ରାଷ୍ଟ୍ର ନିର୍ମାଣରେ ଏଲ୍‌ଆଇସିର ଅନନ୍ୟ ଯୋଗଦାନ

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ଡିଭିଜନ ଜୀବନବୀମା କର୍ମଚାରୀ ସଂଘ (ବିଡିଏଲ୍‌ଆଇଇଏ)ର ୧୬ ତମ ବାର୍ଷିକ ଉତ୍ସବ ଓ ୨ ଦିନିଆ ଜୀବନବୀମା କର୍ମଚାରୀ ସଂଘ ସମ୍ମିଳନୀ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏପରିକି ରୂପନାରାୟଣ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଡିଭିଜନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଆଇଆଇଆଇଇଏର ବରେଲୀ ଡିଭିଜନର ସାଧାରଣ ସମ୍ପାଦକ ଗୀତା ସାନ୍ତ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହିତ ସେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ଆର୍ଥିକ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସେହିଭଳି ପୂର୍ବ କେନ୍ଦ୍ରୀୟ କ୍ଷେତ୍ରର ସାଧାରଣ ସମ୍ପାଦକ ତ୍ରିନାଥ ଦୋରା କହିଥିଲେ, ବିଗତ ୫୦ବର୍ଷରୁ ଅଧିକ ସମୟ ହେବ ଏଲ୍‌ଆଇସି ଦେଶର ବିକାଶ ଓ ରାଷ୍ଟ୍ର ନିର୍ମାଣରେ ଅନନ୍ୟ ଯୋଗଦାନ ଦେଇଥିବାବେଳେ କେନ୍ଦ୍ର ସରକାର ଏଭଳି ଏକ ସଂସ୍ଥାକୁ ଘରୋଇକରଣ କରିବାକୁ ଯୋଜନା କରୁଛନ୍ତି। ଏପରିକି ଏଲ୍‌ଆଇସି ଭଳି ଏକ ଲାଭଦାୟକ ସଂସ୍ଥାକୁ ଦୁର୍ବଳ କରିବା ସହ ସରକାରୀ ଅଂଶଧନକୁ ବିକ୍ରିକରିବା ପାଇଁ ଯେଉଁ ଅପଚେଷ୍ଟା କରାଯାଉଛି ସେ ବିଷୟରେ ଦୋରା ତୀବ୍ର ନିନ୍ଦା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏଲ୍‌ଆଇଇଏର କଟକ ଡିଭିଜନର ସାଧାରଣ ସମ୍ପାଦକ ଅଭୟ କୁମାର ଦାସ, ବ୍ରହ୍ମପୁର ଡିଭିଜନର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ରଥ ଏବଂ ସମ୍ବଲପୁର ଡିଭିଜନର ସାଙ୍ଗଠନିକ ସମ୍ପାଦକ ଆଶିଷ କୁମାର ମହାପାତ୍ରଙ୍କ ସମେତ ସାଧାରଣ ବୀମା ଶିଳ୍ପର ସାଧାରଣ ସମ୍ପାଦକ ଦେବାଶିଷ ନାୟକ ପେନ୍‌ସନ ସଂଘର ସାଧାରଣ ସମ୍ପାଦକ ମାନଗୋବିନ୍ଦ ବାରିକ, ଭୁବନେଶ୍ୱର ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ମନୋରଞ୍ଜନ ଦାସ ଓ ଅନ୍ୟମାନେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ପରିଶେଷରେ ସଂଘର ସାଧାରଣ ସମ୍ପାଦକ ଭାରତ ଭୂଷଣ ନାଏକ ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ସାଙ୍ଗଠନିକ ସମ୍ପାଦକ ରମାକାନ୍ତ ଦାଶ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri