ଜୀବନ ଓ ଜଗନ୍ନାଥ

ଜୀବନ ଜିଇବା ପାଇଁ ସୃଷ୍ଟିରେ ଅନେକ ଶିକ୍ଷଣୀୟ ତତ୍ତ୍ୱ ରହିଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପରେ ସମାଜ ଆମକୁ ଅନେକ କିଛି ଶିଖାଇଥାଏ। ସେଥିପାଇଁ ବିଶ୍ୱର ପ୍ରତିଟି ସୃଷ୍ଟି ସ୍ବତନ୍ତ୍ର ଉଦ୍ଦେଶ୍ୟମୂଳକ। ଯେମିତି ଭଗବାନ୍‌ ଶ୍ରୀଜଗନ୍ନାଥଙ୍କର ଆବିର୍ଭାବ ଏବଂ ଦୈନନ୍ଦିନ ରୀତିନୀତି ମାନବୀୟ ଜୀବନର ଏକ ପ୍ରମୁଖ ମାର୍ଗଦର୍ଶକ। ଶ୍ରୀଜଗନ୍ନାଥ ମାନବୀୟ ଲୀଳା କରିବା ପାଇଁ ଶ୍ରୀମନ୍ଦିରରେ ବିରାଜମାନ କରିଛନ୍ତି। ତେଣୁ ଶାସ୍ତ୍ରରେ କୁହାଯାଇଛି – ଶ୍ରୀଶୋ ମାନୁଷ ଲୀଳୟା। ମାନବୀୟ ଲୀଳା କହିଲେ ମନୁଷ୍ୟମାନଙ୍କର ଦୈନନ୍ଦିନ ବ୍ୟବହାର ଭଳି ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ରୀତିନୀତିକୁ ବୁଝାଏ। ବର୍ତ୍ତମାନର ବିଜ୍ଞାନ ଏବଂ ମେଡିକାଲ ସାଇନ୍ସର କିଛି ତତ୍ତ୍ୱ କେମିତି ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ରୀତିନୀତିରେ ସହସ୍ର ସହସ୍ର ବର୍ଷ ଧରି ପ୍ରଚଳିତ ଅଛି ତାହା ଆଶ୍ଚର୍ଯ୍ୟ ଲାଗେ। ମହାପ୍ରଭୁ ସର୍ବଦା ବ୍ରାହ୍ମ ମୁହୂର୍ତ୍ତରେ ଅର୍ଥାତ୍‌ ସୂର୍ଯ୍ୟୋଦୟ ସମୟରେ ନିଦ୍ରା ତ୍ୟାଗ କରନ୍ତି। ଏହାପରେ ମଙ୍ଗଳ ଆଳତି,ଅବକାଶ,ତଡ଼ପଲାଗି ଏବଂ ଗୋପାଳ ବଲ୍ଲଭ ହୁଏ। ସୂର୍ଯ୍ୟପୂଜା ଶ୍ରୀମନ୍ଦିରର ଏକ ଦୈନନ୍ଦିନ ନୀତି। ଏହି ସମସ୍ତ ପ୍ରାତଃକାଳୀନ ନୀତି ଆମର ଶରୀର ବିଜ୍ଞାନ ସହ ଜଡ଼ିତ, ଯେଉଁ ପ୍ରଣାଳୀକୁ ଡାକ୍ତରମାନେ ଉପଦେଶ ଦିଅନ୍ତି। ରାତିରେ ଶୀଘ୍ର ନିଦ୍ରା ଯାଇ ସକାଳେ ଶୀଘ୍ର ଶଯ୍ୟା ତ୍ୟାଗ କରିବା ପାଇଁ ଡାକ୍ତର ଉପଦେଶ ଦିଅନ୍ତି। ଶ୍ରୀମନ୍ଦିରର ପରମ୍ପରାରେ ରାତ୍ରି ଦଶଟା ଭିତରେ ପହଡ଼ ପଡ଼ି ମହାପ୍ରଭୁ ନିଦ୍ରା ଯାଆନ୍ତି। ଯଦ୍ୟପି ଭକ୍ତଙ୍କ ଭିଡ଼କୁ ଦେଖି ନୀତିକାନ୍ତିରେ ବେଳେବେଳେ ସମୟ ଅନୁପାଳନ କରାଯାଇପାରୁନାହିଁ କିନ୍ତୁ ଶ୍ରୀମନ୍ଦିରର ନିୟମ ସର୍ବଦା