ଅସମ୍ପୂର୍ଣ୍ଣ ନଦୀବନ୍ଧ, ବିପଦରେ ଜୀବନ

ଯାଜପୁର ଅଫିସ,୨୬ା୮: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଶାଖା କାଣି ନଦୀର ବ୍ରହ୍ମଚାରୀପାଟଣାରେ ସୃଷ୍ଟି ହୋଇଥିବା ଘାଇ ଉପରୁ ବନ୍ୟାଜଳ ହ୍ରାସ ପାଇଛି। ଏହାପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଘାଇ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ପୁଣି ଥରେ ଆରମ୍ଭ ହୋଇଛି। ହେଲେ ବନ୍ୟା ପରବର୍ତ୍ତୀ ଦୁଃଖ ବିପନ୍ନଙ୍କ ପାଇଁ ଅସମ୍ଭାଳ ହୋଇଛି। କାଣି ନଦୀ ମୁହାଣର ଡାହାଣ ପାର୍ଶ୍ୱରେ ଥିବା କଂକ୍ରିଟ ସୁରକ୍ଷା ପାଚେରୀର କିଛି ଅଂଶ ବନ୍ୟାରେ ଭାସି ଯାଇଛି। ଏହାର ବାମ ପାର୍ଶ୍ୱ ସୁରକ୍ଷା ପାଚେରୀ ବିପଦ ସଙ୍କୁଳ ଅବସ୍ଥାରେ ପଲିଥିନ ଦ୍ୱାରା ଘୋଡା ଯାଇଥିବା ଦେଖିବାକୁ ମିଳିଛି। ଏହାସହ କାଣିନଦୀ ମୁହାଣରୁ ଅତଡା ଖସୁଥିବାରୁ ତଳିଆ ଅଞ୍ଚଳବାସୀ ଭୟରେ ଅଛନ୍ତି। ଦଶରଥପୁର ବ୍ଲକର ପ୍ରାୟ ୩୭୬୯ ହେକ୍ଟର ଧାନ ଜମିରେ ବାଲି ମାଡି ଯାଇଛି। ୧୫୩ ହେକ୍ଟର ପରିବା ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ଶତାଧିକ କଚା ଘର ନଷ୍ଟ ହୋଇଯାଇଛି। ସେହି ପରିବାର ମୁଣ୍ଡ ଗୁଞ୍ଜିବାକୁ ସାହାରା ଖୋଜୁଛନ୍ତି।
ଦଶରଥପୁର ବ୍ଲକ କୟାଁ ପଞ୍ଚାୟତର ଧରମପୁର ଓ ଗହିରାପାଳ ଏବଂ ଜୟନ୍ତରା ପଞ୍ଚାୟତର ମହାପାତ୍ର ସାହି ବନ୍ୟା ପାଣି ଘେରରେ ରହିଛି। ଏଠାରେ ବୈତରଣୀ ନଦୀ ବନ୍ଧ ନ ଥିବାରୁ ବନ୍ୟା ଆସିଲେ ଗ୍ରାମବାସୀଙ୍କ ଜୀବନ ଓ ଜୀବିକା ଦୁର୍ବିସହ ହେଉଛି। ଏହି ଗ୍ରାମବାସୀଙ୍କ ପାଇଁ ଅଧିକାଂଶ ସମୟରେ ଘରୁ ବାହାରିବା ପାଇଁ ବିପଦପୂର୍ଣ୍ଣ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ ହେଉଛି। ନଚେତ କୁମ୍ଭୀର କିମ୍ବା ବିଷଧର ସାପର ସାମ୍ନା କରିବାକୁ ପଡୁଛି। ଚାଷ ଓ ଗୋପାଳନ ଏମାନଙ୍କ ମୁଖ୍ୟ ବେଉସା ହୋଇଥିବାବେଳେ ବନ୍ୟା ଦ୍ୱାରା ପ୍ରତିବର୍ଷ ସେମାନଙ୍କ ଚାଷଜମି ନଷ୍ଟ ହେଉଛି। ଗୃହପାଳିତ ପଶୁମାନଙ୍କୁ ନିକଟସ୍ଥ ଉଚ୍ଚ ସ୍ଥାନ କିମ୍ବା ପେଟା ନଦୀର ପୋଲ ଉପରେ ବାନ୍ଧିବାକୁ ପଡୁଛି। ଏହାସହ ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚତ୍ତ ରହିଛନ୍ତି। ପକ୍କାଘର ଖଣ୍ଡେ ପାଇଁ ସେମାନେ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଥିଲେ ସୁଦ୍ଧା ସଫଳତା ପାଇନାହାନ୍ତି ବୋଲି କାମଦେବ ନାୟକ, ରବୀନ୍ଦ୍ର ନାୟକ, ପାଣ୍ଡବ ନାୟକ ପ୍ରମୁଖ କହିଛନ୍ତି। ବନ୍ୟା ଛାଡିବାପରେ କଚା ଘରକୁ ସଜାଡି ପୁଣିଥରେ ବାସପଯୋଗୀ କରିବା ସେମାନଙ୍କ ପାଇଁ ଦୂରୁହ ବ୍ୟାପାର ପାଲଟି ଥିବା ଧରମପୁର ଗ୍ରାମର ପଞ୍ଚାନନ ବାରିକ ଓ ରମେଶ ବାରିକ କହିଛନ୍ତି। ସେହିପରି ବନ୍ୟା ସମୟରେ ଗ୍ରାମର ଏକମାତ୍ର ନଳକୂପକୁ ଛାଡି ଅନ୍ୟ ସମସ୍ତ ନଳକୂପ ପାଣିରେ ବୁଡ଼ି ରହିବା ଯୋଗୁ ସେମାନଙ୍କୁ ବହୁ ଦୂରରୁ ପିଇବାପାଣି ଆଣିବାକୁ ପଡୁଛି ବୋଲି ଶ୍ୟାମସୁନ୍ଦର ବାରିକ୍‌ କହିଛନ୍ତି। ବର୍ଷକର ପ୍ରାୟ ୪ମାସ ବୈତରଣୀ ନଦୀର ବନ୍ୟା ଘେରରେ ପ୍ରାୟ ୧୨ଶହରୁ ଊଦ୍ଧ୍ୱର୍ର୍ ଜନସାଧାରଣ ବର୍ଷବର୍ଷ ଧରି ଜୀବନ ବିତାଉଛନ୍ତି। ଅପରପକ୍ଷେ ଏହି ବ୍ଲକ ଅଧୀନସ୍ଥ ଜୟନ୍ତରା ପଞ୍ଚାୟତର ଜୟନ୍ତରା ଗ୍ରାମର ୪ ନଂ. ୱାର୍ଡରେ ପ୍ରାୟ ୬୬ ପରିବାର ବୈତରଣୀ ନଦୀର ବନ୍ଧ ମଧ୍ୟରେ ରହିଯାଇଥିବା ଯୋଗୁ ନଦୀରେ ସାମାନ୍ୟ ବନ୍ୟାପାଣି ଆସିଲେ ଏହି ଗ୍ରାମର ରାସ୍ତା ଘାଟ ସମେତ ଘରେ ପାଣି ପଶିଥାଏ। ଗ୍ରାମକୁ ସୁରକ୍ଷା ଦେବାପାଇଁ ଗାଁ ପଛରେ ଏକ ଘେରିବନ୍ଦ ରହିଛି। ହେଲେ ସେହି ବନ୍ଧର ଗୋଟିଏ ପାର୍ଶ୍ୱ ପ୍ରାୟ ୫ଶହ ମିଟର ମୂଖ୍ୟ ବନ୍ଧକୁ ସଂଯୋଗ କରାଯାଇ ନ ଥିବା ଯୋଗୁ ବନ୍ୟାଜଳ ସେହି ରାସ୍ତାରେ ଗ୍ରାମକୁ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ତେଣୁ ପ୍ରଶାସନ ଏହି ଗ୍ରାମରେ ବକେୟା ରହିଥିବା ଘେରିବନ୍ଧକୁ ସମ୍ପୂର୍ଣ୍ଣ କରାଗଲେ ଗ୍ରାମର ଜନସାଧାରଣ ବନ୍ୟା ଦାଉରୁ ରକ୍ଷା ପାଇପାରନ୍ତେ ବୋଲି ଜୟନ୍ତରା ଗ୍ରାମର ନାରାୟଣ ଚନ୍ଦ୍ର ଦାସ, ବଦ୍ରିନାରାୟଣ ମହାନ୍ତି ଓ ସୁବ୍ରତ ଦାସ କହିଛନ୍ତି। କସପା ପଞ୍ଚାୟତର ବ୍ରହ୍ମଚାରୀପାଟଣାଠାରେ ମରାମତି ଘାଇ ପୁଣି ଭାଙ୍ଗିଯିବା କାରଣରୁ ଦଶରଥପୁର ବ୍ଲକର ୧୩ ପଞ୍ଚାୟତ ଅଧୀନ ୩୭ ଗ୍ରାମର ୧୩ ହଜାର ୮୬୦ ଲୋକ ପ୍ରଭାବିତ ହୋଇଛନ୍ତି। ୧୦ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା କ୍ଷତିଗ୍ରସ୍ତ ହେବା ସହିତ ଶତାଧିକ କଚା ଘର, ୨୦୦ରୁ ଊର୍ଦ୍ଧ୍ୱ ଗୁହାଳ ମାଟିରେ ମିଶିଛି। ପାନୀୟ ଜଳ ସମସ୍ୟାର ନିରାକରଣ ପାଇଁ ୪ ପାଇପ ଜଳଯୋଗାଣ ପ୍ରକଳ୍ପ ଓ ୧୮୪ ନଳକୂପକୁ ମରାମତି କରାଯାଇ ପାନୀୟ ଉପଯୋଗୀ କରାଯାଉଛି ବୋଲି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ପ୍ରଶାସନ ତରଫରୁ ୧୨୦ କୁଇଣ୍ଟାଲ ଚୂଡା, ୨୦ କୁଇଣ୍ଟାଲ ଗୁଡ଼ ଓ ୫୫୭.୫ କୁଇଣ୍ଟାଲ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବା ବ୍ଲକ ସୂତ୍ରରୁ କୁହାଯାଇଛି। ତେବେ ରିଲିଫ ବଣ୍ଟନରେ ପ୍ରଶାସନର ବିଳମ୍ବ ପଦକ୍ଷେପ ବନ୍ୟା ଦୁର୍ଗତଙ୍କ ପାଇଁ ଅଭିଶାପ ହୋଇଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri