Categories: ବାଣିଜ୍ୟ

୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ ନଥିବା ଜଣାପଡିଛି। ମହାରାଷ୍ଟ୍ର ରାଜ୍ୟ ପାଇଁ ଏହି ଜିଏସ୍‌ଟି ସହିତ ସୁଧ ଏବଂ ପେନାଲଟି ମଧ୍ୟ ଦେବାକୁ କୁହାଯାଇଛି। ଏଲଆଇସିକୁ ଏହି ନୋଟିସ ମୁମ୍ବାଇ ଡେପୁଟି କମିଶନର ଏବଂ ଷ୍ଟେଟ ପକ୍ଷରୁ ମିଳିଛି।

ଏଲଆଇସି ୨୦୧୭-୧୮ରେ ୩୬୫ କୋଟି ଟଙ୍କା କର ଆକାରରେ ଦେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ସୁଧ ଏବଂ ପେନାଲଟି ମିଶି ୪୦୪ କୋଟି ଟଙ୍କା ହୋଇଛି। ଏଥିରେ ୩୬.୫୦ କୋଟି ଟଙ୍କା ଚାକରବାଟି ସୁଧ ମଧ୍ୟ ସାମିଲ ଅଛି। ତେବେ ଏହି ନୋଟିସ ବିରୁଦ୍ଧରେ ଏଲଆଇସି ଅପିଲ କରିବ ବୋଲି ସୋମବାର କହିଛି। ଏହି କାରଣରୁ କମ୍ପାନୀର ପରିଚାଳନାରେ କୌଣସି ସମସ୍ୟା ହେବ ନାହିଁ ବୋଲି ମଧ୍ୟ ସୂଚନା ଦେଇଛି।

Share