ମାନବର ଜୀବନଶୈଳୀକୁ ଶୃଙ୍ଖଳିତ କରିବାର ଉପଦେଶ ଦିଏ। ପ୍ରାତଃ ଅବକାଶ ସମୟରେ ମୁତୁରୀ ଦାନ୍ତକାଠିରେ ଦାନ୍ତ ଘଷନ୍ତି ମହାପ୍ରଭୁ। ଦାନ୍ତକାଠି ଦାନ୍ତକୁ ଯେତିକି ଶକ୍ତ ରଖେ ବୃକ୍ଷ ରସର ପ୍ରଭାବ ଦାନ୍ତକୁ ସେତିକି ସୁସ୍ଥ ରଖେ। ତା’ପରେ ଶ୍ରୀବିଗ୍ରହଙ୍କର ଦର୍ପଣ ସ୍ନାନ ହୁଏ। ଏହା ମାନବକୁ ପ୍ରାତଃ ସ୍ନାନ ପାଇଁ ଉପଦେଶ ଦିଏ। ସୂର୍ଯ୍ୟପୂଜାରୁ ଆମେ ସୂର୍ଯ୍ୟ ନମସ୍କାର, ଯୋଗ ଏବଂ ଧ୍ୟାନ ଇତ୍ୟାଦିର ଉପଦେଶ ପାଉ। ଡାକ୍ତରୀ ବିଦ୍ୟା କୁହେ, ସୂର୍ଯ୍ୟଙ୍କଠାରୁ ମାନବ ଅତ୍ୟନ୍ତ ଉପାଦେୟ ଭିଟାମିନ୍‌ ପାଇଥାଏ ଯାହା ଶରୀରକୁ ସୁସ୍ଥ ରଖେ। ତେଣୁ ପ୍ରତିଦିନ ସୂର୍ଯ୍ୟୋଦୟ ରଶ୍ମି ଶରୀରରେ ପଡ଼ିବାପାଇଁ ଉପଦେଶ ରହିଛି।
ମହାପ୍ରଭୁଙ୍କୁ ସକାଳୁ ସକାଳୁ ଗୋପାଳ ବଲ୍ଲଭ ପ୍ରସାଦ ଭୋଗ ହୁଏ। ସେଥିରେ ସୁଜିନିର୍ମିତ ପ୍ରସାଦ, ଫଳ, ଖଇକୋରା ଇତ୍ୟାଦି ପ୍ରସାଦ ଲାଗେ। ଏହାକୁ ମାନବୀୟ ଭାଷାରେ ଜଳଖିଆ କହୁ। ପ୍ରତିଦିନ ଜଳଖିଆ ଦୀର୍ଘ ସମୟର ବ୍ୟବଧାନରେ ଖିଆଯାଉଥିବାରୁ ଖୁବ୍‌ ଗୁରୁତ୍ୱ ବହନକରେ। ଡାକ୍ତରମାନେ କୁହନ୍ତି, ଏକା ସାଙ୍ଗରେ ଭୋଜନ ନ କରି ଅଳ୍ପ ଅଳ୍ପ କରି ଦିନରେ ବାରମ୍ବାର ଭୋଜନ କରାଯିବ ଏବଂ ବିବିଧ ପୁଷ୍ଟିକର ଖାଦ୍ୟ ଗ୍ରହଣ କରାଯିବ। ଶ୍ରୀଜଗନ୍ନାଥଙ୍କର ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ଭଣ୍ଡ, ସା ଧୂପ, ବଡ଼ ସିଂହାର ଇତ୍ୟାଦି କ୍ରମରେ ଦିନରେ ଅନେକ ଥର ଭୋଜନ ବ୍ୟବସ୍ଥା ଏହାକୁ ହିଁ ସୂଚାଇଥାଏ। ସା ଧୂପ ପରେ ରାତ୍ରିରେ ବଡ଼ସିଂହାରରେ ମହାପ୍ରଭୁ ଅଳ୍ପ ପ୍ରସାଦ ଗ୍ରହଣ କରନ୍ତି। ରାତ୍ରିଭୋଜନ ସ୍ବଳ୍ପ ହେବା ଉଚିତ୍‌। ଏହାଦ୍ୱାରା ହଜମ ପ୍ରକ୍ରିୟା ଉପରେ ଚାପ ପଡ଼ିବନାହିଁ ଏବଂ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ବିଶ୍ରାମ ନେବାରେ ସମସ୍ୟା ହେବନାହିଁ। ତେଲ, ମସଲା, ରାଗ, ମିଠା, ଲୁଣ ଇତ୍ୟାଦି ବର୍ତ୍ତମାନ ମାନବ ପାଇଁ ବିଷ ତୁଲ୍ୟ। ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ପାଇଁ ମେଡିକାଲ ସାଇନ୍ସ ଏ ସବୁର ନିୟନ୍ତ୍ରିତ ବ୍ୟବହାର ପାଇଁ ଉପଦେଶ ଦିଏ; ଯାହା ଶ୍ରୀଜଗନ୍ନାଥ ମନ୍ଦିରରେ ସର୍ବଦା ଅନୁପାଳନୀୟ। ଶ୍ରୀମନ୍ଦିର ପ୍ରସାଦ ନିର୍ମାଣରେ ଲଙ୍କା, ତେଲ, କ୍ଷତିକାରକ ମସଲା, ଚିନି, ଆଳୁ ଇତ୍ୟାଦି ବ୍ୟବହାର ହୁଏନାହିଁ। ଲୁଣ ସ୍ଥାନରେ ପୂର୍ବରୁ ସୈନ୍ଧବ ଲବଣ ବ୍ୟବହୃତ ଥିଲା। କ୍ଷୀର, ଗୁଡ଼, ଘିଅ, ଦହି, ଗୋଲମରିଚ, ଜିରା, ସୋରିଷ, ନବାତ, ଲହୁଣି, ଅଦା ଇତ୍ୟାଦି ସ୍ବାସ୍ଥ୍ୟକର ଦ୍ରବ୍ୟରେ ଶ୍ରୀମନ୍ଦିର ରୋଷଶାଳ ତଥା ରୀତିନୀତି ପରିଚାଳିତ।
ଶ୍ରୀମନ୍ଦିର ରୋଷେଇରେ କୂପଜଳ ଏବଂ ମାଟିପାତ୍ର ହିଁ ବ୍ୟବହାର ହୁଏ। ପିତ୍ତଳ, ରୌପ୍ୟ ତଥା ପ୍ରସ୍ତର ପ୍ରଭୃତି ବ୍ୟବହାର ବ୍ୟତୀତ ପ୍ଲାଷ୍ଟିକ୍‌ ଇତ୍ୟାଦିର ବ୍ୟବହାର ଶ୍ରୀମନ୍ଦିରରେ ହୁଏ ନାହିଁ। ଏହା ବ୍ୟଞ୍ଜନକୁ ଶୁଦ୍ଧ ରଖେ ଏବଂ ଶରୀରରେ ବିବିଧ ରୋଗର ପ୍ରବେଶ କରାଏ ନାହିଁ। ମୋଟାମୋଟି ଭାବରେ ସାତ୍ତ୍ୱିକ ଏବଂ ପୌଷ୍ଟିକ ଆହାର ହିଁ ମାନବର ବୁଦ୍ଧି ତଥା ଶରୀରକୁ ସୁସ୍ଥ ରଖେ- ଏହି ବାର୍ତ୍ତା ଦିଏ ଶ୍ରୀମନ୍ଦିର। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଅଣସର ସମୟରେ ଫୁଲୁରୀ ତେଲ ସାଙ୍ଗରେ ରାଶି ତେଲ, କେତକୀ, ବେଣାଚେର ଇତ୍ୟାଦି ଘର୍ଷଣ ହୁଏ। ଏତଦ୍‌ ବ୍ୟତୀତ ଦଶମୂଳ ଔଷଧରେ ବିବିଧ ବୃକ୍ଷଲତାର ମୋଦକ ପ୍ରସ୍ତୁତ ହୁଏ, ଯାହା ପ୍ରାକୃତିକ ଚିକିତ୍ସା ପଦ୍ଧତିକୁ ସମ୍ମାନ ଦିଏ। ଅଧରପଣାରେ ବ୍ୟବହୃତ ନବାତ, କଦଳୀ, କର୍ପୂର, ଛେନା, ଗୋଲମରିଚ ଇତ୍ୟାଦିର ମିଶ୍ରଣ ଶରୀରର ବାତ ଏବଂ ପିତ୍ତ ଦୋଷକୁ ନିୟନ୍ତ୍ରଣକରେ ବୋଲି ଶାସ୍ତ୍ର ମତ ଦିଅନ୍ତି। ଆଜିକାଲି ବିବିଧ ଅପମିଶ୍ରିତ କସ୍‌ମେଟିକ୍‌ ଦ୍ରବ୍ୟ କ୍ୟାନ୍‌ସର ଏବଂ ଚର୍ମରୋଗର କାରଣ ବୋଲି ଅନୁସନ୍ଧାନରୁ ଜଣାପଡ଼େ। ତେଣୁ କସ୍‌ମେଟିକ୍‌ ବ୍ୟବହାର ଉପରେ ମାନବ ସତର୍କ ରହିବା ପାଇଁ ଡାକ୍ତରୀ ବିଦ୍ୟା ଉପଦେଶ ଦିଏ। ଶ୍ରୀଜଗନ୍ନାଥଙ୍କର ଶୃଙ୍ଗାରରେ ଚନ୍ଦନ, ଗୋରଚନା, କସ୍ତୁରୀ, ଝୁଣା, ହଳଦୀ, ଶଙ୍ଖ ଗୁଣ୍ଡ, ହରିତାଳ, ହିଙ୍ଗୁଳ, କର୍ପୂର, ବିବିଧ ପୁଷ୍ପ, ଲତା, ପତ୍ର ଇତ୍ୟାଦି ବ୍ୟବହୃତ ହୁଏ। ବନକଲାଗି ସେବାରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ସମୟରେ ବିବିଧ ପ୍ରାକୃତିକ ଦ୍ରବ୍ୟ ବ୍ୟବହାର ହୁଏ। ଶ୍ରୀଜଗନ୍ନାଥ ଯେବେ ରଥଯାତ୍ରାରେ ଯାଆନ୍ତି ସେତେବେଳେ କେବଳ ଖେଚୁଡ଼ି ପ୍ରସାଦ ପାଇଥାଆନ୍ତି। ଯାତ୍ରା ସମୟରେ ସ୍ବଳ୍ପ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣକଲେ ଉଦରଜନିତ ସମସ୍ୟା ନ ରହି ଯାତ୍ରା ସୁଖପ୍ରଦ ରୁହେ। ଖେଚୁଡ଼ି ଶୀଘ୍ର ପ୍ରସ୍ତୁତି ହୋଇପାରେ ଏବଂ ପୁଷ୍ଟିକର ଯାହା ଯାତ୍ରା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମହାପ୍ରଭୁ ବିବିଧ ରତ୍ନର ମାଲିକ ହୋଇ ମଧ୍ୟ ସେ ଦାରୁ ଦେବତା ଏବଂ କାଠ ନିର୍ମିତି ରଥରେ ଉପବେଶନ କରନ୍ତି। ମହାପ୍ରଭୁ ଉପଦେଶ ଦେଇଛନ୍ତି ‘ବୃକ୍ଷ ହିଁ ଜୀବନ’। ଯେଉଁ ବୃକ୍ଷକୁ ଆଧାରକରି ସ୍ବୟଂ ମହାପ୍ରଭୁ ଶରୀର ଧାରଣ କରନ୍ତି ସେହି ବୃକ୍ଷର ସୁରକ୍ଷା ଆବଶ୍ୟକ। ଆଜି ସମଗ୍ର ବିଶ୍ୱ ବୃକ୍ଷ ସୁରକ୍ଷା ପାଇଁ ଚିନ୍ତିତ। ଶ୍ରୀଜଗନ୍ନାଥ ଜଣେ ମାତ୍ର ଦେବତା ଯିଏ ନବକଳେବର ସମୟରେ ଜନ୍ମମୃତ୍ୟୁର ରହସ୍ୟକୁ ନିଜ ରୀତିନୀତିରେ ପ୍ରତିଫଳିତ କରନ୍ତି। ଏହା ହିଁ ଜୀବନ ଦର୍ଶନ। ଆମେ ଓଡ଼ିଆ ନିଶ୍ଚୟ ଧନ୍ୟ ଯେ ମହାପ୍ରଭୁ ଓଡ଼ିଶା ମାଟିରେ ଆବିର୍ଭୂତ ହୋଇଛନ୍ତି।

ଡ. ଭାରତ ଭୂଷଣ ରଥ
ଉପନିର୍ଦ୍ଦେଶକ,ଦୂରଶିକ୍ଷା ନିର୍ଦ୍ଦେଶାଳୟ
ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ
ତିରୁପତି, ଆନ୍ଧ୍ରପ୍ରଦେଶ
ମୋ:୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri