ପାରିବାରିକ କଳହରୁ ଜୀବନ ଯାଉଛି

ଭୁବନେଶ୍ୱର, ୩।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ବିଗତ ଦିନରେ ଘଟିଥିବା କେତେକ ଘଟଣାରୁ ମାନବିକତା ହଜିଯାଉଥିବା ଭଳି ମନେ ହେଉଛି। ଭୀମଟାଙ୍ଗି ଅଞ୍ଚଳରେ ଘରେ ପଶି ମହିଳାଙ୍କ ତଣ୍ଟି କାଟି ହତ୍ୟା, ମନୀଷ ଅନୁରାଗ ଦାସ ହତ୍ୟାକାଣ୍ଡ, ଜୟଦେବ ବିହାର, ସିଆର୍‌ପି ଛକ ଗୋଷ୍ଠୀ ସଂଘର୍ଷ ବା ମହିଳା ପୋଷାକ ପିନ୍ଧି ପଡ଼ୋଶୀଙ୍କ ଘରେ ପଶି ମା’ଝିଅଙ୍କୁ ଛୁରିରେ ଆକ୍ରମଣ କରିବା ଆଦି ଘଟଣା ରାଜଧାନୀବାସୀଙ୍କୁ ଆତଙ୍କିତ କରି ପକାଇଲାଣି। ବିଭିନ୍ନ ଅପରାଧର ପୃଷ୍ଠଭୂମିକୁ ଦେଖିଲେ କମିଶନରେଟ ପୋଲିସକୁ ଯେପରି ଅପରାଧୀଙ୍କ ତିଳେମାତ୍ର ଖାତିର ନ ଥିବା ମନେ ହେଉଛି। ନିର୍ଭୟରେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲୁଛନ୍ତି ଅପରାଧୀ। ଅପରପକ୍ଷରେ ରାଜଧାନୀରେ ପାରିବାରିକ କଳହ ଯୋଗୁ ହତ୍ୟାକାଣ୍ଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଚନ୍ଦ୍ରଶେଖରପୁର ଥାନା ବିର୍ସାମୁଣ୍ଡା ବସ୍ତିରେ ରହୁଥିବା ରଙ୍ଗଲାଲ ପୂର୍ତ୍ତି ଗତ ଫେବୃୟାରୀ ୩ରେ ସ୍ତ୍ରୀ ମାମିନାଙ୍କୁ ପିଟି ହତ୍ୟା କରିଥିଲେ। ପରକୀୟା ପ୍ରୀତି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ରଙ୍ଗଲାଲଙ୍କୁ ଗିରଫ କରିଥିଲା। ସେହିପରି ଭରତପୁର ଥାନା ରୁଚିକା ମାର୍କେଟ ମହାବୀର ବସ୍ତିରେ ଗୀତା ସେଠୀଙ୍କ ସହ ଏସ୍‌.କେ. ଫରିଦ୍‌ ରହୁଥିଲେ। ସେପ୍ଟେମ୍ବର ୭ ରାତିରେ ଗୀତାଙ୍କ ବେକକୁ ଫରିଦ୍‌ ଏକ ଓଢ଼ଣୀରେ ଭିଡ଼ି ହତ୍ୟା କରି ଘର ବାହାର ପଟୁ ତାଲା ପକାଇ ଫେରାର ହୋଇଯାଇଥିଲେ। ଘଟଣାର ୨୩ ଦିନ ପରେ ଅଭିଯୁକ୍ତ ଫରିଦ୍‌ଙ୍କୁ ପୋଲିସ ନୟାଗଡ଼ ବସ୍‌ଷ୍ଟାଣ୍ଡରୁ ଗିରଫ କରିଥିଲା। ମଙ୍ଗଳବାର ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗରରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ଆର୍ଥିକ ଅନଟନରେ ପଡ଼ି ଅବନ୍ତୀ ମଙ୍ଗରାଜ ୯ବର୍ଷର ପୁଅ ଦିପ୍ତିଦୀପକ ଓ ସ୍ତ୍ରୀ ସ୍ବର୍ଣ୍ଣଲତାଙ୍କୁ ହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି।

ଉଭଣୀକୁ ସମସ୍ତେ ମିଶି ମାରିଦେଲେ
ସ୍ବର୍ଣ୍ଣଲତାଙ୍କୁ ସ୍ବାମୀ ଅବନ୍ତୀ ବୈଦିକ ରୀତିରେ ୧୧ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ପାରିବାରିକ ଜୀବନ ବେଶ୍‌ ଭଲରେ ଚାଲିଥିଲା। ହେଲେ ଲକ୍‌ଡାଉନ ଆରମ୍ଭ ହେବା ପରେ ଅବନ୍ତୀଙ୍କ ଚାକିରି ଚାଲିଯାଇଥିଲା। ଏଥିସହ ଅବନ୍ତୀଙ୍କ ପରିବାର ଲୋକ ଭଉଣୀ ସ୍ବର୍ଣ୍ଣଲତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଅବନ୍ତୀ ଭଉଣୀଙ୍କୁ ଅଧିକାଂଶ ସମୟରେ ମାଡ଼ ମାରିବା ସହ ଅତ୍ୟାଚାର କରୁଥିଲେ। ଗତ କିଛ ମାସ ହେଲା ଆର୍ଥକ ଓ ପାରିବାରିକ ସମସ୍ୟା ଯୋଗୁ ଝଗଡ଼ା ବଢ଼ିଯାଇଥିଲା। ତେଣୁ ମୋ ଭଉଣୀ ଓ ପୁତୁରାର ହତ୍ୟା ପାଇଁ ଅବନ୍ତୀ ଓ ତାଙ୍କ ପରିବାର ଲୋକ ହିଁ ଦାୟୀ। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୃତ ସ୍ବର୍ଣ୍ଣଲତାଙ୍କ ଭଉଣୀ କହିଛନ୍ତି।

ନାତି ଟୋକାକୁ ବି ଛାଡ଼ିଲାନି ସଇତାନ
ଝିଅ ସ୍ବର୍ଣ୍ଣଲତା ଓ ନାତି ଦିପ୍ତିଦୀପକ ଓରଫ କାହ୍ନାର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ଆଈ, ମାମୁ ଓ ମାଉସୀ। ଘର ବାହାରେ ସମସ୍ତେ ବାହୁନି କାନ୍ଦୁଥିବାବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ତ୍ରୀସ୍ବାମୀ ମଧ୍ୟରେ ଝଗଡା ହୁଏ ଓ ପରବର୍ତ୍ତୀ ସମୟରେ ସମାଧାନ ହୁଏ। ହେଲେ ଏପରି କ’ଣ ହେଲା ସ୍ବାମୀ ଏପରି ସଇତାନ ସାଜିଲା ଆମେ ବିଶ୍ୱାସ କରିପାରୁନାହୁଁ ବୋଲି ସ୍ବର୍ଣ୍ଣଲତାଙ୍କ ମା’ କହିଛନ୍ତି। ଜ୍ୱାଇଁ ଏମତି ପିଶାଚ ସାଜି କୁନି ପୁଅକୁ ହତ୍ୟା କରିବେ ବୋଲି ଭାବି ନ ଥିଲି। ଛୋଟ ପିଲା କାହ୍ନାକୁ ହେଲେ ଛାଡି ଦେଇଥାନ୍ତା। ବହୁ ସରାଗରେ ମୁଁ ତା ନାଁ ଦେଇଥିଲି କାହ୍ନା। ମୋ ଝିଅ, ନାତିକୁ ଯେଉଁମାନେ ମାରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ।

ସୋମବାର ରାତିରେ ଭୀଷଣ ପାଟିତୁଣ୍ଡ ହୋଇଥିଲା
ପଡ଼ୋଶୀ ମହିଳା ସୁଜାତାଙ୍କ କହିବା ମୁତାବକ ଗତ ୬ ମାସ ହେଲା ଅବନ୍ତୀ ମଙ୍ଗରାଜ ପରିବାର ସହ ଏଠାରେ ଘରଭଡ଼ା ନେଇ ରହୁଥିଲେ। ସ୍ତ୍ରୀସ୍ବାମୀ ମଧ୍ୟରେ ଗତ କିଛି ଦିନ ଧରି ପାଟିତୁଣ୍ଡ ଚାଲିଥିଲା। ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା। ତା’ପରେ କ’ଣ ହେଲା ଆମେ କିଛି ଜାଣିନୁ। ପୋଲିସ ଓ ଝିଅର ପରିବାର ଲୋକ ଆସିବା ପରେ ମା’ପୁଅଙ୍କୁ ହତ୍ୟା କରି ସ୍ବାମୀ ଫେରାର ହୋଇ ଯାଇଥିବା ଜାଣିବାକୁ ପାଇଲୁ।

୫ଦିନ ପୂର୍ବରୁ ପୁଅ ପାଇଁ ନୂଆ ସାଇକେଲ ଆଣିଥିଲେ
ପଡ଼ୋଶୀ ମହିଳା ରଚନାଙ୍କ କହିବା ମୁତାବକ ସ୍ତ୍ରୀସ୍ବାମୀ ଝଗଡ଼ା ଲାଗିଲେ ମଧ୍ୟ ଉଭୟ ପୁଅ କାହ୍ନାକୁ ବେଶ୍‌ ଭଲପାଉଥିଲେ। ୫ଦିନ ତଳେ ଦୀପକ ପାଇଁ ତାଙ୍କ ବାପା ନୂଆ ସାଇକେଲ ମଧ୍ୟ ଆଣିଥିଲେ। କାହ୍ନା ଭଲ ପାଠ ପଢିବା ସହ ନାଚ ଗୀତରେ ବେଶ୍‌ ଭଲ କରୁଥିଲା। ତା’ ମା ତାଙ୍କୁ ଡ୍ୟାନ୍ସ କ୍ଲାସ୍‌କୁ ବି ଛାଡ଼ିବାକୁ ଯାଆନ୍ତି। ଏଥିସହ ସ୍ବାମୀ ଅବନ୍ତୀ ପ୍ରତଦିନ ଭୋରରୁ ଫୁଲ ତୋଳିବା ସହ ପୁଅକୁ ସ୍କୁଲ ମଧ୍ୟ ଛାଡିବାକୁ ଯାଆନ୍ତି। ହେଲେ ଏପରି କ’ଣ ସମସ୍ୟା ହେଲା ଯେ, ଏତେ ବଡ଼ ଜଘନ୍ୟ ଅପରାଧ ଘଟାଇଲେ। ଆମେ ବିଶ୍ୱାସ କରିପାରୁ ନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri