୨୬/୧୧ ମୁମ୍ବାଇ ଆକ୍ରମଣ: ଆଜିବି ଲିଭିନି କ୍ଷତିର ଦାଗ, ଭୁଶୁଡି ପଡିଥିଲା ମୁମ୍ବାଇର ଅର୍ଥନୀତି

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ସୁରକ୍ଷା ଚିନ୍ତା ବଢ଼ାଇଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ଏକସଙ୍ଗେ ମୁମ୍ବାଇ ମହାନଗରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିବା ସହ ଅନେକେ ଆହତ ହୋଇଥିଲେ। ୧୦ ଲଶ୍କର ଆତଙ୍କବାଦୀ କରାଚୀରୁ ମାଛଧରା ବୋଟରେ ଆସି ମୁମ୍ବାଇରେ ୬୦ଘଣ୍ଟା ଧରି ଲଗାତର ଆକ୍ରମଣ ଜାରି ରଖିଥିଲେ। ତେବେ ଏହି ଦିନର ଭୟାନକ ଦୃଶ୍ୟକୁ ଦେଶର ଲୋକମାନେ କେବେ ବି ଭୁଲି ପାରିବେ ନାହିଁ। ଏହି ଆକ୍ରମଣ ହେତୁ ମୁମ୍ବାଇର ଓବରୟ ହୋଟେଲର ବ୍ୟବସାୟରେ କୋଟି କୋଟି ଟଙ୍କା କ୍ଷତି ହୋଇଥିଲା। ଏଥି ସହିତ ମୁମ୍ବାଇ ମଧ୍ୟ ଏହି ବୋମା ଆକ୍ରମଣ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୁମ୍ବାଇର ପ୍ରତିଷ୍ଠିତ ହୋଟେଲ ତାଜ ପ୍ୟାଲେସ ୧୧୪ କୋଟିରୁ ଅଧିକ କ୍ଷତି ସହିଥିଲା। ଇଟି ରିପୋର୍ଟ ଅନୁଯାୟୀ ହୋଟେଲ ମ୍ୟାନେଜର ବିଦ୍ୟାଧର ବିଦ୍ୟା କହିଛନ୍ତ, ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷୟକ୍ଷତିର ଆକଳନ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡିଥିଲା। ତେଣୁ ସର୍ଭେ କରିବା ପରେ ଏହାର ମୂଲ୍ୟ ୧୧୪ କୋଟି ଟଙ୍କା ହିସାବ କରାଯାଇଥିଲା।
ଯଦିଓ ଆକ୍ରମଣର ୧୫ ବର୍ଷ ବିତିଯାଇଛି, ତଥାପି ଏହାର କ୍ଷତ ମୁମ୍ବାଇବାସୀଙ୍କ ମନରେ ଆଜି ବି ରହିଛି। ସେହି ଦିନର ଭୟାନକ ଦୃଶ୍ୟକୁ ସେମାନେ କେବେବି ଭୁଲିପାରିବେ ନାହିଁ ।

ଓବରୟ ହୋଟେଲ, ନରିମାନ ପଏଣ୍ଟ, ଜାଭେରୀ ବଜାର, ତାଜ ହୋଟେଲର ବ୍ୟବସାୟ ୬୦ ଘଣ୍ଟାରୁ ଅଧିକ ସମୟ ଯାଏଁ ଠପ୍‌ ହୋଇଯାଇଥିଲା। ଦୈନିକ ୧୦୦୦କୋଟି ଟଙ୍କା ବ୍ୟବସାୟ ହେଉଥିବା ବ୍ୟବସାୟ ୪ଦିନ ପାଇଁ ଅଟକି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?