Posted inଫୁରସତ

ମହାପ୍ରଭୁଙ୍କ ଚେତନାରେ ଜୀବନ ହୁଏ ମଧୁମୟ: ସଂସ୍କୃତିର ଗବେଷକ ଡ. ସୁରେନ୍ଦ୍ର ନାଥ ଦାଶ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାର ଓ ଗବେଷଣାରେ ମନୋନିବେଶ କରି ସେ ବହୁ ବିରଳ ତଥା ପୁରାତନ ପୁସ୍ତକ ଓ ପୋଥିକୁ ସଂଗ୍ରହ କରିଛନ୍ତି। ତଥ୍ୟସମ୍ବଳିତ ଏକାଧିକ ଗବେଷଣାଧର୍ମୀ ଆଧ୍ୟାତ୍ମିକ ଓ ପୌରାଣିକ ପୁସ୍ତକ ରଚନା କରି ସେ ଆତ୍ମସନ୍ତୋଷ ଲାଭ କରନ୍ତି। ସେ ହେଲେ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଶିକ୍ଷାବିତ୍‌ ଡ. ସୁରେନ୍ଦ୍ର ନାଥ ଦାଶ। ଏକ ଧାରାରେ ଜଣେ ଶିକ୍ଷାବିତ୍‌, ଭାଷ୍ୟକାର, ଲେଖକ ଓ ବାଗ୍ମୀ। ଖୋର୍ଦ୍ଧା ଜିଲା ଟାଙ୍ଗୀଥାନା ଅନ୍ତର୍ଗତ କୁହୁଡ଼ି ଅଞ୍ଚଳର ରତନପୁର ବ୍ରାହ୍ମଣ ଶାସନରେ ତାଙ୍କ ଘର। ଜନ୍ମ ୧୧ା୦୧ା୧୯୪୯ରେ। ପିତା ଉଦ୍ୟନାଥ ଦାଶ, ମା’ ବାୟାଣୀ ଦେଈ। ସେ କୁହନ୍ତି, ମା’ବାପାଙ୍କର ଆମେ ଥିଲୁ ୪ପୁଅଝିଅ। ତିନି ଭାଇ ଓ ଗୋଟେ ଭଉଣୀଙ୍କ ଭିତରେ ମୁଁ ଥିଲି ସବାସାନ। ପିଲାଟି ଦିନରୁ ଗାଁର ପତିତପାବନ ଦେବଙ୍କ ପୀଠରେ ପୂଜା ଆରାଧନା କରେ, ପୁରାଣ ପଢ଼େ, ଜଣାଣ ଗାଏ, ଶ୍ଲୋକ ଉଚ୍ଚାରଣକରେ। ମୋ ପାଠପଢାରେ ପରିବାରରେ ସମସ୍ତଙ୍କ ତ୍ୟାଗ ରହିଛି। କ୍ଷେତ୍ରବାସୀ ମ.ଇ ସ୍କୁଲ କୁହୁଡ଼ିରେ ପ୍ରାଥମିକ ପାଠପଢ଼ା ସାରିପରେ ଜନତା ଉଚ୍ଚବିଦ୍ୟାଳୟରୁ ୧୯୬୬ରେ ଏକାଦଶ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରି-ୟୁନିଭର୍ସିଟି, ରେଭେନ୍‌ଶାରେ ଗ୍ରାଜୁଏଶନ୍‌ ଓ ବାଣୀବିହାରରେ ଓଡ଼ିଆରେ ସ୍ନାତକୋତ୍ତର କଲି। ତା’ପରେ୧୭ା୦୯ା୧୯୭୩ ମସିହାରେ କେନ୍ଦୁଝର କଲେଜରେ ପ୍ରାୟ ଦୁଇ ବର୍ଷ ଆଡହକ୍‌ରେ ଓଡ଼ିଆ ଅଧ୍ୟାପକ ଭାବେ ଚାକିରି କରିଲି। ପରେ ଓଡ଼ିଶା ସୂଚନାସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଲୋକସମ୍ପର୍କ ଅଧିକାରୀ ଭାବେ ସୁନ୍ଦରଗଡ଼ରେ ୭ମାସ ଓ ସମ୍ବଲପୁରରେ ୮ମାସ କାମ କରିଥିଲି। ମାତ୍ର ଅଧ୍ୟାପନା ପ୍ରତି ମନରେ ଅଧିକ ଆଗ୍ରହ ହେବାରୁ ଓଡ଼ିଶା ଏଜୁକେଶନ ସର୍ଭିସ୍‌ ଏକ୍‌ଜାମ୍‌ ଦେଇ କୃତକାର୍ଯ୍ୟ ହେଲି। ଆଉ ୧୯୭୮ରେ ପାରଳାଖେମୁ୍‌ଣ୍ଡିସ୍ଥିତ ଏସ୍‌.କେ.ସି.ଜି. କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଲି। ପ୍ରାୟ ୬/୭ ବର୍ଷ କାମ କରିବା ଭିତରେ ଦୁଇବର୍ଷ ଛୁଟିରେ ରହି ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌.ଡି. କଲି। ପ୍ରଫେସର୍‌ ଡ. ବଂଶୀଧର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ଚଉତିଶା ଉପରେ ଗବେଷଣା ସନ୍ଦର୍ଭ ଲେଖି ୧୯୮୪ରେ ଡକ୍ଟରେଟ୍‌ ଡିଗ୍ରୀ ହାସଲ କଲି। ତେବେ ପ୍ରଫେସର୍‌ ଡ. ବଂଶୀଧରଙ୍କ ସଂସ୍ପର୍ଶରେ ଆସି ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅଧିକ କିଛି ଜାଣିବାପାଇଁ ମନରେ ଆଗ୍ରହ ସୃଷ୍ଟି ହେଲା। ଆମେ ଦୁହେଁ ମିଶି ‘ଶ୍ରୀଜଗନ୍ନାଥ’ ନାମରେ ଏକ ପତ୍ରିକା ପ୍ରକାଶ କଲୁ। ଏହାପରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ନାମରେ ଏକ ଅନୁଷ୍ଠାନ ଗଢ଼ିଲୁ; ଯାହାର ସଭାପତି ଥିଲେ ପ୍ରଫେସର୍‌ ଡ. ମହାନ୍ତି ଆଉ ମୁଁ ଥିଲି ସାଧାରଣ ସମ୍ପାଦକ। ଉକ୍ତ ପ୍ରତିଷ୍ଠାନ କଥା ବୁଝିବା ସହ ଏସ୍‌.କେ.ସି.ଜି. କଲେଜରେ ଅଧ୍ୟାପନା ବି କରୁଥିଲି। ପରେ ରାଜଧାନୀ କଲେଜରେ ୫ ବର୍ଷ ଅଧ୍ୟାପନା କଲି। ତା’ପରେସମୟକ୍ରମେ ବିଜେବି କଲେଜରେ ୪ଦିନ କାର୍ଯ୍ୟକରି ଜୁଲାଇ ୧୯୯୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ଭାବେ ଯୋଗଦେଲି। ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ଠିକ୍‌ଠାକ୍‌ ହୋଇ ୧୯୯୯ରେ ପ୍ରଫେସର୍‌ ଭାବେ ପ୍ରମୋଶନ ପାଇଲି। ୟା’ଭିତରେ ମୋ ତତ୍ତ୍ୱାବଧାନରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏମ୍‌ଫିଲ୍‌, ୨ ଜଣ ଡି.ଲିଟ୍‌ ଏବଂ ୪୦ରୁ ଊର୍ଦ୍ଧ୍ୱ ଗବେଷକ, ଗବେଷିକା ପିଏଚ୍‌.ଡି. ଡିଗ୍ରୀ ହାସଲ କରିସାରିଲେଣି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ସଂସ୍ଥା ସହିତ ଜଡ଼ିତ। ଏହା ସହ ଓଡ଼ିଆ ସମ୍ମିଳନୀ, ପରିଚୟ ଆଠଗଡ଼, ଡ. ହରେକୃଷ୍ଣ ମହତାବ ସିଲଭର ମେଡ଼ାଲ, ସତ୍ୟ ସନ୍ଧାନ ପୁରୀ, କଳିଙ୍ଗସାହିତ୍ୟ ସମାଜ ବ୍ରହ୍ମପୁର, ଅନ୍ୟାନ୍ୟ ଶ୍ରୀଜଗନ୍ନାଥ -୨୦୧୫, ଭୁବନେଶ୍ୱର ଭଞ୍ଜଭାରତୀ-୨୦୧୬ ଓ ଗାଁ ଲୋକକଳା ଉତ୍ସବ-୨୦୧୯ ରତନପୁର ଆଦି ବହୁ ଅନୁଷ୍ଠାନରୁ ଅନେକ ସମ୍ମାନ ଓ ପୁରସ୍କୃତ ହୋଇଛି। ୨୦୦୯ରେ ଚାକିରିରୁ ଅବସର ପରେ ମୋତେ ୟୁଜିସି ତରଫରୁ ତିନୋଟି ପ୍ରୋଜେକ୍ଟ ଉପରେ କାମ କରିବାର ଦାୟିତ୍ୱ ମିଳିଥିଲା। ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର, ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀମନ୍ଦିର ଭିତରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଉଛି ତା’ ଉପରେ ଗବେଷଣା କରିବାକୁ ଯାଇ ମୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୧୬୩୧ଟି ଏବଂ ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୩୭୨୧ଟି ଶ୍ରୀଜଗନ୍ନାଥ ମନ୍ଦିରର କ୍ଷେତ୍ରୀୟ ସର୍ବେକ୍ଷଣ କରି ତା’ର ଇତିହାସ ସଂଗ୍ରହ କରିଥିଲି। ସିଙ୍ଗାପୁର, ମାଲେସିଆ, ଦୁବାଇ, ୟୁନାଇଟେଡ଼ କିଙ୍ଗଡ଼ମ, ନେପାଳ, ଥାଇଲାଣ୍ଡ ଆଦି ବିଦେଶରାଷ୍ଟ୍ରକୁ ବୁଲିଯାଇଛି। ଇଂଲିଶ ଭାଷାରେ ‘ମହାପ୍ରଭୁ ଶ୍ରୀଜଗନ୍ନାଥ: ଦି ଲର୍ଡ ଅଫ୍‌ ଦି ୟୁନିଭର୍ସ’ ନାମରେ ଏକ ପୁସ୍ତକ ଦିଲ୍ଲୀ ପ୍ରତିଭା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହେଲା। ସେହିପରି ମନ୍ଦିରରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଏ ତା’ ଉପରେ ଗବେଷଣା କରି ‘ଶ୍ରୀମନ୍ଦିର ଶବ୍ଦକୋଷ’ ନାମରେ ଆଉ ଏକ ବହି ବି ମୋର ପ୍ରକାଶ ପାଇଲା। ପରବର୍ତ୍ତୀ କାଳରେ ଶ୍ରୀମନ୍ଦିର ସମ୍ପର୍କରେ ବିଭିନ୍ନ ରିପୋର୍ଟ, ବିଭିନ୍ନ କମିଶନଙ୍କ ସୁପାରିସ, ଭକ୍ତ ଓ ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ଆଧାରିତ କରି ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ନେଇ ଅନ୍ୟ ଏକ ପୁସ୍ତକ ‘ରିପୋଟର୍ସ ଆଣ୍ଡ ନୋଟିସ ଅନ୍‌ ଶ୍ରୀଜଗନ୍ନାଥ ଟେମ୍ପୁଲ ପୁରୀ’ ୨୦୧୮ରେ ପ୍ରକାଶିତ ହେଲା। ଏମିତିରେ ଟୀକା ଗୋବିନ୍ଦଚନ୍ଦ୍ର, ଶାକ୍ତଧର୍ମ ଓ ଶ୍ରୀଜଗନ୍ନାଥ, ଉଧବ ଚଉତିଶା, ଶିବସହସ୍ରନାମ, ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷାସାହିତ୍ୟ ସଂସ୍କୃତି, କାଞ୍ଚି କାବେରୀ, ପାରମ୍ପରିକ ଧର୍ମ, ପୂର୍ବଭାରତ ଓ ଶ୍ରୀଜଗନ୍ନାଥ ପୁରୁଷୋତ୍ତମ, ଭୁବନେଶ୍ୱରୀ, ଓଡ଼ିଆ ସାହିତ୍ୟ ଯୁଗେଯୁଗେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ପୌରାଣିକ ଶବ୍ଦକୋଷ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଆଦି ଏକାଧିକ ପୁସ୍ତକ ରଚନା କରିସାରିଲାଣି। କେବଳ ଓଡ଼ିଶା କାହିଁକି ଭାରତ ବାହାରେ ମଧ୍ୟ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ଓ ପ୍ରସାର କାର୍ଯ୍ୟରେ ଯୋଗଦେଇ ଆନନ୍ଦ ପାଇଥାଏ। ଏସବୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ମହାପ୍ରଭୁଙ୍କ ଆର୍ଶୀବାଦ ସହିତ ପ୍ରତିଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ଅଲେଖ କୁମାର ଦାସଙ୍କ ସହଯୋଗ ଚିରସ୍ମରଣୀୟ। ପରିଶେଷରେ ଏତିକି କହିବି, ଶ୍ରୀଜଗନ୍ନାଥ ଚେତନା ଏକ ଚିରନ୍ତନ ଶାଶ୍ୱତ ଚେତନା, ଏହାଦ୍ୱାରା ଅନୁପ୍ରାଣିତ ହେଲେ ବ୍ୟକ୍ତି ତା’ର ଜୀବନକୁ ସରସ, ସୁନ୍ଦର, ମଧୁମୟ କରିବା ସଙ୍ଗେ ସଙ୍ଗେ ସମଗ୍ର ମାନବ ସମାଜକୁ ବସୁଧୈବ କୁଟୁମ୍ବକମ୍‌ ଚେତନାରେ ଉଦ୍‌ବୁଦ୍ଧ କରିପାରିବ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri