ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ ଚଳନ୍ତାନି! ବ୍ୟସ୍ତ ହେବାର ଆବଶ୍ୟକତା କାହିଁକି। କିନ୍ତୁ ବ୍ୟସ୍ତ ଥିବା ମଣିଷଟି ମଧ୍ୟରେ ନିଜକୁ ପରଖିଲେ ଯାଇ ଉପଲବ୍ଧି କରିହୁଏ ବାସ୍ତବତାକୁ। କାରଣ, ଏଠି ସ୍ବପ୍ନ ଦେଖିବାକୁ ରାତି ନିଅଣ୍ଟ। କାର୍ଯ୍ୟ ସାଧନ ପାଇଁ ଜୀବନ ରାସ୍ତାରେ ଆଗକୁ ବଢ଼ିବାର ଅଛି। ପୁଣି ଯଥା ସମୟରେ କାର୍ଯ୍ୟ ସମ୍ପନ୍ନ ହେବା ବିଧେୟ। ସୁତରାଂ ତମାମ ଜୀବନ ଚାଲିଥାଏ ଧାଁ ଦଉଡ଼।
ଧାଁ ଦଉଡ଼ ହେଉଛି ଜୀବନର ଏକ ନିରନ୍ତର ପ୍ରକ୍ରିୟା। ଯାହା ମନୁଷ୍ୟକୁ କରିଥାଏ କର୍ମତତ୍ପର। ନିଜର ମୌଳିକ ଅଧିକାର ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ଅନବରତ ଚାଲିଥାଏ ଏ ଯାତ୍ରା। ସୂର୍ଯ୍ୟ ଉଦୟଠାରୁ ଅସ୍ତ ପର୍ଯ୍ୟନ୍ତ କର୍ମତତ୍ପର ହୋଇଉଠେ ସାରା ଦୁନିଆ। ଉଦ୍ଦେଶ୍ୟ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା । ଜୀବନର ଏହି ଚଲାପଥରେ ଅନେକ ଥର ଝୁଣ୍ଟି ପଡି-ଉଠି ଚାଲିବାକୁ ହୋଇଥାଏ। ଝୁଣ୍ଟି ପଡ଼ିଲେ ତଳେ ପଡ଼ି ଖଣ୍ଡିଆଖାବରା ହୋଇଯାଏ ଦେହ। ଯନ୍ତ୍ରଣା ଭୋଗିବାକୁ ହୋଇଥାଏ। ଏ କ୍ଷେତ୍ରରେ କିଏ ତଳୁ ଉଠାଇ ଦିଏ ତ କିଏ ପୁଣି ଅଣଦେଖା କରି ଚାଲିଯାଏ। ଏହା ଭିତରେ ବି ଦିକ୍‌ ଦିକ୍‌ ଜଳୁଥାଏ ଆଶାର ଦୀପଟିଏ। ଏଇ ତ ଜୀବନ।
ଜୀବନଟା କିନ୍ତୁ ଅବିରାମ ଗତିରେ ଚାଲିଥାଏ। ବହିଗଲା ପାଣିପରି ସବୁବେଳେ ତା’ ଗତି ଆଗକୁ ଆଗକୁ। ଅନବରତ ଆଗକୁ ଯାଉଥିବା ମଣିଷ ଜୀବନରେ ସଫଳ ହୁଏ। ଅଟକିଗଲେ କାମ ବି ଅଟକି ଯାଏ। ନିଅଣ୍ଟ ପଡ଼େ ସମୟ। କାମ କିନ୍ତୁ ସରି ନ ଥାଏ। ତାକୁ କୈଣସିମତେ ସାରିବାକୁ ହେବ। ସୁତରାଂ ଧାଇଁବାକୁ ହୋଇଥାଏ। ଏ ଧାଇଁବାକୁ ନେଇ ହୁଏତ କିଏ ସମାଲୋଚନା କରିପାରନ୍ତି ମାତ୍ର ସେସବୁ ପ୍ରତି ଧ୍ୟାନ ନ ଦେଇ ଆଗକୁ ଆଗକୁ ମାଡ଼ି ଚାଲିଲେ ହିଁ ଜୀବନ ହୁଏ ସଫଳ। ଜୀବନଟା କେବେକେବେ ପାଲଟି ଯାଏ ନିରାଶାର ମରୁଭୂମି। ଯେଉଁଠି ଅନବରତ ସୃଷ୍ଟିକରେ ମରୀଚିକାର ଭ୍ରମ। ଦୂରରୁ ଆଶା ଦେଖାଏ କିନ୍ତୁ ନିରାଶ କରେ। ଶୋଷ ମେଣ୍ଟି ପାରେନା। ଫଳରେ ଭୋଗିବାକୁ ହୋଇଥାଏ ନୈରାଶ୍ୟ। ବାଟ ଚାଲିବା ବ୍ୟର୍ଥ ଯାଏ। ଅଗତ୍ୟା ନିରାଶାର ମରୁଭୂମିରେ ଏକଲା ଏକଲା ଚାଲିବାକୁ ପଡ଼ିଥାଏ। କିନ୍ତୁ ଏଇଟା ଯେ ଭୁଲ୍‌ ବାଟ, ଏକଥା ସମ୍ଭବତଃ ସେ ଜାଣି ନ ଥାଏ। ଫଳରେ ସଫଳତା ମିଳିବା କାଠିକର ପାଠ ହୋଇପଡ଼େ
ଜୀବନ ବାଟରେ ଯିବାକୁ ହେଲେ ମୁଖ୍ୟ କଥା ହେଉଛି, ବାଟକୁ ଜାଣିବା ଅର୍ଥାତ୍‌ ନିଜ ଲକ୍ଷ୍ୟ ପଥକୁ ସ୍ଥିର କରିବା। ଯେ ପର୍ଯ୍ୟନ୍ତ ଠିକ୍‌ ରାସ୍ତା ନ ମିଳିଛି, ସେ ପର୍ଯ୍ୟନ୍ତ ଅଧ୍ୟବସାୟ କରିବାକୁ ହେବ। ସାଧନା ଜାରି ରଖିବାକୁ ହେବ। ତୁରନ୍ତ ଫଳପ୍ରାପ୍ତି ଆଶାରେ ଅବାଟକୁ ବାଛି ନେବା ଅର୍ଥ ନିଜେ ନିଜର ବିନାଶ କରିବା। ସେଥିରେ ଗଲେ ପଶ୍ଚାତାପ କରିବା ହିଁ ସାର ହୁଏ। ସୁତରାଂ ଜୀବନର ଧାଁ ଦଉଡ଼ ଭିତରେ ନିଜ ପାଇଁ ନିଜ ପଥ ବାଛିବାର ଏକାନ୍ତ ଆବଶ୍ୟକତା ରହିଛି। ଜୀବନର ଦୈନନ୍ଦିନ ଧାଁ ଦଉଡ଼ର ପଥ ଯେ ସର୍ବଦା ନିଷ୍କଣ୍ଟକ ସେକଥା କହିହେବ ନାହିଁ। ପଥ କେବେ କଣ୍ଟକିତ ତ କେବେ ପୁଣି ପୁଷ୍ପିତ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ କଣ୍ଟାର ଆଘାତ ବି ସହିବାକୁ ପଡ଼ିଥାଏ। ଥରେ ନୁହେଁ ବାରମ୍ବାର ସହିବାକୁ ହୋଇଥାଏ ଝୁଣ୍ଟିବାର ନିର୍ମମ ଯନ୍ତ୍ରଣା। ତଥାପି ପଡ଼ି ଉଠି ଧାଇଁବାକୁ ହୋଇଥାଏ। ଅନେକ କ୍ଷେତ୍ରରେ ଏ ଆଘାତ ଥାଏ ପ୍ରାୟୋଜିତ। ଆଗକୁ ଯାଉଥିବା ମଣିଷର ଗୋଡ଼ ଟାଣି ଜଖମ କରିବାକୁ ଅନେକେ ପ୍ରସ୍ତୁତ ହୋଇ ରହିଥାନ୍ତି। ପାଦ ଖସେଇ ଦେବାକୁ ତତ୍ପର ହୋଇଉଠନ୍ତି। ଏସବୁ ଦେଖି ଡରିଗଲେ ଚଳିବ ନାହିଁ, ବରଂ ଏଥିସହିତ ଲଢ଼େଇ ଜାରି ରଖିବାକୁ ହେବ। ତା’ ନ ହେଲେ ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ହେବ ନାହିଁ।
ଧାଇଁବା ପଛରେ ରହିଛି ପ୍ରଚୁର ସମ୍ମୋହନ। ଅନନ୍ୟ ଆକର୍ଷଣ। ପୁଣି ସଫଳତାକୁ କରାୟତ୍ତ କରିବାର ଦୁର୍ବାର ଆକାଂକ୍ଷା। ଠେକୁଆ – କଇଁଛ ଦୌଡ଼ ପରି ମନ୍ଥର ଗତି ସମ୍ପନ୍ନ କଇଁଛର ଶେଷରେ ଘଟିଛି ଜିତାପଟ। ନିଜ ଶକ୍ତି ଉପରେ ଆସ୍ଥା ରଖି ଗର୍ବରେ ଅନ୍ଧ ହୋଇଯାଇଥିବା ଠେକୁଆକୁ ଭୋଗିବାକୁ ପଡ଼ିଛି ବିଫଳତା। ସୁତରାଂ ଆମ ଜୀବନର ଧାଁ ଦଉଡ଼ ଭିତରେ କେବଳ ନିଜର ଶକ୍ତି ଉପରେ ଭରସା ରଖିଲେ ହେବନାହିଁ। ଏଥିଲାଗି କୌଶଳର ମଧ୍ୟ ଏକାନ୍ତ ପ୍ରୟୋଜନ ରହିଛି। ନିଜ ଶକ୍ତି, ସାଧନା, ଲକ୍ଷ୍ୟ, କୌଶଳ ଓ ଆତ୍ମବିଶ୍ୱାସ ଆଧାରରେ ବାଟ ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରିବ।

ସଂଗ୍ରାମ କେଶରୀ ପୃଷ୍ଟି
ରାଜ କିଶୋରନଗର, ଅନୁଗୋଳ
ମୋ: ୯୪୩୭୫୪୭୧୪୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri