Categories: ବାଣିଜ୍ୟ

ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏଲ୍‌ଆଇସି ଲିଷ୍ଟିଂ

ନୂଆଦିଲ୍ଲୀ,୧୨।୮: ରାଷ୍ଟ୍ରାୟତ୍ତ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)କୁ ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ପୁଞ୍ଜିବଜାରରେ ଲିଷ୍ଟିଂ ବା ସୂଚୀଭୁକ୍ତ କରାଇବା ଲାଗି ସରକାର ଯୋଜନା ରଖିଛନ୍ତି। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକରୁ ୫୦ ହଜାର କୋଟି ଟଙ୍କାର ଡିଭିଡେଣ୍ଡ ଆଦାୟ କରିବାକୁ ସରକାର ଯୋଜନା ରଖିଥିବା ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ଏବଂ ନିବେଶ ବିଭାଗ ସଚିବ ତୁହିନକାନ୍ତ ପାଣ୍ଡେ ବୁଧବାର ସୂଚନା ଦେଇଛନ୍ତି। ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଥିବାରୁ ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସକୁ ସରକାର ଧ୍ୟାନରେ ରଖିଛନ୍ତି। ସେହିଭଳି ରାଷ୍ଟ୍ରାୟତ୍ତ ଭାରତ ପେଟ୍ରୋଲିୟମ ଏବଂ ଏୟାର ଇଣ୍ଡିଆର ଘରୋଇକରଣ ମାର୍ଚ୍ଚ ୨୦୨୨ ସୁଦ୍ଧା ସାରିବାକୁ ଯୋଜନା ରଖାଯାଇଛି। ଏଲ୍‌ଆଇସିର ଆଇପିଓ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଗତ ମାସରେ ମଞ୍ଜୁରୀ ପ୍ରଦାନ କରିଛି। ଏହାର କେତେ ଅଂଶଧନ ବିକ୍ରି ହେବ ସେ ନେଇ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ବିଚାର କରିବ। ଆର୍ଥତ୍କ ସେବା ବିଭାଗ ଏ ସଂକ୍ରାନ୍ତ ବିଭିନ୍ନ ଦିଗ ଉପରେ ବର୍ତ୍ତମାନ କାମ କରୁଛି। ଏଲ୍‌ଆଇସି ଆଇନ ୧୯୫୬ର ସଂଶୋଧନ ହେବ। ସରକାର ପ୍ରସ୍ତାବିତ ଆଇପିଓ ନେଇ ଶୀଘ୍ର ଏନେଇ ଏକ ଡ୍ରାଫ୍ଟ ଜାରି କରିବେ। ସେବି ସହ ଏ ଦିଗରେ ଆଲୋଚନା ଜାରି ରହିଛି ବୋଲି ପାଣ୍ଡେ ସ୍ପଷ୍ଟ କରିଛନ୍ତି।

Share