Categories: ବାଣିଜ୍ୟ

ଲାପ୍‌ସ ପଲିସି ପୁନରୁଦ୍ଧାର ଲାଗି ଏଲ୍‌ଆଇସିର ସୁବିଧା

ଭୁବନେଶ୍ୱର,୧୧।୮:ଲାପ୍‌ସ ହୋଇଥିବା ପଲିସି ପୁନରୁଦ୍ଧାର ଲାଗି ଭାରତୀୟ ଜୀବନ ବୀମା ନିଗମ ଏହାର ପଲିସିଧାରୀଙ୍କୁ ସୁବିଧା ପ୍ରଦାନ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଲୋକଙ୍କ ଲାଗି ଏଲ୍‌ଆଇସି ଏଭଳି ଏକ ସୁବିଧା ଆଣିଥିବା କହିଛି। ଚଳିତ ମାସ ୧୦ ତାରିଖଠାରୁ ୯ା୧୦ା୨୦୨୦ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୁନରୁଦ୍ଧାର କ୍ୟାମ୍ପେନ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଛି। ଏହି ସୁବିଧାର ଲାଭ ନେବାକୁ କମ୍ପାନୀ ପକ୍ଷରୁ ପଲିସିଧାରୀଙ୍କୁ ନିବେଦନ କରାଯାଇଛି। କୌଣସି ଅସୁବିଧା ଯୋଗୁ ପ୍ରିମିୟମ ପ୍ରଦାନ ନ କରିବା ଯୋଗୁ ସାଧାରଣତଃ ପଲିସି ବନ୍ଦ ହୋଇଯାଇଥାଏ। ଲୋକମାନେ ନୂଆ ସୁବିଧା ଲାଗି ସ୍ଥାନୀୟ କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏଲ୍‌ଆଇସି ପକ୍ଷରୁ କୁହାଯାଇଛି ଯେ, ଜୀବନ ବୀମା ସୁବିଧାକୁ ପୁଣି ଥରେ ଚାଲୁ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ସୁଯୋଗ ପ୍ରଦାନ କରାଯିବ। ଗ୍ରାହକଙ୍କୁ ସର୍ବଦା ଅଗ୍ରାଧିକାର ଦେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ସୁବିଧା ଗ୍ରହଣ ଦ୍ୱାରା ପରିବାରର ଆର୍ଥତ୍କ ନିରାପତ୍ତାକୁ ଗ୍ରାହକ ପୁଣିଥରେ ସୁନିଶ୍ଚିତ କରିପାରିବେ।

Share