ମିଛ ହିଁ ସୁନ୍ଦର

ବୁଝିଲ ବନ୍ଧୁ, ଆମେମାନେ ଯେତେ ସଚ୍ଚୋଟ, ସ୍ବଚ୍ଛ ବୋଲି ଦେଖେଇ ହେଉଥିଲେ ମଧ୍ୟ ପ୍ରକୃତରେ ଆମେ ମିଛ ଏବଂ ଛଳନାପୂର୍ଣ୍ଣ ଜୀବନ ବଞ୍ଚୁଛେ। ଆଉ ଏ ଛଳନା ଆମର ପାରିବାରିକ ଜୀବନରେ ସବୁଠୁ ଅଧିକ ବୋଲି ମୁଁ ଭାବେ। ପାରିବାରିକ ସମ୍ପର୍କ ପୋଡ଼ି ଛାରଖାର ହୋଇଯାଇଥିଲେ ବି ବାହାରକୁ ସମସ୍ତେ ଏମିତି ଅଭିନୟ କରନ୍ତି ସତେ ଯେମିତି ସେମାନେ ହେଉଛନ୍ତି ଏ ସୃଷ୍ଟିର ସବୁଠୁ ସୁଖୀ ପରିବାର। ସାମାଜିକ ଲଜ୍ଜା ଭୟରେ ଅଧିକାଂଶ ଲୋକ ନିଜର ପୋଡ଼ା ହୃଦୟକୁ ଗୋଟେ ଅଜାଗା ଘାଆ ଭଳି ଲୁଚେଇ ରଖିବାକୁ ଇଚ୍ଛା କରନ୍ତି। ଖାଲି ସେତିକି ନୁହଁ, ମାତ୍ରାଧିକ ସତ୍ୟକୁ ମଧ୍ୟ ମଣିଷ ବରଦାସ୍ତ କରିପାରେନି। ତେଣୁ ଅନେକ ସମୟରେ ମିଛ ଶୁଣିବାକୁ ଓ ମିଛ ଭିତରେ ବଞ୍ଚତ୍ବାକୁ ଭଲପାଏ। ମିଛର ଚାଦରଟେ ଢାଙ୍କି ହୋଇଥିବାରୁ ବାହାର ଲୋକଙ୍କ ଆଖିରେ ଲୋକମାନେ ଜହ୍ନ ପରି ସୁନ୍ଦର ଦେଖାଯାନ୍ତି।“
ବନ୍ଧୁଙ୍କର ଏ ପ୍ରକାର ହତାଶାଭରା ଦାର୍ଶନିକତାରେ ଟିକେ ଅସହଜ ଅନୁଭବ କରି କହିଲି, ” ତମ ପରିବାର ତ ଗୋଟେ ସୁଖୀ ପରିବାର। ତମ ଦୁହିଁଙ୍କୁ ସମସ୍ତେ ଗୋଟେ ଆଦର୍ଶ ଦମ୍ପତି ଭାବରେ ବିଚାର କରି ଈର୍ଷା କରନ୍ତି, ଅନ୍ୟମାନଙ୍କ ପାଖରେ ଉଦାହରଣ ଦିଅନ୍ତି। ସତ କହିବାକୁ ଗଲେ ତମମାନଙ୍କର ଦାମ୍ପତ୍ୟ ମାଧୁର୍ଯ୍ୟ ଦେଖି ମୁଁ ଈର୍ଷାନ୍ବିତ। ତେବେ ଆଜି ଏମିତିଆ ପ୍ରବଚନ ଦେବାର ତାତ୍ପର୍ଯ୍ୟ?“ ବନ୍ଧୁ କହିଲେ, ”ମୋ କଥା ଛାଡ଼। ମୁଁ ଯାହା କହିଲି ସେକଥାରେ ତ ଭୁଲ୍‌ ନାହିଁ । ସମସ୍ତେ ନିଜ ପାଇଁ ଆଦର୍ଶ ପରିଚୟଟେ ତିଆରି କରିବାକୁ ବ୍ୟାକୁଳ। ସେଥିପାଇଁ ସତ୍ୟ ଉପରେ ଆକର୍ଷଣୀୟ ମିଛର ପ୍ରଲେପ ଦେଇ ସମସ୍ତେ ପ୍ରଚାର ପ୍ରସାର କରନ୍ତି। ଆମ ଅଫିସରେ କାମ କରୁଥିବା ରାୟ ବାବୁଙ୍କ କଥା ଜାଣିଛ? “
”ହଁ, ଖୁବ୍‌ ଭଲ ଲୋକ। ତାଙ୍କ ସ୍ତ୍ରୀ ମଧ୍ୟ ସ୍ନେହୀ, ମିଷ୍ଟଭାଷୀ। ଏତେ ସୁନ୍ଦର ଯୋଡ଼ି ତାଙ୍କର; ସତରେ ଈଶ୍ବର ହିଁ ଯୋଡ଼ିଛନ୍ତି ସେ ଦୁହିଁଙ୍କୁ।“ ମୋ ଉତ୍ତର ଶୁଣି ବନ୍ଧୁ କହିଲେ, ”ଜାଣିଛ, ଗତ ମାସରେ ମୁଁ ତାଙ୍କ ଘରକୁ ଯାଉଥିଲି। ଘର ପାହାଚ ଉଠିଲା ବେଳକୁ ଶୁଣିଲି ରାୟ ବାବୁଙ୍କୁ ଗାଳି ଦେଉଥାନ୍ତି ତାଙ୍କ ସ୍ତ୍ରୀ। ତାଙ୍କୁ ଖରାପ ନ ଲାଗୁ ବୋଲି ସେଇଠୁ ଚୁପ୍‌ଚାପ୍‌ ଫେରିଆସିଥିଲି। କିନ୍ତୁ ତା’ ପରେ ସେମାନଙ୍କୁ ଲକ୍ଷ୍ୟ କରିଛି। କେହି କାହାର ମୁହଁ ଚାହିଁବାକୁ ବି ଇଚ୍ଛା କରୁ ନ ଥିବେ, ଅଥଚ ବାହାରକୁ କେଡ଼େ ସୁନ୍ଦର ସେମାନଙ୍କ ପରିଚୟ! ସେଥିପାଇଁ ସମସ୍ତେ ଭାବନ୍ତି ଯେ ସେମାନେ ଗୋଟେ ସୁଖୀ ପରିବାର।“
ମୋର ବନ୍ଧୁ ପୁଣି ବଖାଣ ଆରମ୍ଭ କଲେ। ”ଆମ ଘର ପାଖ ରଥ ମଉସାଙ୍କ କଥା ଶୁଣ। ତାଙ୍କ ଦି’ ପୁଅ ଯାକ ବାହାରେ ଚାକିରି କରନ୍ତି ବୋଲି ମଉସାଙ୍କ ମନ ଗଗନ ପବନରେ ଉଡ଼େ। ଏମିତି ଦେଖିଲେ, ଆମେ ସମସ୍ତ ପିଲା ଜନ୍ମ କରିଛେ କେବଳ ଅନ୍ୟ ଦେଶଗୁଡ଼ିକ ପାଇଁ । ଇଂଲଣ୍ଡ, ଆମେରିକା, ଜର୍ମାନୀ କି ଅଷ୍ଟ୍ରେଲିଆ ଭଳି ଦେଶରେ ଯଦି ଆମ ପିଲା ଚାକିରି ନ କରି ପାରିଲେ ତେବେ ଆମ ମା’ବାପାପଣିଆକୁ ଧିକ୍‌। ଏବେ ସେ ବୁଢ଼ାବୁଢ଼ୀଙ୍କ ଅବସ୍ଥା ଦେଖିବା କଷ୍ଟକର। ତାଙ୍କୁ ନିଜର ଜନ୍ମ ଜନ୍ମର ଶତ୍ରୁ ଭାବୁଥିବା ବଡ଼ବୋହୂ ଚାରିବର୍ଷ ପରେ ଦି ଦିନ ପାଇଁ ଆସିଥିଲା। ଦି’ ଦିନ ଭିତରେ ଦି’ ମିନିଟ୍‌ ମଧ୍ୟ ଶାଶୁ ଶ୍ବଶୁରଙ୍କ ପାଖେ ରହି ନ ଥିବ, ତାଙ୍କ ଭଲମନ୍ଦରେ କାମରେ ଆସିବା ଦୂର କଥା। ବୋହୂର କଥାରେ ବସଉଠ ହେଉଥିବା ପୁଅ ମଧ୍ୟ ମା’ବାପାଙ୍କର ସମସ୍ୟାକୁ ଶୁଣେ, କିନ୍ତୁ କିଛି ପ୍ରତିକ୍ରିୟା ଦେଖାଏନି। ସାନ ପୁଅବୋହୂଙ୍କ କଥା ୟାଠାରୁ ବେଶି। ପୁଅ ସିନା ଓଡ଼ିଶା ବାହାରେ ରହେ, ବୋହୂ ତ ଏଇ ଭୁବନେଶ୍ୱରରେ ରହୁଛି। ଶାଶୁ ଶ୍ବଶୁରଙ୍କ ପାଖରେ ରହିବନି ବୋଲି ନାନା ବାହାନା ଦେଖେଇ ଅଲଗା ଜାଗାରେ ଘର ନେଇ ରହୁଛି। ବୁଢ଼ାବୁଢ଼ୀଙ୍କୁ ଦେଖିବାକୁ ଆସିବାର ନଁା ବି ଧରୁନି। କିଛିଦିନ ତଳେ ମଉସାଙ୍କର ହାର୍ଟ ଅପରେଶନ ହେଲା। ପୁଅବୋହୂଙ୍କ ଭିତରୁ କେହି ଜଣେ ହେଲେ ଆସିଲେନି! ଆମେମାନେ ଥିଲୁ ବୋଲି ସେ ବଞ୍ଚତ୍ଗଲେ। କିନ୍ତୁ ମାଉସୀ ତାଙ୍କ ପିଲାମାନଙ୍କ ସପକ୍ଷରେ ସଫେଇ ଦେଇ କଥା କହନ୍ତି। ପିଲାମାନେ ୟାଙ୍କ ପାଇଁ ବହୁତ ବ୍ୟସ୍ତ ହେଉଛନ୍ତି – ଏକଥା ମିଛ ବୋଲି ସେ ଜାଣନ୍ତି, କିନ୍ତୁ ବାହାରକୁ ଅଲଗା କଥା କହନ୍ତି। ମିଶ୍ର ବାବୁଙ୍କ ପିଲାମାନେ ସମସ୍ତେ ବାହାରେ ରହନ୍ତି। ଏ ଦୁହେଁ କେବେ କେମିତି ପିଲାଙ୍କ ପାଖକୁ ବୁଲିଗଲେ ସେଠି ଏମିତି ପରିସ୍ଥିତି ହୁଏ ଯେ ଦିନ କେତେଟାରେ ଫେରି ଆସିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ଆମ ଆଗରେ ଦେଖେଇ ହୁଅନ୍ତି ଯେ, ଏମାନେ ଗଲେ କାଳେ ପିଲାମାନେ ଅଫିସରୁ ଛୁଟି ନେଇ ୟାଙ୍କ ସେବା କରନ୍ତି। ଭିତରେ କାନ୍ଦୁଥିଲେ ବି ଉପରକୁ ଦେଖେଇହୋଇ ଏ ସମସ୍ତେ ଏମିତି ମିଛ କାହିଁକି କହନ୍ତି ଭାବିଲ? ସବୁ ସତ କହି ହୁଏନି କି ସବୁ ମିଛ ସହି ହୁଏନି। ଅନେକ ସମୟରେ ମିଛ ହିଁ ସୁନ୍ଦର।
ଆମର ପ୍ରାୟ ଘଣ୍ଟାଏ ଧରି ଆଲୋଚନା ଶେଷ ହେବା ବେଳକୁ ବନ୍ଧୁଙ୍କ ଧର୍ମପତ୍ନୀ ଘର ଭିତରକୁ ପଶି ଆସୁଆସୁ ମତେ ଦେଖିଦେଇ ସ୍ବତଃ ଭ୍ରୂକୁଞ୍ଚନ କରିପକେଇଲେ। ସଙ୍ଗେସଙ୍ଗେ ମୁହଁର ଭାବ ସଜାଡ଼ିନେଇ ମତେ ନମସ୍କାରଟେ ପକେଇ ମୋ ପଛପଟେ ଛିଡ଼ାହେଇ ତାଙ୍କ ସ୍ବାମୀଙ୍କୁ କି ପ୍ରକାର ଇଙ୍ଗିତ ଦେଖେଇଲେ ଯେ ବିଚରା ବନ୍ଧୁଙ୍କ ମୁହଁ ଶୁଖିଗଲା। କିନ୍ତୁ କଥା ବଞ୍ଚେଇ ସେ କହିଲେ, ”ଏତେ ସମୟ ଧରି ଘରେ ନ ଥିଲେ ବୋଲି ତମ ଭାଉଜଙ୍କ ମନ ଦୁଃଖ। ସେ ପଚାରୁଛନ୍ତି ତମ ପାଇଁ ଚା’ କରିବେ କି ନାହିଁ।“ ବନ୍ଧୁଙ୍କ ଅବସ୍ଥା ଦେଖି ବହୁତ ବିକଳ ଲାଗିଲା। କାଳବିଳମ୍ବ ନ କରି ଫେରିବାକୁ ଉଦ୍ୟତ ହେଲାବେଳେ କହିଲି, ”ତମେ ଠିକ୍‌ କହୁଥିଲ, ମିଛ ହିଁ ସୁନ୍ଦର।“
ଅଧ୍ୟାପକ, ଇଂଲିଶ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri