ଭଙ୍ଗା ଘରେ ବିତୁଛି ଜୀବନ

ବଡଗାଁ ,୧୧।୧(ଡି.ଏନ.ଏ.): ୩୦ ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଏକମାତ୍ର ପୁଅର ଲାଳନପାଳନ ଦାୟିତ୍ୱ ଏକାକୀ ସମ୍ଭାଳିବାକୁ ପଡ଼ିଲା। ଯେଉଁ ମାଟି ଘର ଖଣ୍ଡିଏ ଥିଲା, ଉପଯୁକ୍ତ ମରାମତି ଅଭାବରୁ ତାହା ଏବେ ଜରାଜୀର୍ଣ୍ଣ ହୋଇପଡିଛି ା ସେହି ଭଙ୍ଗା, ଦଦରା ଘର ଯେ କୌଣସି ମୁହୂର୍ତ୍ତରେ ଧସି ପଡ଼ିବା ଆଶଙ୍କା ଥିଲେ ବି ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ରକ୍ଷଣାବେକ୍ଷଣ କରିବା ସମ୍ଭବ ହୋଇପାରିନି। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଦୀର୍ଘ ବର୍ଷ ହେଲା ଚାହିଁ ବସିଛି ା ହେଲେ ଘର ମିଳିବା ସାତସପନ ପାଲଟିଛି ବୋଲି ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଫୁଲବାରି ପଞ୍ଚାୟତ କୁରେଇବଗା ଗ୍ରାମର ସ୍ବର୍ଗତ ଗୋପାଳ ପୃଷେଟଙ୍କ ସ୍ତ୍ରୀ ହରିପ୍ରିୟା ପୃଷେଟ କ୍ଷୋଭର ସହ କହିଛନ୍ତି ା
ଏନେଇ ହରିପ୍ରିୟା କୁହନ୍ତି , ୧୫ ବର୍ଷ ହେଲା ସରପଞ୍ଚ, ସମିତି ସଭ୍ୟ,ୱାର୍ଡ ମେମ୍ବରଙ୍କୁ ଜଣାଇ ଆସୁଛି। ଆବାସ ଯୋଜନାରେ ଘର ପାଇବା ପାଇଁ ବିଡ଼ିଓଙ୍କୁ ତିନି ଥର ଲେଖି ଜଣାଇଲି ା ତଥାପି ମୋ ଗୁହାରି କେହି ଶୁଣିଲେ ନାହିଁ। ଯାହା ଜମି ଅଛି, ସେଥିରୁ ବର୍ଷକର ଖାଇବା ଖର୍ଚ୍ଚ ହେଉନାହିଁ। ପୁଅ ରାଉରକେଲାର ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଛି ା ସେଥିରେ ପରବାର ଚଳାଇବା ବହୁ କଷ୍ଟକର ହେଉଛି। ଘର ତିଆରି ପାଇଁ ସମ୍ବଳ ନାହିଁ। ଫଳରେ ଭାଗ୍ୟକୁ ଆଦରି ପଡିଛନ୍ତି ା ତାଙ୍କୁ ଯଥାଶୀଘ୍ର ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଦାବି ହେଉଛି । ସୂଚନାଯୋଗ୍ୟ, ବଡ଼ଗାଁ ବ୍ଲକରେ ଏପରି ଅନେକ ଗରିବ ପରିବାର ଆବାସ ଯୋଜନାରେ ଘର ନ ପାଇ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ଥିଲାବାଲାଙ୍କୁ ଘର ମିଳିଥିବାର ଦୃଷ୍ଟାନ୍ତ ରହିଛି। ଜନ ପ୍ରତିନିଧି ଓ ସରକାରୀ ଅଧିକାରୀ ଏଭଳି ଗରିବ ପରିବାରଙ୍କୁ ଚିହ୍ନଟ କର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri