Categories: ବାଣିଜ୍ୟ

ମାର୍ଚ୍ଚ ମଧ୍ୟରେ ଏଲ୍‌ଆଇସି ଆଇପିଓ

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ର ଆଇପିଓ ସମ୍ପର୍କରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ୟାପିଟାଲ ମାର୍କେଟ ରେଗୁଲେଟର ସେବୀଙ୍କ ସହ ସରକାର ରବିବାର ଏକ ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ମାଧ୍ୟମରେ ବୀମା ବେହେମଥ ଏଲ୍‌ଆଇସିର ୫% ଅଂଶଧନ ବିକ୍ରୟ ପାଇଁ ପେପର ଦାଖଲ କରିଛନ୍ତି। ଏହା ମାର୍ଚ୍ଚ ମଧ୍ୟରେ ଡି-ଷ୍ଟ୍ରିଟ (ଶେୟାର ବଜାର)କୁ ଆସିବ ବୋଲି ଜଣାପଡିଛି। ଏହାର ଶେୟାର ପ୍ରାୟ ୫% ଇକ୍ୱିଟି ଗ୍ରହଣ କରୁଛି ବୋଲି ନିବେଶ ଏବଂ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ବିଭାଗ (ଡିପିଏମ୍‌) ସଚିବ ତୁହିନ୍‌ କାନ୍ତ ପାଣ୍ଡେ ଏ ନେଇ ଏକ ଟୁଇଟ୍‌ କରିଛନ୍ତି।

Share