‘କ୍ରେଡିଟ୍‌ କାର୍ଡ’ ଆଣିଲା ଏଲ୍‌ଆଇସି: ମାଗଣାରେ ମିଳିବ ୫ ଲକ୍ଷର ବୀମା ସୁରକ୍ଷା ସମେତ ଅନେକ ଲାଭ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ସୁରକ୍ଷା ସହ ଅନେକ ଲାଭ ପ୍ରଦାନ କରାଯାଉଛି। କ୍ରେଡିଟ୍‌ କାର୍ଡରେ ଯୋଗଦାନ ଏବଂ ବାର୍ଷିକ ଶୁଳ୍କ ନାହିଁ। ଏହାଛଡ଼ା ବର୍ଷକୁ ୯% ସୁଧ ହାର ରହିଛି। ସାରା ଦେଶରେ ୨୭ କୋଟିରୁ ଅଧିକ ପଲିସିଧାନୀଙ୍କୁ ପ୍ରତ୍ୟେକ ଏଲ୍‌ଆଇସି ବୀମା ଯୋଗଦାନ ଉପରେ ରିଓ୍ବାର୍ଡ ପଏଣ୍ଟ ରୂପରେ ସଞ୍ଚୟର ସୁବିଧା ମିଳିବ।

ଏଲ୍‌ଆଇସି କାର୍ଡସ୍‌, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଏବଂ ମାଷ୍ଟରକାର୍ଡ ଦୁଇ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛନ୍ତି। ଏହି କାର୍ଡର ନାମ ଏଲ୍‌ଆଇସି କ୍ଲାସିକ୍‌ ଏବଂ ଏଲ୍‌ଆଇସି ସିଲେକ୍ଟ ରହିଛି। କ୍ଲାସିକ୍‌ କାର୍ଡରେ ଅତିକମ୍‌ରେ ଗୋଟିଏ ଟ୍ରାନ୍ଜାକ୍ସନ କଲେ ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣାଜନିତ ସୁରକ୍ଷା ମିଳିବ। ୩୦ ଦିନ ମଧ୍ୟରେ ୫୦୦୦ ହଜାର ଟଙ୍କା ଖର୍ଚ୍ଚ କଲେ ୧୦୦୦ ଟଙ୍କାର ରିଓ୍ବାର୍ଡ ପଏଣ୍ଟ ମିଳିବ। କୋର୍ଡ ଜେନେରେଟ୍‌ ହେବାର ୩୦ ଦିନ ମଧ୍ୟରେ କରାଯାଇଥିବା ପ୍ରଥମ ଇଏମ୍‌ଆଇ ଦେଣ ଉପରେ ୫% ନଚେତ ୧୦୦୦ ଟଙ୍କା ଯାଏ କ୍ୟାଶବ୍ୟାକ୍‌ ମିଳିବ। ଘରୋଇ ବିମାନ ବୁକିଂରେ ମଧ୍ୟ ୫୦୦ ଟଙ୍କା ଯାଏ ରିହାତି ମିଳିବ।

ସେହିଭଳି ଏଲ୍‌ଆଇସି ସିଲେକ୍ଟ କ୍ରେଡିଟ୍‌ କାର୍ଡରେ ମଧ୍ୟ ଅନେକ ଲାଭ ମିଳିବ। ସୁଧ ହାର ୦.୭୫% ପ୍ରତିମାସ ନଚେତ ବାର୍ଷିକ ୯% ରୁ ଆରମ୍ଭ ହେବ। ଏହା ମାସକୁ ୩.୫% ନଚେତ ବର୍ଷକୁ ୪୨% ଯାଏ ହୋଇପାରିବ। ଘରୋଇ ନଚେତ ଅନ୍ତର୍ଜାତୀୟ ଏଟିଏମ୍‌ରେ ୪୮ ଦିନ ଯାଏ ସୁଧମୁକ୍ତ ନଗଦ ମୁକାଳିବାର ସୁବିଧା ମିଳିବ। ବିଳମ୍ବରେ ଟଙ୍କା ପୈଠକ କଲେ ମୂଳ ପେମେଣ୍ଟର ୧୫% ଅଧିକ ଦେବାକୁ ହେବ। ଏହା ଅତିକମ୍‌ରେ ୧୦୦ ଟଙ୍କା ଏବଂ ସର୍ବାଧିକ ୧୨୫୦ ଟଙ୍କା ରହିଛି। କେବଳ ଏତିକି ନୁହେଁ ଏଲ୍‌ଆଇସି କ୍ରେଡିଟ୍‌ କାର୍ଡରେ ଯାତ୍ରାଜନିତ ଲାଭ, ଦୁର୍ଘଟଣା ବୀମା, ଇନ୍ଧନରେ ଟଙ୍କା ଛାଡ଼ ଆଦି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri