Categories: ବାଣିଜ୍ୟ

ହ୍ବାଟ୍ସଆପ୍‌ରେ ମିଳିବ ଏଲ୍‌ଆଇସି ସେବା

ନୂଆଦିଲ୍ଲୀ,୪।୧୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଏକ ସ୍ବତନ୍ତ୍ର ସେବା ‘ ହ୍ବାଟ୍ସଆପ୍‌ ସର୍ଭିସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ସେବା ବୀମାଧାରୀ ଓ ନିଗମ ମଧ୍ୟରେ ଏକ ସମତୁଲ ସମ୍ପର୍କ ସୃଷ୍ଟି କରିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଏଲ୍‌ଆଇସିର ଚେୟାରମ୍ୟାନ୍‌ ଏମ୍‌ .ଆର୍‌. କୁମାର କହିଛନ୍ତି, ହ୍ବାଟ୍ସଆପ୍‌ରେ ପଲିସିଧାରୀମାନେ ଅନେକ ସେବା ପାଇପାରିବେ। ବିଶେଷକରି ଯେଉଁମାନେ ଏଲ୍‌ଆଇସିର ପୋର୍ଟାଲରେ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଅପରପକ୍ଷରେ ଏଲ୍‌ଆଇସିର ସ୍ବତନ୍ତ୍ର ମୋବାଇଲ ନମ୍ବର ୮୯୭୬୮୬୨୦୯୦ରେ ବୀମାଧାରୀ ସେମାନଙ୍କ ମୋବାଇଲ ନମ୍ବରରେ ଉକ୍ତ ନମ୍ବରକୁ ‘ହାଏ’ କହି ହ୍ବାଟ୍ସଆପ୍‌ରେ ମସେଜ କଲେ ବୀମାଧାରୀମାନେ ୧୧ଟି ପ୍ରମୁଖ ସେବା ଯଥା ବକେୟା ବୀମାରାଶିଠାରୁ ଆରମ୍ଭ ଏଲ୍‌ଆଇସିର ଆଣ୍ଡ ଅଫ୍‌ କନର୍ଭସସେଦ ପର୍ଯ୍ୟନ୍ତ ସମସ୍ତ ସେବା ପାଇପାରିବେ।

Share