ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ, ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସମାଜ ପ୍ରତି ସେମାନଙ୍କର ଥିବା ଅବଦାନ ଓ ଆବଶ୍ୟକତାକୁ ବୁଝିବା ଏବଂ ସେନେଇ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେବେ ଜୁନ୍‌ ୨୮କୁ ଇଣ୍ଟରନ୍ୟାଶନାଲ୍‌ ପ୍ରାଇଡ୍‌ ଡେ’ ଭାବେ ପାଳନ କରାଯାଉଛି। ପ୍ରେମ, ଏକତା ବିଶେଷକରି ସମାଜରେ ଏକ ସମାନତାର ବାର୍ତ୍ତା ନେଇ ପ୍ରାଇଡ୍‌ ୱାକ୍‌ରେ ଏହି କମ୍ୟୁନିଟିର ବିଭିନ୍ନ ବର୍ଗର ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳେ। ତେବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିର କେତେଜଣ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରାଇଡ୍‌ ଦିବସ ଉପଲକ୍ଷେ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ସନିନ୍‌: ମଡେଲର ଓ ସବ୍‌ସ୍କିଲ୍‌ ଟ୍ରେନର
ଭୁବନେଶ୍ୱରରେ ରହୁଥିବା ସନିନ୍‌ ମଡେଲିଂ କରିବା ସହ ଫୁଲ୍‌ ଟାଇମ୍‌ ସବ୍‌ ସ୍କିଲ ଟ୍ରେନର। ସେ ଲୋକଙ୍କୁ ଇଂଲିଶ ଭାଷାରେ ଯୋଗାଯୋଗ କରିବାର କଳା ଶିକ୍ଷା ଦିଅନ୍ତି। ପୂର୍ବରୁ ସେ ବମ୍ବେରେ ଏଚ୍‌ଆର୍‌ ଭାବେ କାମ କରୁଥିଲେ। ତେବେ ତାଙ୍କର ଯାତ୍ରା ଓ ପ୍ଲସ୍‌ ସାଇଜ୍‌ (ମୋଟା) ମଡେଲର ହେବାର ଅନୁଭୂତି ସମ୍ପର୍କରେ ସେ କୁହନ୍ତି, ଯେତେବେଳେ ମୁଁ ମୋ ଚିହ୍ନା ପରିଚୟ ଭିତରେ କାମ ଆରମ୍ଭ କଲି, ସମସ୍ତେ ପରାମର୍ଶ ଦେଇଥିଲେ କି ତୁମେ ମଡେଲ କରିପାରିବ। ମାତ୍ର ନୂଆ ନୂଆ ଆରମ୍ଭ ସମୟରେ ପୋଷାକକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ଏମିତିକି ବି ଘରେ ବି ବେଳେବେଳେ କୁହନ୍ତି, ଏମିତି କ’ଣ ପିନ୍ଧୁଛ। ତେଣୁ ନିଜକୁ ସୁହାଇବା ଭଳି ଆଗକୁ ବଢ଼ିଲି। ମାତ୍ର ଧ୍ୟାନ ଦେଲି ଏଥିପାଇଁ ଯେମିତି ସମାଜରେ କେହି କଷ୍ଟ ପାଇବନି। କାରଣ ସେସବୁକୁ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ମୁଁ ବେଙ୍ଗାଲୁରୁ, ବମ୍ବେରେ ପ୍ରାଇଡ୍‌ ଆଟେଣ୍ଡ କରିଛି। ଯେଉଁମାନେ ଦିନେ ଝରକା ପାଖରୁ ଆମକୁ ଦେଖୁଥିଲେ, ଏବେ ସେମାନେ ପାଖରୁ ଦେଖି ତାଳି ମାରୁଛନ୍ତି। ତେଣୁ ଧୀରେ ଧୀରେ ଏହା ଗ୍ରହଣଯୋଗ୍ୟ ହେଉଛି।
ସିବିୟାନ୍‌: ଫ୍ୟାଶନ ଡିଜାଇନର
ସିବିୟାନ୍‌ ସାରନ୍‌ ନନ୍ଦ। ଫ୍ୟାଶନ ଡିଜାଇନର ଓ ମଡେଲ ଭାବରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସମ୍ବଲପୁରରେ ଜନ୍ମ ହୋଇଥିବା ସିବିୟାନ୍‌ ଭୁବନେଶ୍ୱରରେ ଫ୍ୟାଶନ ଡିଜାଇନିଂ ବିଶେଷକରି ଷ୍ଟାଇଲିଂ, ଡ୍ରାପିଂ, କ୍ରାଫ୍ଟ କ୍ଷେତ୍ରରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ବିଭିନ୍ନ ରାମ୍ପ ଶୋ’ରେ ମଧ୍ୟ ସେ କାମ କରୁଛନ୍ତି। ପୁରୁଣା କାଳରେ ସଂସ୍କୃତି ସହ ଜଡ଼ିତ ଥିବା ବିଭିନ୍ନ ଡିଜାଇନ୍‌ କାମ ତାଙ୍କ କାମରେ ଦେଖିବାକୁ ମିଳେ। ସେ କହିଛନ୍ତି, ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ମୋର। ଯେହେତୁ ମୁଁ ଏକ ଗେ’ କମ୍ୟୁନିଟିରେ ବିଲଙ୍ଗ କରୁଛି, ତେଣୁ ଏ କ୍ଷେତ୍ରରେ ଆଗକୁ ବଢ଼ିବା ଏତେ ସହଜ ନ ଥିଲା। ଘର ଲୋକଙ୍କୁ ରାଜି କରାଇବାକୁ ସମୟ ଲାଗିଲା। କେହି ରଙ୍ଗ ତ ଆଉ କିଏ ଶରୀର ଗଠନରେ ସମସ୍ୟାର ସାମ୍ନା କରୁଛନ୍ତି। ତେଣୁ ସମସ୍ୟା ତ ଅଛି, ମାତ୍ର ଆଗକୁ ବଢ଼ିବାକୁ ପଡ଼ିବ। ତେଣୁ ମୁଁ ମୋ ହିସାବରେ ଆଗକୁ ବଢ଼ିବା ସହ ପରିବାର, ସମାଜକୁ ମଧ୍ୟ ଧ୍ୟାନ ଦେଇଥିଲି। ଏହି ଦିବସରେ ମୋର ଗୋଟିଏ ବାର୍ତ୍ତା ରହିବ, ମାନସିକ ସ୍ବାସ୍ଥ୍ୟକୁ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ।
ମସୁଦ୍‌: ପ୍ରାଇଡ୍‌ ମଡେଲ ସହ ମେକ୍‌ଅପ୍‌ ଆର୍ଟିଷ୍ଟ
ମସୁଦ୍‌ ଖାନ୍‌ ଦୀର୍ଘ ୯ବର୍ଷ ଧରି ଭୁବନେଶ୍ୱରରେ ଜଣେ ସ୍ବାଧୀନ ମେକ୍‌ଅପ୍‌ ଆର୍ଟିଷ୍ଟ ଭାବେ କାମ କରୁଛନ୍ତି। ହୋଟେଲ ମ୍ୟାନେଜମେଣ୍ଟ କାମରେ ସେ ଓଡ଼ିଶା ଆସିଥିଲେ। ତାଙ୍କ ଘର ଆସାମରେ। ମାତ୍ର ଭୁବନେଶ୍ୱରରେ ତାଙ୍କ କମ୍ୟୁନିଟି ପ୍ରତି ଥିବା ଏକ ସୁସ୍ଥ ପରିବେଶ ଦେଖି ଏଠାରେ ସେ ତାଙ୍କ ଘର ଲୋକଙ୍କ ସହ ରହିବାକୁ ପସନ୍ଦ କଲେ। ସେଲିବ୍ରିଟି ମେକ୍‌ଅପ୍‌ ସହ ସେ ସ୍ବାଧୀନ ଭାବେ ବାହାଘର ଏବଂ ଅନେକ ଇଭେଣ୍ଟରେ ସେ କାମ କରନ୍ତି। ଏଥିସହ ଜଣେ ପ୍ରାଇଡ୍‌ ମଡେଲ ଭାବେ ମଧ୍ୟ ମଡେଲିଂରେ କାମ କରୁଛନ୍ତି। ମସୁଦ୍‌ କହିଛନ୍ତି, ବୋଧେ ଆସାମରେ ରହିଥିଲେ ମୋତେ ସେତିକି ସମ୍ମାନ କି ସୁଯୋଗ ମିଳି ନ ଥାନ୍ତା, ଯାହା ଭୁବନେଶ୍ୱରରୁ ମିଳିଛି। ସେଠି ମୋ କାମକୁ ଗ୍ରହଣ ମଧ୍ୟ କରାଯାଇ ନ ଥାନ୍ତା। ତେଣୁ ଓଡ଼ିଶା ମୋ ପାଇଁ ଏକ ବ୍ଲେସିଙ୍ଗ। ଭବିଷ୍ୟତରେ ମଧ୍ୟ ଏଠାରେ ରହି କାମ କରିବି।

-ରିପୋର୍ଟ: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri