ସଉଦା ଆଣିବାକୁ ଯାଇ ଗାଡ଼ି ଧକ୍କାରେ ଚାଲିଗଲା ଜୀବନ

ଆରଡ଼ି,୧୯ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଓଳଗ ଗ୍ରାମର ଈଶ୍ବର ଜେନା (୭୫)ଙ୍କର ଶୁକ୍ରବାର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଈଶ୍ବର ସଉଦା ଆଣିବାକୁ ମଠଡିହ ଯାଉଥିବା ବେଳେ ଆରଡ଼ି ପଟୁ ବାଇକ୍‌ରେ ଆସୁଥିବା ୨ ଜଣ ଯୁବକ ଓଳଗ ପୋଷ୍ଟଅଫିସ ନିକଟରେ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଈଶ୍ବର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆରଡ଼ି ଫାଣ୍ଡି ଅଧିକାରୀ କୁଳମଣି ପାତ୍ର ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।