ଦୋଛକିରେ ବାଣ ନିର୍ମାଣକାରୀଙ୍କ ଜୀବିକା

କେନ୍ଦ୍ରାପଡ଼ା, ୭ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତସ୍ଥ ଖଣ୍ଡିଆବନ୍ଧ ଗ୍ରାମରେ ଗୁରୁବାର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଏହି ଗ୍ରାମର ଡା. ସୁଜିତ କୁମାର ସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଏବେବି ଚିକିତ୍ସିତ ହେଉଛନ୍ତି। ରାସ୍ତା ପାର୍ଶ୍ୱରେ ଶୁଖା ଯାଇଥିବା ବାଣ ଉପରେ ତାଙ୍କ କାର ଚଢ଼ିଯିବାରୁ ଏହି ବିସ୍ଫୋରଣ ହୋଇଥିଲା। ସେହିପରି ୨୦୨୨ ନଭେମ୍ବର ୨୩ରେ ବାଣୁଆର ଅସାବଧାନତାରୁ ଏହି ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ଭସାଣିରେ ବଡ଼ଧରଣର ବାଣ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ମୃତାହତଙ୍କ ସଂଖ୍ୟା ୪୦ରୁ ଅଧିକ ଥିଲା। ଏହି ୨ ଘଟଣା ଏବେ ବାଣ ନିର୍ମାଣକାରୀଙ୍କ ଜୀବିକାକୁ ଦୋଛକିରେ ପହଞ୍ଚାଇ ଦେଇଛି। ପାର୍ବଣ ଋତୁ ଓ ବିବାହ ବ୍ରତରେ ବାଣ ଉପଯୋଗ ପ୍ରତି ଅଧିକ କଟକଣା ହେବା ଆଶଙ୍କା କରାଯାଉଛି। ଅପରପକ୍ଷରେ ବେଆଇନ ଭାବେ ବାଣ ନିର୍ମାଣ ହେଉଥିବା ସ୍ଥାନରେ ପରିବାରର ଶିଶୁ ସଦସ୍ୟ ସାମିଲ ନେଇ ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଜିଲା ପୋଲିସ ଏ ସମ୍ପର୍କରେ ସଚେତନତା ସୃଷ୍ଟି ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ନିହାର କୁମାର ପ୍ରଧାନ କହିଛନ୍ତି, ସାମାନ୍ୟ ଅସାବଧନତା ଯୋଗୁ ବାଣ ବିସ୍ଫୋରଣରେ ଜୀବନ ଯିବା ଘଟଣା ଗତବର୍ଷ ବାଲିଆଠାରେ ଦେଖିବାକୁ ମିଳିଥିଲା। ସେହିପରି ଗୁରୁବାର ଖଣ୍ଡିଆବନ୍ଧ ଗ୍ରାମର ବାଣ ନିର୍ମାଣକାରୀ ରମାକାନ୍ତ ମଲ୍ଲିକଙ୍କ ଅସାବଧାନତା ପାଇଁ କାର ସମେତ କେତେକ ଘର ନଷ୍ଟ ହୋଇଛି। ଏଥିସହ ଡା. ସାମଲ ଗୁରୁତର ହୋଇଛନ୍ତି। ଏହି ୨ ଘଟଣାକୁ ତର୍ଜମା କଲେ ବାଣ ପ୍ରତି ଅସବଧାନତା ଘଟଣା ପଦାକୁ ଆସିଛି। ବାଲିଆଠାରେ ବାଣ ଥିବା ସ୍ଥାନରେ ଚକ୍ରିବାଣ ଚଳାଇବା ସମୟରେ ନିଆଁ ଝୁଲ ପଡ଼ି ବିସ୍ଫୋରଣ ହୋଇଥିଲା। ସେହିପରି ଖଣ୍ଡିଆବନ୍ଧ ଗ୍ରାମରେ ରାସ୍ତା ପାର୍ଶ୍ୱରେ ବାଣ ଶୁଖା ଯାଉଥିଲା। ପ୍ରଥମ କଥା ଯେ, ଏହି ବାଣ ନିର୍ମାଣ ପାଇଁ ଜିଲାରେ କାହାକୁ ଅନୁମତି ନ ଥିବା ତଦନ୍ତ ସମୟରେ ଜଣାପଡ଼ିଛି। ତେବେ ନିର୍ମାଣ ସମୟରେ ପରିବାରର ଶିଶୁ ସଦସ୍ୟଙ୍କୁ ସାମିଲ କରାଯାଉଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତ, ଜିଲାରେ ପୁଟିଗାଁ, କେରୁଆଁ, ଗରାପୁର, ଖଣ୍ଡିଆବନ୍ଧ, କପାଳେଶ୍ୱର, ସୁଜାନଗର ପରି ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବାଣ ନିର୍ମାଣ କାର୍ଯ୍ୟ ଅବାଧରେ ଚାଲିଛି। ବାଣ ପ୍ରସ୍ତୁତ ସ୍ଥାନରେ ଅଗ୍ନି ନିରୋଧକ ବ୍ୟବସ୍ଥା ନାହିଁ। ସେହିପରି ପିଲାମାନେ ଏହି କାର୍ଯ୍ୟରେ ନିଯୁକ୍ତ ହେଉଥିବାରୁ ଅଗ୍ନି ନିରାପତ୍ତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ପାର୍ବଣ ଋତୁ ଚାଲିଛି। ଭସାଣି, ବିବାହ, ବ୍ରତ ଆଦି ସହିତ ଆଗାମୀ ଦିପାବଳୀ ପାଇଁ ବାଣ ପ୍ରସ୍ତୁତ ହେଉଛି। ଏହି ସମୟରେ ଜିଲା ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯିବା କଥା। ଯାହା ସମ୍ଭାବ୍ୟ ବିପଦକୁ ଏଡ଼ାଇ ଦିଆଯାଇପାରିବ। ତେବେ ଏ ନେଇ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଜଣେ ବାଣ ନିର୍ମାଣକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏହା ପୁରୁଷାନୁକ୍ରମେ ବୃତ୍ତି ଭାବେ ଚଳି ଆସିଛ। ଜୀବିକା ପାଇଁ ଜୀବନକୁ ବାଜି ଲଗାଇ ଦିଆଯାଇଛି। ପରିବାରର ଶିଶୁ ସଦସ୍ୟ ସାମିଲକୁ ନେଇ ସେ କହିଛନ୍ତି ଯେ, ତାଳ ଫୋଟକା, ଧପଧପି, ରଙ୍ଗିନ ଝରଝରି ଆଦି ନିର୍ମାଣ କ୍ଷେତ୍ରରେ ପିଲାମାନେ ସାହାଯ୍ୟ କରିଥାନ୍ତି। ସବୁଥିରେ ସାବଧାନତା ହିଁ ମୁଖ୍ୟ ଲକ୍ଷ୍ୟ ରହିଥାଏ। ୨ଟି ବାଣ ବିସ୍ଫୋରଣ ଘଟଣାରେ ଅସାବଧାନତାକୁ ସେ କାରଣ ବୋଲି କହିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ କାହାରିକୁ ବେଆଇନ ଭାବେ ବାଣ ନିର୍ମାଣ ପାଇଁ ଅନୁମତି ଦିଆଯାଇନାହିଁ। ବାଣ ନିର୍ମାଣ ହେଉଥିବା ଅଥବା ବାଣ ନିର୍ମାଣ କାର୍ଯ୍ୟରେ ଶିଶୁ ସଦସ୍ୟ ସାମିଲ ହେଉଥିବା ସୂଚନା ମିଳିଲେ ନିଶ୍ଚିତ ଭାବେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri