ସଙ୍କଟରେ ଜୀବନ

ଜଳବାୟୁ ପରିବର୍ତ୍ତନର ବିଭୀଷିକା ବିଶ୍ୱବାସୀ ଅଙ୍ଗେ ନିଭାଇବାକୁ ଆରମ୍ଭ କଲେଣି। ଅନାବୃଷ୍ଟି, ଅତିବୃଷ୍ଟି, ମରୁଡ଼ି, ବନ୍ୟା, ଫସଲହାନି, ଜଙ୍ଗଲକ୍ଷୟ ଓ ନାନାପ୍ରକାର ବୃକ୍ଷଲତା ତଥା ଜୀବଜନ୍ତୁଙ୍କର ବିଲୁପ୍ତିର ମୂଳରେ ଜଳବାୟୁ ପରିବର୍ତ୍ତନଜନିତ ଅନିୟମିତତା ନିହିତ। କିଛିବର୍ଷ ତଳେ ମିଳିତ ଜାତିସଂଘ ଉଦ୍‌ବେଗ ପ୍ରକାଶ କରି ବିଶ୍ୱ ସମୁଦାୟକୁ ଚେତାବନୀ ଦେଇଥିଲା ଯେ ପ୍ରତ୍ୟେକ ଦେଶ ବୈଶ୍ୱିକ ହାରାହାରି ତାପମାତ୍ରାକୁ ୧.୫ ଡିଗ୍ରୀ ହ୍ରାସ କରନ୍ତୁ ଓ ଏଥିପାଇଁ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରନ୍ତୁ। ନଚେତ୍‌ ପୃଥିବୀ ଖୁବ୍‌ଶୀଘ୍ର ଘୋର ବିପତ୍ତିର ସମ୍ମୁଖୀନ ହେବ। ବ୍ୟାପକ ଶିଳ୍ପାୟନ, ଜଙ୍ଗଲକ୍ଷୟ, ଦ୍ରୁତ ସହରୀକରଣ ଓ ମନୁଷ୍ୟର ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ମାନବ ସଭ୍ୟତାର ଧ୍ୱଂସସାଧନକୁ ଆମନ୍ତ୍ରଣ କରୁଛି। ସରକାର, ପ୍ରଜ୍ଞାଶୀଳ ବ୍ୟକ୍ତିବିଶେଷ ତଥା ସମାଜର ପୁରୋଭାଗର ଲୋକେ ଯେତେବେଳେ ଏ ନିଷ୍ଠୁର ସତ୍ୟକୁ ଉପେକ୍ଷା କରିଚାଲିଛନ୍ତି ସାଧାରଣ ମଣିଷଟି କେବଳ ତାହାହିଁ ଅନୁକରଣ କରୁଛି। ଗାଡ଼ି ମୋଟର ମଣିଷ ପାଇଁ ଏତେ ଅପରିହାର୍ଯ୍ୟ ହୋଇପଡ଼ିଛି ଯେ, ଏହା ବ୍ୟତିରେକେ ଜୀବନଯାତ୍ରା ସତେଯେପରି ବନ୍ଦ ହୋଇଯିବ। ପ୍ରତିଦିନ ବ୍ୟାପକ ଇନ୍ଧନର ଦହନ ଯୋଗୁ କାର୍ବନ ମନୋକ୍‌ସାଇଡ୍‌ ପରି ବିଷାକ୍ତ ଧୂଆଁ ବାୟୁମଣ୍ଡଳରେ ବିଷ ଲେପନ ପ୍ରକ୍ରିୟାକୁ ଅଧିକ ଜଟିଳ କରୁଛି ଜାଣି ମଧ୍ୟ ଆମେ ଏଥିରୁ ନିବୃତ୍ତ ହୋଇପାରୁ ନାହୁଁ। ସାଧାରଣ ଦୂରତାକୁ ଅତିକ୍ରମ କରିବା ପାଇଁ ଯାନ ବ୍ୟବହାର କରୁଛୁ। ଏଥିରେ ଆର୍ଥିକ କ୍ଷତି ସହ ପାରିବେଶିକ ଅସନ୍ତୁଳନ ଉଗ୍ରରୂପ ଧାରଣ କରୁଛି। ସାଇକେଲ ଚାଳନା ଓ ପଦଯାତ୍ରା ଭଳି ଶାରୀରିକ ବ୍ୟାୟାମରୁ ଆମେ ଦୂରେଇ ଯାଉଛୁ।
ଯେଉଁସବୁ ସୌଖୀନ ଉପକରଣ ବ୍ୟବହାରରେ ଆମେ ଅଭ୍ୟସ୍ତ ହୋଇଗଲୁଣି ସେଥିରୁ ମୁକ୍ତି ପାଇବା କଷ୍ଟ। ନିଜକୁ ବିକଶିତ ବୋଲି ପ୍ରଚାର କରୁଥିବା ବେଳେ ଆମେ ତୁଚ୍ଛା ବିନାଶକୁ ଆମନ୍ତ୍ରଣ କରୁଛୁ। ପ୍ରକୃତି ଉପରେ ଚାଲିଛି କୃତ୍ରିମତାର ରାଜତ୍ୱ। ବିବିଧ ପାନମସଲା ଗୁଟ୍‌ଖାର କୁପରିଣାମ ଏହାର ସୃଷ୍ଟି ସମୟରେ କ’ଣ ଜଣା ନଥିଲା ? ମାତ୍ର ଥରେ ଏଥିରେ ଅଭ୍ୟସ୍ତ ହେଲାପରେ ଏଥିରୁ ନିବୃତ୍ତ ହେବା ସହଜ ନୁହେଁ। ଆରମ୍ଭରୁ ତା’ର ଉପତ୍ାଦନକୁ ନିଷିଦ୍ଧ କରିବାର ଆବଶ୍ୟକତା ଥିଲା। ମାତ୍ର ତାହା ନକରି ଏହାର ପ୍ୟାକେଟ୍‌ ଉପରେ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ଲେଖିଦେଇ ଏହାର ବ୍ୟାପ୍ତିକୁ ପ୍ରୋତ୍ସାହନ ଧର୍ମକୁ ଆଖିଠାର ସଦୃଶ। ବର୍ତ୍ତମାନ ପ୍ଲାଷ୍ଟିକ୍‌ ଓ ପିଲିଥିନ୍‌ର ବ୍ୟବହାରକୁ ନିଷିଦ୍ଧ କରିବା ଅନ୍ୟତମ ସମସ୍ୟା। ଏହାର ବିକଳ୍ପ ଚିନ୍ତାକରିବା ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ। ବିକଳ୍ପ ବ୍ୟବସ୍ଥା ହୁଏତ ପ୍ଲାଷ୍ଟିକ ଓ ପଲିଥିନ୍‌ର ବ୍ୟବହାର ମାତ୍ରାକୁ ହ୍ରାସ କରିପାରେ। ସରକାରୀ ପ୍ରୋତ୍ସାହନରେ ସବୁକିଛି ପ୍ରଚଳିତ ହେଉଛି। ମାତ୍ର ତା’ର ଭୟାବହ ପରିଣତିକୁ ଆକଳନ କରି ଓ ପରିବେଶ ବିଜ୍ଞାନୀଙ୍କ ଚେତାବନୀ ପାଇ ସେଥିରୁ ନିବୃତ୍ତ ହେଲା ବେଳକୁ ନେଡିଗୁଡ଼ କହୁଣିରେ ପହଞ୍ଚତ୍ସାରିଛି। ବାର୍ଷିକ ପ୍ରାୟ ସାତହଜାର କୋଟି ଟଙ୍କାର ରାଜସ୍ବ ହାତଛଡ଼ା ହେବା ଭୟରେ ସରକାର ମଦକୁ ନିଷେଧ କରୁନାହାନ୍ତିି। କିନ୍ତୁ ପରୋକ୍ଷରେ ମଦ୍ୟପାନ ଜନିତ କ୍ଷତି ମିଳୁଥିବା ରାଜସ୍ବ ତୁଳନାରେ ଯଥେଷ୍ଟ ଅଧିକ ହେଲେ ମଧ୍ୟ ସରକାର ସେଥିପ୍ରତି ଧ୍ୟାନ ନ ଦେବା ପରିତାପର ବିଷୟ। ସମସ୍ତ ସାମାଜିକ ଅସନ୍ତୁଳନ, ଚାରିତ୍ରିକ ସ୍ଖଳନ, ପରପୀଡ଼ନ, ନୀତିହୀନ ଆଚରଣ ତଥା ନାରୀ ଅମର୍ଯ୍ୟାଦା ମୂଳରେ ଯେ ସେହି ମଦ୍ୟପାନର ଭୂମିକା ଲୁଚି ରହିଛି ଏହା ଅନସ୍ବୀକାର୍ଯ୍ୟ।
ପଲିଥିନ୍‌ କଥା ଯଦି ବିଚାରକୁ ନେବା ତେବେ ସେଥିରେ ଥିବା ପ୍ରଛନ୍ନ ସରକାରୀ ଉଦାରତା ନଜରକୁ ଆସିବ। ପଲିଥିନ୍‌ ସାଧାରଣ ମଣିଷ ବ୍ୟବହାର କରେ ସତ; କିନ୍ତୁ ତାକୁ ସେ ଉଭାବନ କରିନାହିଁ। ପ୍ରଥମରୁ ଏହାର ଉପତ୍ାଦନକୁ ନିୟନ୍ତ୍ରିତ କରିବାର ଥିଲା। ତା’ ହୋଇଥିଲେ ଝୋଟଶିଳ୍ପ ପରି ଅର୍ଥକରୀ ଉଦ୍ୟୋଗ ବିଲୁପ୍ତିରୁ ମୁକ୍ତ ହୋଇଥାନ୍ତା। ଘରେ ଘରେ ଝୋଟର କୁଟୀରଶିଳ୍ପ ଆଜି ମଧ୍ୟ ଉଜ୍ଜୀବିତ ଥାନ୍ତା। ଧାନ ପରେ ନଳିତା ଚାଷକୁ ଅଣଖାଦ୍ୟ ଅର୍ଥକରୀ ଫସଲର ମାନ୍ୟତା ମିଳିଥାନ୍ତା। ଗ୍ରାମୀଣ ମହିଳା ଅବସର ସମୟରେ ଝୋଟ ଓ ସୂତାରୁ ପ୍ରସ୍ତୁତ ନାନା କାରୁକାର୍ଯ୍ୟଭରା ବ୍ୟାଗ୍‌, କାଗଜ ପ୍ରସ୍ତୁତ ଠୁଙ୍ଗା, ବିଲରୁ ମିଳୁଥିବା କାଇଁଚ, ବେଣା, ଜୁଣରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜର ଆବଶ୍ୟକତା ପରିପୂରଣ ସହ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିପାରୁଥାନ୍ତା। ପଲିଥିନ୍‌ର ବ୍ୟବହାର ଆମକୁ ଏତେ ମୋହଗ୍ରସ୍ତ କରିଛି ଯେ, ତାକୁ ପରିହାର କରିବାର ଚିନ୍ତା ଆମକୁ ଉଦ୍ଭଟ ମନେ ହେଉଛି। ବିନା ପଲିଥିନରେ ଜୀବନ କେତେ ଶୃଙ୍ଖଳିତ ଥିଲା ଓ ପରିବେଶ କିପରି ଅନୁକୂଳ ଥିଲା ସେକଥା ଚିନ୍ତା କରିବାର ସାମର୍ଥ୍ୟ ଆଜିର ଯୁବବର୍ଗର ନାହିଁ।
ସାରା ପୃଥିବୀ ଆଜି ପ୍ରଦୂଷଣର କରାଳ ପଞ୍ଝାରେ କବଳିତ। ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଅବିକଶିତ ଓ ବିକାଶନ୍ମୁଖୀ ଦେଶଗୁଡ଼ିକର ଯେତିକି ଦାୟିତ୍ୱ ରହିଛି, ବିକଶିତ ରାଷ୍ଟ୍ରଗୁଡ଼ିକର ତା’ଠାରୁ ଅଧିକ ଦାୟିତ୍ୱ ରହିବା କଥା। ମାତ୍ର ସେପରି କିଛି ହେଉନାହିଁ କିମ୍ବା ହେବାର ମଧ୍ୟ ସମ୍ଭାବନା ନାହିଁ। ପକ୍କାଘର, ପକ୍‌କା ସଡ଼କ, ସେତୁ ସହ ତୈଳ ଇନ୍ଧନଯୁକ୍ତ ଯାନବାହନ, ତଥା ଘରେ ନାନାବିଧ ବୈଦ୍ୟୁତିକ ଉପାଦାନ ବ୍ୟବହାରରେ ମଣିଷ ଏତେ ଜଡ଼ିତ ଯେ ତାହାର ବ୍ୟବହାରହୀନତା ବା ସଂକୁଚିତ ବ୍ୟବହାର କଥା ମଣିଷ କଳ୍ପନା କରିପାରୁନାହିଁ। ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଜୀବାଶ୍ମ ଇନ୍ଧନର ବିକଳ୍ପ ଅନୁସନ୍ଧାନ କରି କେତେକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେଲେଣି। ଅଣପାରମ୍ପରିକ ତଥା ଅକ୍ଷୟଶକ୍ତି ଯଥା ସୂର୍ଯ୍ୟରଶ୍ମି ଓ ପବନଶକ୍ତି କାର୍ଯ୍ୟକ୍ଷମ କରିବା କ୍ଷେତ୍ରରେ ଆମେ ସମାନ ଅଗ୍ରଗତି କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପରି। ବିକଶିତ ବୃହତ୍‌ ଶକ୍ତିଗୁଡିକର ଏଥିରେ ଗୁରୁଦାୟିତ୍ୱ ରହିଛି।
ଜୈବିକ, ଅଜୈବିକ ଓ ସାଂସ୍କୃତିକ ଏହି ତିନି ପ୍ରକାର ପରିବେଶ ମଧ୍ୟରୁ ମଣିଷର ଜୀବନ ଧାରଣ ପାଇଁ ଯେଉଁ ପରିବେଶ ଆବଶ୍ୟକ ତାହା ଜୈବ ପରିବେଶ। ଉତ୍ତମ ଜୀବନ ଯାପନ ନିମିତ୍ତ ସ୍ବଚ୍ଛତା, ପରିମଳ, ବିଶୁଦ୍ଧ ଜଳ ଓ ବାୟୁ ଇତ୍ୟାଦିର ସୁଲଭତା ଅଜୈବ ବା ଜଡ଼ ପରିବେଶର ଅନ୍ତର୍ଭୁକ୍ତ। ସେହିପରି ମନୁଷ୍ୟର ଆଚରଣ, ପୂଜ୍ୟପୂଜନ, ନାରୀଜାତି ପ୍ରତି ସମ୍ମାନ, ମାତୃଭାଷାର ଉନ୍ନତୀକରଣ ଓ ମାନବିକ ମୂଲ୍ୟବୋଧ ପ୍ରତିପାଦନ ଇତ୍ୟାଦି ସମସ୍ତ ସୁସ୍ଥ ସାମାଜିକତା ସାଂସ୍କୃତିକ ପରିବେଶର ଅନ୍ତର୍ଭୁକ୍ତ। ଏ ତିନୋଟିଯାକ ପରିବେଶ ସୁରକ୍ଷାରେ ଆଧୁନିକ ମଣିଷର କାର୍ପଣ୍ୟ ପୃଥିବୀ ତଥା ପ୍ରକୃତି ପାଇଁ କ୍ଷତିକାରକ। ବୃକ୍ଷରାଜିର ବିଲୋପନ ସବୁଜ ପୃଥିବୀ ଗଠନର ପରିପନ୍ଥୀ। ପ୍ରସିଦ୍ଧ ବୈଜ୍ଞାନିକ ରୁଷ ଇଞ୍ଜିନୟର ତାଙ୍କ ଚେତାବନୀ ମୂଳକ ପ୍ରବନ୍ଧରେ ମାନବଜାତିକୁ ସତର୍କ କରାଇଦେଇଛନ୍ତି ଯେ ଆମେ ଅନୂ୍ୟନ ଦୁଇଟି ବୃକ୍ଷରୋପଣ କରି ତାକୁ ପରିପୁଷ୍ଟ କରିପାରିଲେ ଗୋଟିଏ ଗଛ କାଟିପାରିବା। ନଚେତ୍‌ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ପୃଥିବୀ କେବଳ ମରୁଭୂମିରେ ରୂପାନ୍ତରିତ ହେବ ନାହିଁ ବରଂ ବଞ୍ଚତ୍ବାର ସର୍ବନିମ୍ନ ଆବଶ୍ୟକତା ଅମ୍ଳଜାନ ଅଭାବରୁ ଆମେ ଅକାଳ ମୃତ୍ୟୁକୁ ସାମ୍‌ନା କରିବା।
ଅଶୋଧିତ ଜଳ, ପ୍ରଦୂଷିତ ବାୟୁ, ପ୍ରତିକୂଳ ପାଣିପାଗର ବିଭୀଷିକା ସହ ଅପମିଶ୍ରିତ ଖାଦ୍ୟ ଗ୍ରହଣ ମଣିଷ ଜୀବନ ପ୍ରତି ଏକ ସତର୍କ ଘଣ୍ଟି। କେବଳ ଏତିକି ନୁହେଁ ଉଚ୍ଚ ପାର୍ବତ୍ୟାଞ୍ଚଳରୁ ପାହାଡ଼ ପର୍ବତ ଚୂର୍ଣ୍ଣ କରି କ୍ଷୁଦ୍ର ପ୍ରସ୍ତର ଖଣ୍ଡ ବୋହିଆଣି ଆମେ ସମତଳ ତଥା ଉପକୂଳ ଅଞ୍ଚଳରେ ଯେଉଁସବୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରୁଛୁ ତାହା ହୁଏତ ସଭ୍ୟତାର ଅଗ୍ରଗତି ନିମିତ୍ତ ଆବଶ୍ୟକ ହୋଇପାରେ ;
ମାତ୍ର ଏହାଦ୍ୱାରା ପ୍ରକୃତିର ଭାରସାମ୍ୟ ଉପରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ବନ୍ୟା, ବାତ୍ୟା, ମରୁଡ଼ି, ବଜ୍ରପାତ ଓ ସର୍ବୋପରି ଭୂମିକମ୍ପକୁ କିପରି ପ୍ରତିହତ କରାଯାଇପାରିବ ସେ ସମ୍ବନ୍ଧରେ ବୈଜ୍ଞାନିକ ଅନୁସନ୍ଧାନ ଜାରି ରହିଥିଲେ ମଧ୍ୟ ଏହାର ସମାଧାନ ଏତେ ସହଜ ମନେ ହେଉନାହିଁ। କେବଳ ବ୍ୟାପକ ବୃକ୍ଷରୋପଣ ଓ ତା’ର ପରିପାଳନ କିଛି ମାତ୍ରାରେ ଏହାକୁ ପ୍ରତିହତ କରିବାରେ ସକ୍ଷମ ହେବ। ସତରେ ମଣିଷ ଜୀବନ ଆଜି ସଙ୍କଟରେ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ:୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri