ଅସମ୍ପୂର୍ଣ୍ଣ ନଦୀବନ୍ଧ, ବିପଦରେ ଜୀବନ

ଯାଜପୁର ଅଫିସ,୨୬ା୮: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଶାଖା କାଣି ନଦୀର ବ୍ରହ୍ମଚାରୀପାଟଣାରେ ସୃଷ୍ଟି ହୋଇଥିବା ଘାଇ ଉପରୁ ବନ୍ୟାଜଳ ହ୍ରାସ ପାଇଛି। ଏହାପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଘାଇ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ପୁଣି ଥରେ ଆରମ୍ଭ ହୋଇଛି। ହେଲେ ବନ୍ୟା ପରବର୍ତ୍ତୀ ଦୁଃଖ ବିପନ୍ନଙ୍କ ପାଇଁ ଅସମ୍ଭାଳ ହୋଇଛି। କାଣି ନଦୀ ମୁହାଣର ଡାହାଣ ପାର୍ଶ୍ୱରେ ଥିବା କଂକ୍ରିଟ ସୁରକ୍ଷା ପାଚେରୀର କିଛି ଅଂଶ ବନ୍ୟାରେ ଭାସି ଯାଇଛି। ଏହାର ବାମ ପାର୍ଶ୍ୱ ସୁରକ୍ଷା ପାଚେରୀ ବିପଦ ସଙ୍କୁଳ ଅବସ୍ଥାରେ ପଲିଥିନ ଦ୍ୱାରା ଘୋଡା ଯାଇଥିବା ଦେଖିବାକୁ ମିଳିଛି। ଏହାସହ କାଣିନଦୀ ମୁହାଣରୁ ଅତଡା ଖସୁଥିବାରୁ ତଳିଆ ଅଞ୍ଚଳବାସୀ ଭୟରେ ଅଛନ୍ତି। ଦଶରଥପୁର ବ୍ଲକର ପ୍ରାୟ ୩୭୬୯ ହେକ୍ଟର ଧାନ ଜମିରେ ବାଲି ମାଡି ଯାଇଛି। ୧୫୩ ହେକ୍ଟର ପରିବା ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ଶତାଧିକ କଚା ଘର ନଷ୍ଟ ହୋଇଯାଇଛି। ସେହି ପରିବାର ମୁଣ୍ଡ ଗୁଞ୍ଜିବାକୁ ସାହାରା ଖୋଜୁଛନ୍ତି।
ଦଶରଥପୁର ବ୍ଲକ କୟାଁ ପଞ୍ଚାୟତର ଧରମପୁର ଓ ଗହିରାପାଳ ଏବଂ ଜୟନ୍ତରା ପଞ୍ଚାୟତର ମହାପାତ୍ର ସାହି ବନ୍ୟା ପାଣି ଘେରରେ ରହିଛି। ଏଠାରେ ବୈତରଣୀ ନଦୀ ବନ୍ଧ ନ ଥିବାରୁ ବନ୍ୟା ଆସିଲେ ଗ୍ରାମବାସୀଙ୍କ ଜୀବନ ଓ ଜୀବିକା ଦୁର୍ବିସହ ହେଉଛି। ଏହି ଗ୍ରାମବାସୀଙ୍କ ପାଇଁ ଅଧିକାଂଶ ସମୟରେ ଘରୁ ବାହାରିବା ପାଇଁ ବିପଦପୂର୍ଣ୍ଣ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ ହେଉଛି। ନଚେତ କୁମ୍ଭୀର କିମ୍ବା ବିଷଧର ସାପର ସାମ୍ନା କରିବାକୁ ପଡୁଛି। ଚାଷ ଓ ଗୋପାଳନ ଏମାନଙ୍କ ମୁଖ୍ୟ ବେଉସା ହୋଇଥିବାବେଳେ ବନ୍ୟା ଦ୍ୱାରା ପ୍ରତିବର୍ଷ ସେମାନଙ୍କ ଚାଷଜମି ନଷ୍ଟ ହେଉଛି। ଗୃହପାଳିତ ପଶୁମାନଙ୍କୁ ନିକଟସ୍ଥ ଉଚ୍ଚ ସ୍ଥାନ କିମ୍ବା ପେଟା ନଦୀର ପୋଲ ଉପରେ ବାନ୍ଧିବାକୁ ପଡୁଛି। ଏହାସହ ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚତ୍ତ ରହିଛନ୍ତି। ପକ୍କାଘର ଖଣ୍ଡେ ପାଇଁ ସେମାନେ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଥିଲେ ସୁଦ୍ଧା ସଫଳତା ପାଇନାହାନ୍ତି ବୋଲି କାମଦେବ ନାୟକ, ରବୀନ୍ଦ୍ର ନାୟକ, ପାଣ୍ଡବ ନାୟକ ପ୍ରମୁଖ କହିଛନ୍ତି। ବନ୍ୟା ଛାଡିବାପରେ କଚା ଘରକୁ ସଜାଡି ପୁଣିଥରେ ବାସପଯୋଗୀ କରିବା ସେମାନଙ୍କ ପାଇଁ ଦୂରୁହ ବ୍ୟାପାର ପାଲଟି ଥିବା ଧରମପୁର ଗ୍ରାମର ପଞ୍ଚାନନ ବାରିକ ଓ ରମେଶ ବାରିକ କହିଛନ୍ତି। ସେହିପରି ବନ୍ୟା ସମୟରେ ଗ୍ରାମର ଏକମାତ୍ର ନଳକୂପକୁ ଛାଡି ଅନ୍ୟ ସମସ୍ତ ନଳକୂପ ପାଣିରେ ବୁଡ଼ି ରହିବା ଯୋଗୁ ସେମାନଙ୍କୁ ବହୁ ଦୂରରୁ ପିଇବାପାଣି ଆଣିବାକୁ ପଡୁଛି ବୋଲି ଶ୍ୟାମସୁନ୍ଦର ବାରିକ୍‌ କହିଛନ୍ତି। ବର୍ଷକର ପ୍ରାୟ ୪ମାସ ବୈତରଣୀ ନଦୀର ବନ୍ୟା ଘେରରେ ପ୍ରାୟ ୧୨ଶହରୁ ଊଦ୍ଧ୍ୱର୍ର୍ ଜନସାଧାରଣ ବର୍ଷବର୍ଷ ଧରି ଜୀବନ ବିତାଉଛନ୍ତି। ଅପରପକ୍ଷେ ଏହି ବ୍ଲକ ଅଧୀନସ୍ଥ ଜୟନ୍ତରା ପଞ୍ଚାୟତର ଜୟନ୍ତରା ଗ୍ରାମର ୪ ନଂ. ୱାର୍ଡରେ ପ୍ରାୟ ୬୬ ପରିବାର ବୈତରଣୀ ନଦୀର ବନ୍ଧ ମଧ୍ୟରେ ରହିଯାଇଥିବା ଯୋଗୁ ନଦୀରେ ସାମାନ୍ୟ ବନ୍ୟାପାଣି ଆସିଲେ ଏହି ଗ୍ରାମର ରାସ୍ତା ଘାଟ ସମେତ ଘରେ ପାଣି ପଶିଥାଏ। ଗ୍ରାମକୁ ସୁରକ୍ଷା ଦେବାପାଇଁ ଗାଁ ପଛରେ ଏକ ଘେରିବନ୍ଦ ରହିଛି। ହେଲେ ସେହି ବନ୍ଧର ଗୋଟିଏ ପାର୍ଶ୍ୱ ପ୍ରାୟ ୫ଶହ ମିଟର ମୂଖ୍ୟ ବନ୍ଧକୁ ସଂଯୋଗ କରାଯାଇ ନ ଥିବା ଯୋଗୁ ବନ୍ୟାଜଳ ସେହି ରାସ୍ତାରେ ଗ୍ରାମକୁ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ତେଣୁ ପ୍ରଶାସନ ଏହି ଗ୍ରାମରେ ବକେୟା ରହିଥିବା ଘେରିବନ୍ଧକୁ ସମ୍ପୂର୍ଣ୍ଣ କରାଗଲେ ଗ୍ରାମର ଜନସାଧାରଣ ବନ୍ୟା ଦାଉରୁ ରକ୍ଷା ପାଇପାରନ୍ତେ ବୋଲି ଜୟନ୍ତରା ଗ୍ରାମର ନାରାୟଣ ଚନ୍ଦ୍ର ଦାସ, ବଦ୍ରିନାରାୟଣ ମହାନ୍ତି ଓ ସୁବ୍ରତ ଦାସ କହିଛନ୍ତି। କସପା ପଞ୍ଚାୟତର ବ୍ରହ୍ମଚାରୀପାଟଣାଠାରେ ମରାମତି ଘାଇ ପୁଣି ଭାଙ୍ଗିଯିବା କାରଣରୁ ଦଶରଥପୁର ବ୍ଲକର ୧୩ ପଞ୍ଚାୟତ ଅଧୀନ ୩୭ ଗ୍ରାମର ୧୩ ହଜାର ୮୬୦ ଲୋକ ପ୍ରଭାବିତ ହୋଇଛନ୍ତି। ୧୦ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା କ୍ଷତିଗ୍ରସ୍ତ ହେବା ସହିତ ଶତାଧିକ କଚା ଘର, ୨୦୦ରୁ ଊର୍ଦ୍ଧ୍ୱ ଗୁହାଳ ମାଟିରେ ମିଶିଛି। ପାନୀୟ ଜଳ ସମସ୍ୟାର ନିରାକରଣ ପାଇଁ ୪ ପାଇପ ଜଳଯୋଗାଣ ପ୍ରକଳ୍ପ ଓ ୧୮୪ ନଳକୂପକୁ ମରାମତି କରାଯାଇ ପାନୀୟ ଉପଯୋଗୀ କରାଯାଉଛି ବୋଲି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ପ୍ରଶାସନ ତରଫରୁ ୧୨୦ କୁଇଣ୍ଟାଲ ଚୂଡା, ୨୦ କୁଇଣ୍ଟାଲ ଗୁଡ଼ ଓ ୫୫୭.୫ କୁଇଣ୍ଟାଲ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବା ବ୍ଲକ ସୂତ୍ରରୁ କୁହାଯାଇଛି। ତେବେ ରିଲିଫ ବଣ୍ଟନରେ ପ୍ରଶାସନର ବିଳମ୍ବ ପଦକ୍ଷେପ ବନ୍ୟା ଦୁର୍ଗତଙ୍କ ପାଇଁ ଅଭିଶାପ ହୋଇଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri