ଏଲ୍‌ଆଇସିର ୫୮ ହଜାର କୋଟିର ବଡ଼ ପ୍ଲାନ୍‌, ଆଗକୁ…

ନୂଆଦିଲ୍ଲୀ, ୧୮।୬: ଦେଶର ସବୁଠାରୁ ବଡ଼ ଇନ୍ସ୍ୟୁରାନ୍ସ କମ୍ପାନୀ ଏଲ୍‌ଆଇସି ଆଗକୁ ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଜମି ଏବଂ ବିଲ୍ଡିଂ ବ୍ୟବସାୟ କରିବା ପାଇଁ ଏଲ୍‌ଆଇସି ୫୮ ହଜାର କୋଟି ଟଙ୍କାର ପ୍ଲାନ ପ୍ରସ୍ତୁତ କରିଛି । ମିଡିଆ ରିପୋର୍ଟ ଅନୁସାରେ ଏଲ୍‌ଆଇସିର ବିଭିନ୍ନ ସହରରେ ରହିଥିବା ରିୟଲ୍‌ଇଷ୍ଟେଟ୍‌ ସମ୍ପତ୍ତି ବିକ୍ରିକରି ବ୍ୟବସାୟ କରିବାକୁ ଯାଉଛି । କମ୍ପାନୀର ଅନେକ ପ୍ଲଟ୍‌ ଏବଂ ବାଣିଜ୍ୟ ଭିତ୍ତିକ ବିଲ୍ଡିଂ ରହିଛି । ରେଳ ବିଭାଗ ଏବଂ ସେନା ପାଖରେ ରହିଥିବା ଜମି ପରେ ଏଲ୍‌ଆଇସି ପାଖରେ ଅଧିକ ଜମି ରହିଛି । ଯାହାର ଦାମ୍‌ ଲକ୍ଷ ଲକ୍ଷ କୋଟି ଟଙ୍କା ହେବ ।

ମିଳିଥିବା ସୂଚନା ଅନୁସାରେ ଏଲ୍‌ଆଇସିର ଉପରିସ୍ଥ ଅଧିକାରୀଙ୍କ ମଧ୍ୟରେ କେତେକ ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଛି । ଏଲ୍‌ଆଇସିର ପଡ଼ି ରହିଥିବା ଜମି ଏବଂ ପ୍ରାଇମ୍‌ ଲୋକେସନ୍‌ରେ ଥିବା ବିଲ୍ଡିଂଗୁଡ଼ିକରୁ କିପରି ଅର୍ଥ ଉପାର୍ଜନ କରିହେବ ସେ ନେଇ ବାଚାର କରାଯାଉଛି । ଏଗୁଡ଼ିକର ଦାମ୍‌ ନିର୍ଦ୍ଧାରଣ କରିବାକୁ ଯୋଜନା ହେଉଛି । ପୂର୍ବରୁ ନିର୍ଦ୍ଧାରଣ ହୋଇଥିବା ଦାମ୍‌ ଅନୁସାରେ ଏଲ୍‌ଆଇସି ପାଖରେ ୫୦ରୁ ୬୦ ହଜାର କୋଟିର ସମ୍ପତ୍ତି ରହିଛି । ଯାହାକି ଏବେ ୫ରୁ ୬ଗୁଣ ବୃଦ୍ଧି ପାଇଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri