ପାଠାଗାର ସଂସ୍କୃତି ବୁଡ଼ିବାକୁ ବସିଛି

ଯାଜପୁର ଅଫିସ,୨୯ା୫: ସଂରକ୍ଷଣ ଓ ପରିଚାଳନା ଅଭାବରୁ ସମଗ୍ର ଯାଜପୁର ଜିଲାର ପ୍ରାୟ ୨ ହଜାର ପାଠାଗାର ଲୋପ ପାଇବାକୁ ବସିଲାଣି। ପ୍ରାକ୍‌ ସ୍ବାଧୀନତା କାଳରେ ବିନୋବାଜୀଙ୍କ ଆହ୍ବାନରେ ଅଧିକାଂଶ ଗ୍ରାମରେ ପାଠାଗାର ଖୋଲାଯାଇଥିଲା। ସେତେବେଳେ ସେଗୁଡ଼ିକ ଚାଳି ଘରେ ଚାଲିଥିଲା। କ୍ରମଶଃ ସେହି ଘରଗୁଡ଼ିକ ଭାଙ୍ଗିଯିବାରୁ ବହି ଆଲମିରା ନଷ୍ଟ ହୋଇଗଲା। ୧୯୯୫ ପରେ ଗ୍ରାମାଞ୍ଚଳରେ ସରକାର ଓ ରାଜା ରାମମୋହନ ରାୟ ସଂସ୍ଥାରୁ ଅନୁଦାନ ଆସିବାରୁ ନୂତନ ଭାବେ ପ୍ରତି ପଞ୍ଚାୟତରେ ପାଠାଗାର ଖୋଲିଥିଲା। ସେତେବେଳକୁ ସୂଚନା ପ୍ରଯୁକ୍ତି ଯୁଗ ଆରମ୍ଭ ହୋଇ ସାରିଥିଲା। ସରକାରଙ୍କ ପକ୍ଷରୁ ଜିଲା ହେଡ୍‌କ୍ବାର୍ଟରରେ ଗୋଟିଏ ବଡ଼ ପାଠାଗାର, ଯାଜପୁର ରୋଡ୍‌ଠାରେ ମଧ୍ୟ ଏକ ପଠନ କେନ୍ଦ୍ର ଖୋଲାଯାଇଥିଲା। ଏହାବ୍ୟତୀତ ପ୍ରତି ହାଇସ୍କୁଲ, କଲେଜରେ ସ୍ବତନ୍ତ୍ର ଭାବେ ପାଠାଗାର ନିର୍ମାଣ କରାଗଲା। ପ୍ରତି କଲେଜରେ ଏହାର ପରିଚାଳନା ନିମନ୍ତେ ଲାଇବ୍ରେରିଆନ ନିଯୁକ୍ତି କରାଗଲା। ଏବେ ଜିଲାରେ ଶିକ୍ଷାନୁଷ୍ଠାନ ଓ ଘରୋଇ ଭାବେ ପାଖାପାଖି ୨୦୦ ପାଠାଗାର ରହିଛି। ବହୁ ଲକ୍ଷ ଟଙ୍କାର ମୂଲ୍ୟବାନ ଓ ବିରଳ ପୁସ୍ତକ ରହିଛି। କିନ୍ତୁ ପାଠାଗାରରୁ ବହି ନେଇ ପଢ଼ିବା ସଂଖ୍ୟା ଆଦୌ ନାହିଁ କହିଲେ ଚଳେ। ଅନେକ ସଂଖ୍ୟାର ପୁସ୍ତକ ଆଲମିରାରେ ଚାବି ପଡ଼ି ବନ୍ଦ ରହିଛି। ଏଥିମଧ୍ୟରୁ ୫୦ ଭାଗ ବହି ଉଇ ଖାଇଗଲେଣି। ଯେଉଁ କେତେକ ସ୍କୁଲ କଲେଜରେ ଲେଣ୍ଡିଂ ପାଠାଗାର ଥିଲା ତାହା ମଧ୍ୟ ଲୋପ ପାଇବାକୁ ବସିଲାଣି। ଯାଜପୁର ଜିଲାର ବିଞ୍ଝାରପୁର ଅଞ୍ଚଳରେ ୨ରୁ ୩ଟି ପାଠାଗାର ଦେଖା ଯାଉଥିବା ବେଳେ ବରୀରେ ୨, ଦଶରଥପୁରରେ ୪, ଧର୍ମଶାଳାରେ ୭ ଲାଇବ୍ରେରୀ ଅଛି। ଘର, ଆସବାବପତ୍ର ଅଛି କିନ୍ତୁ ଜଣେ ହେଲେ ପାଠକ ନାହାନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧୀନରେ ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭବନରେ ଏକ ପାଠାଗାର ଚାଲିଆସୁଛି। ବିଭିନ୍ନ ଭାଷାଭାଷୀର ଖ୍ୟାତନାମା ଲେଖିକାଲେଖକଙ୍କ ସୃଜନାତ୍ମକ, ସମାଜ ସଂସ୍କାରଧର୍ମୀ, ସଚେତନାତ୍ମକ ଏବଂ ଆନ୍ଦୋଳନାତ୍ମକ ପୁସ୍ତକ ଉପଲବ୍ଧ ହେଉଥିଲା। ସେହି ସମୟରେ ଅନେକ ଜିଜ୍ଞାସୁ ପାଠକଙ୍କ ପୁସ୍ତକ ପ୍ରତି ଅନୁରାଗ ଥିଲା। ପୂର୍ବରୁ ପ୍ରାୟ ୪୦/୫୦ଜଣ ପାଠକ ଏହି ପାଠାଗାରକୁ ଯାଇ ପୁସ୍ତକ ଅଧ୍ୟୟନ କରୁଥିଲେ। କିନ୍ତୁ ଏବେ ପାଠକ ସଂଖ୍ୟା ଦୁଇଅଙ୍କରେ ପହଞ୍ଚି ପାରୁନାହିଁ। ସେହିପରି ବ୍ୟାସନଗରରେ ୧୯୮୬ରେ ପାଠାଗାର ପ୍ରତିଷ୍ଠା ହୋଇଥିଲା। ଏହା ଏବେ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି। ଆଜିର ବୈଷୟିକ ଜ୍ଞାନକୌଶଳ ଯୁଗରେ ଲୋକେ କ୍ରମଶଃ ପୁସ୍ତକ ଓ ପତ୍ରପତ୍ରିକାଠାରୁ ଦୂରେଇ ଯାଉଛନ୍ତି। ଟେଲିଭିଜନ, ସିନେମା, ସୋସିଆଲ ମିଡିଆ ଆଦି ପ୍ରତି ଆସକ୍ତ ହୋଇଛନ୍ତି। ଫଳରେ ପୁସ୍ତକର ଚାହିଦା କମିକମି ଯାଉଛି।
ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା କୁହନ୍ତି, ମଣିଷର ମାନବିକ ଚେତନାର ଉତ୍ତରଣ, ପ୍ରାଚୀନ ସାହିତ୍ୟରୁ ଜ୍ଞାନ ଲାଭ, ପ୍ରକୃତ ଓ ପ୍ରତ୍ୟକ୍ଷ ଜ୍ଞାନ ଆହରଣ, କବିର କବିତ୍ୱ, ଲେଖକର ଚେତନା ସୃଷ୍ଟି ଏବଂ ବରିଷ୍ଠ ନାଗରିକମାନଙ୍କ ସମୟ ଅତିବାହିତ ପାଇଁ ପାଠାଗାର ନିହାତି ଆବଶ୍ୟକ। ଏଥିପାଇଁ ଆମେ ୧୯୮୦ରୁ ଜିଲାରେ ପାଠାଗାର ଆନ୍ଦୋଳନ ସୃଷ୍ଟି କରିଥିଲୁ। ଏବେ ପୁଣି ଏହି ଆନ୍ଦୋଳନ ଆରମ୍ଭ କରିବାକୁ ଆହ୍ବାନ କରୁଛୁ। ଆମର ସ୍ଲୋଗାନ ରହିବ ପଠନ ଅଭ୍ୟାସ ସଭ୍ୟତାର ବିକାଶ ।
ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା କୁହନ୍ତି, ଆଜିର ସମାଜରେ ପାଠାଗାରର ନିହାତି ଆବଶ୍ୟକ। ଏଥିପାଇଁ ପ୍ରୋତ୍ସାହନ ଦରକାର। ଯୁବସମାଜକୁ ପଠନମୁଖୀ କରିବାକୁ ପାଠାଗାରର ଗୁରୁତ୍ୱ ନିଶ୍ଚିତ ଭାବେ ରହିଛି। ପଠନର ବିକଳ୍ପ ନାହିଁ, ତେଣୁ ପାଠାଗାର ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri