୍କର ଆର୍ଥିକ ଅବସ୍ଥା ଏତେ ଦୟନୀୟ ଯେ ୪୧% ଙ୍କର ମାସିକ ଆୟ ୫୦୦୦ଟଙ୍କାରୁ ୧୦,୦୦୦ଟଙ୍କା ମଧ୍ୟରେ ହୋଇଥିବାବେଳେ ୨୫.୬% ଙ୍କର ମାସିକ ଆୟ ୫୦୦୦ଟଙ୍କାରୁ କମ୍‌।
ବସ୍ତିଗୁଡ଼ିକରେ ବିଭିନ୍ନ ପ୍ରକାର ଲୋକ ରହୁଥିବାରୁ ଅସାମାଜିକ କାର୍ଯ୍ୟକଳାପ, ନିଶା ବା ମାଦକଦ୍ରବ୍ୟ କାରବାର, ବିଦେଶୀ ଅନୁପ୍ରବେଶ, ଚୋରି, ଡକାୟତି ଇତ୍ୟାଦି ଘଟିବା ସ୍ବାଭାବିକ। କିନ୍ତୁ ତା’ ତୁଳନାରେ ଏମାନେ ଯେତେ ସବୁ ଭଲକାମ କରନ୍ତି ତାହା ବହୁଗୁଣ ଅଧିକ। ଏଠାରେ ବାସକରୁଥିବା ଲୋକମାନେ ସାଧାରଣତଃ ଛୋଟକାଟିଆ ଚାକିରିଆ, ଝାଡୁଦାର, ବୁଲାବିକାଳି, ଫେରିବାଲା, ରିକ୍ସାବାଲା, ଅଟୋଚାଳକ, ଟ୍ରାକ୍ଟର ଡ୍ରାଇଭର, ଜରିଗୋଟାଳି, ଚାଟ୍‌, ଗୁପ୍‌ଚୁପ୍‌, କାମବାଲୀ, କ୍ଷୀରବାଲା, ମୂଲିଆ, ମିସ୍ତ୍ରି ଓ ଦରକାରୀ ସାମଗ୍ରୀ ବିକ୍ରୟକାରୀ ଇତ୍ୟାଦି, ଯେଉଁମାନଙ୍କ ବିନା ସହରର ଜୀବନଚର୍ଯ୍ୟା ଅଚଳ ହୋଇପଡ଼ିବ। ମୌଳିକ ଆବଶ୍ୟକତାଠାରୁ ସୌଖୀନ ଯାଏ ସମସ୍ତ ସାମଗ୍ରୀ ଲୋକଙ୍କ ଦୁଆରେ ପହଞ୍ଚାଇ ଦିଅନ୍ତି। ଭୋଜିଭାତରେ ରୋଷେଇବାସ ତଥା ପରିବେଷଣ କରିବାଠାରୁ ଅଇଁଠାପତ୍ର ଗୋଟେଇବା ବା ଅଇଁଠାଥାଳି ଧୋଇବା ଯାଏ ସବୁ କାମକରନ୍ତି। ଅଚାନକ ଘଟୁଥିବା ପ୍ରାକୃତିକ ଦୁର୍ବିପାକରେ ଯେତେବେଳେ ସହରର ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼େ ଏଇମାନଙ୍କର ସହାୟତାରେ ହିଁ ସବୁ ପୁଣି ସ୍ବାଭାବିକ ହୋଇଯାଏ। ଏମାନେ ନିଜେ ଝୁମ୍ପୁଡ଼ିରେ ରହୁଥିଲେ ବି ଅନ୍ୟ ପାଇଁ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରନ୍ତି। ଏହା ଏକ ଅନୁଭୂତିର କଥା ଯେ ହଠାତ୍‌ କୌଣସି କାରଣରୁ କାହାର କିଛି ଅଘଟଣ ଘଟିଲେ ଅନ୍ୟମାନେ ମୁହଁ ବୁଲେଇ ଚାଲିଯାଉଥିବାବେଳେ ବସ୍ତିବାସିନ୍ଦାମାନେ ହିଁ ସେଠାରେ ରୁଣ୍ଡହୋଇଯାଇ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାନ୍ତି। ସବୁଠାରୁ ବଡ଼କଥାହେଲା ବସ୍ତିବାସିନ୍ଦାମାନେ ଆମ ସଂସ୍କୃତି,ପରମ୍ପରା ଓ ଚଳଣିର ବାର୍ତ୍ତାବହ। ସେଇମାନେ ହିଁ ବିଭିନ୍ନ ପୂଜାପାର୍ବଣ, ଓଷା, ବାର, ବ୍ରତ ଇତ୍ୟାଦିର ବିଧାନ ଗ୍ରାମାଞ୍ଚଳରୁ ଆଣି ସହରରେ ସେସବୁର ସ୍ମୃତିଚାରଣ କରନ୍ତି। ସହରଠାରୁ କିଛି ଦୂରରେ ଅନାବାଦୀ, ସନ୍ତସନ୍ତିଆ, ଅଦରକାରୀ ହୋଇପଡ଼ିଥିବା ସ୍ଥାନରେ ବସତି ସ୍ଥାପନକରି ଏଇମାନେ ହିଁ ସେ ସ୍ଥାନକୁ ଆବାଦ, ବାସୋପଯୋଗୀ ଓ ଆକର୍ଷଣୀୟକରି ଦେଲା ପରେ ତା’ଉପରେ ଜମିମାଫିଆ, ବିଲ୍‌ଡର, ରିଅଲ ଇଷ୍ଟେଟ ଡିଲର, ଅସାମାଜିକ ଲୋକ, ଏପରି କି ସରକାରଙ୍କ ଲୋଲୁପଦୃଷ୍ଟି ପଡ଼େ ଏବଂ ତାକୁ କରାୟତ୍ତକରି ସହରର କଳେବର ବୃଦ୍ଧିକରାଯାଏ। ସେମାନେ ସେସ୍ଥାନକୁ ଛାଡ଼ିଦେଇ ପୁଣି ନୂତନ ବସ୍ତିର ସନ୍ଧାନରେ ଚାଲିଯାନ୍ତି। ସହର ପ୍ରତି ବସ୍ତିବାସିନ୍ଦାଙ୍କର ଅବଦାନ ବିଷୟରେ ଭାରତର ୫୦ଟି ପ୍ରମୁଖ ସହରରେ ସର୍ବେକ୍ଷଣକରି ପାର୍ଟିସିପେଟରି ରିସର୍ଚ୍ଚ ଇନ ଏସିଆ (ପ୍ରିଆ) ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା ୨୦୧୩ରେ ଦେଇଥିବା ତଥ୍ୟରୁ ଜଣାପଡ଼େ ଭାରତରେ ମୋଟ ଜିଡିପିର ୭.୫୩% ବସ୍ତିବାସିନ୍ଦାଙ୍କର ଅବଦାନ।
ମାତ୍ର ଆଶ୍ଚର୍ଯ୍ୟର କଥା ବସ୍ତିବାସିନ୍ଦାଙ୍କ କଥା ପଡ଼ିଲେ ଲୋକେ ନାକ ଟେକନ୍ତି। ଥରେ ଚିନ୍ତାକରନ୍ତୁ ତ ସେମାନେ ନ ଥିଲେ ସହରର ଅବସ୍ଥା କ’ଣ ହୁଅନ୍ତା। ସେମାନଙ୍କ ଅବର୍ତ୍ତମାନରେ ତଥାକଥିତ ଭଦ୍ରସମାଜ ମାତ୍ର ଗୋଟିଏ ଦିନ ଶାନ୍ତିରେ ବିତାଇପାରିବ ତ? ସେଥିପାଇଁ ବୋଧହୁଏ ବିଳମ୍ବରେ ହେଲେ ମଧ୍ୟ କଥାଟିର ଗୁରୁତ୍ୱକୁ ଉପଲବ୍ଧିକରି ସରକାରଙ୍କ ତରଫରୁ ବିଭିନ୍ନ ବସ୍ତି ଉନ୍ନୟନ ଯୋଜନା ଯଥା ଜାତୀୟ ସହରାଞ୍ଚଳ ଜୀବିକା ମିଶନ(ଏନ୍‌ୟୁଏଲ୍‌ଏମ୍‌), ଜାଗା ମିଶନ ଇତ୍ୟାଦି କଲ୍ୟାଣମୂଳକ ଚିନ୍ତାଧାରା ହାତକୁ ନିଆଯାଇ ବସ୍ତିବାସିନ୍ଦାଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଉଛି ଏବଂ ମୌଳିକ ଆବଶକ୍ୟତାଠାରୁ ସୌଖୀନ ପଦାର୍ଥ ଯାଏ ସବୁ କିଛି ଯୋଗାଇ ଦିଆଯାଉଛି। ଫଳରେ ବସ୍ତି ଏବେ ଛୋଟ ବଜାରର ଭ୍ରମ ସୃଷ୍ଟିକରୁଛି।
ଶାସ୍ତ୍ରୀନଗର,ଭୁବନେଶ୍ୱର,
ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri