Categories: ଫୁରସତ

ପଥରରେ ଜୀବନ

ଇଟାଲୀୟ କଳାକାର ରୋବେର୍ଟୋ ରିଜୋଙ୍କୁ ଲାଗେ ସତେ ଯେମିତି ପଥରରେ ପ୍ରାଣ ଅଛି। ପ୍ରତି ପଥରରେ ତାଙ୍କୁ ଜୀବଜନ୍ତୁଙ୍କ ଛବି ଦେଖାଯାଏ। ସେଥିପାଇଁ ସେ ସଂଗ୍ରହ କରନ୍ତି ବିଭିନ୍ନ ଆକାରର ପଥର। ଆଉ ତାକୁ ଦିଅନ୍ତି ବିଭିନ୍ନ ଜୀବଜନ୍ତୁ, ପକ୍ଷୀ ଓ ସରୀସୃପର ରୂପ। ସେସବୁକୁ ସେ ଏତେ ନିଖୁଣଭାବେ କରନ୍ତି ଯେ, ଲାଗେ ସତେ ଯେମିତି ତାହା ପଥର ନୁହେଁ ବରଂ ସତସତିକା ଜୀବଜନ୍ତୁ। ମାଛ, ପକ୍ଷୀ ଓ ଖାସ୍‌କରି ଲୋମଶ ପ୍ରାଣୀଙ୍କର ଚିତ୍ର କରିବା ତାଙ୍କୁ ଚ୍ୟାଲେଞ୍ଜ ପରି ଅନୁଭବ ହୁଏ। କାରଣ ଏଥିରେ ନିଖୁଣ କାମ କରିବାକୁ ହୁଏ। ତା’ଛଡା ମାଛ ଚିତ୍ର କରିବା ଲାଗି ସେହି ଆକାରର ପଥର ମିଳିବା କଷ୍ଟ ବୋଲି ସେ କହନ୍ତି। କିନ୍ତୁ ମିଳିବା ମାତ୍ରେ ସେ ତାକୁ ରୂପ ଦେବାରେ ଲାଗି ଯାଆନ୍ତି। ଦୀର୍ଘ ୨୫ ବର୍ଷ ହେବ ସେ ଏହି କାମ କରୁଛନ୍ତି। ଆଉ ତାଙ୍କର ପ୍ରତ୍ୟେକ ପେଣ୍ଟିଂ ଏକକୁ ଆରେକ ହୋଇଥାଏ।

Share