ବାଲେଶ୍ୱର ରେଳ ଡିଭିଜନ ପାଇଁ ରେଳମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଓ ନୀଳଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ରେଳ ଲାଇନ ସମ୍ପ୍ରସାରଣ କରିବାକୁ ଦାବି କରିଛି କଂଗ୍ରେସ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛି। ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବାଲେଶ୍ୱର ଏବଂ ସମୁଦାୟ ଉତ୍ତର ଓଡ଼ିଶାର ଅର୍ଥନୈତିକ ବିକାଶ ନିମନ୍ତେ ବୃହତ୍ତର ଯୋଜନା ପ୍ରସ୍ତୁତ କରିବା ସମୟରେ ଏଠାରେ ରେଳ ଭିତ୍ତିଭୂମିର ବିକାଶକୁ ଏକ ଅଂଶ ଭାବରେ ସାମିଲ କରାଯିବା ଉଚିତ। ସମ୍ପ୍ରତି ବାଲେଶ୍ୱରରେ ରେଳ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଖଡଗପୁର ଡିଭିଜନ ଅଧୀନରେ ରହିଛି। ଫଳରେ ରେଳ ମନ୍ତ୍ରଣାଳୟର ନୀତି ଏବଂ ନିବେଶ ସମ୍ପର୍କିତ ନିଷ୍ପତ୍ତିରେ ବାଲେଶ୍ୱର ଓ ଉତ୍ତର ଓଡ଼ିଶାର ସ୍ବାର୍ଥ ସ୍ଥାନ ପାଇପାରୁନାହିଁ। ସେଥିପାଇଁ ବାଲେଶ୍ୱରରେ ଏକ ରେଳ ଡିଭିଜନ ଯଥାଶୀଘ୍ର ପ୍ରତିଷ୍ଠା କରାଗଲେ ମୃତ ଶିଳ୍ପଗୁଡିକର ସହର ଭାବରେ ପରିଚିତ ହେବାକୁ ଯାଉଥିବା ବାଲେଶ୍ୱରର ଦ୍ରୁତ ଅର୍ଥନୈତିକ ବିକାଶ ଘଟିବ।

ସେହିପରି ଉତ୍ତର ଓଡ଼ିଶାର ୮୦ କିଲୋମିଟର ଦୀର୍ଘ ବେଳାଭୂମି ସହିତ ନୀଳଗିରି ଏବଂ ମୟୂରଭଞ୍ଜ ପାର୍ବତ୍ୟାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏକାଠି କରିବା ପାଇଁ ନୀଳଗିରିରୁ ମୟୂରଭଞ୍ଜକୁ ରେଳ ଲାଇନ୍‌ ସଂଯୁକ୍ତ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ପର୍ଯ୍ୟଟନର ବିକାଶ ଘଟିବ। ତତ୍‌ସହିତ ଉଦୟପୁର ଦେଇ ଜଳେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠଗୁଡିକୁ ରେଳପଥ ସଂଯୋଗ କରିବାକୁ ମଧ୍ୟ ସେ ଦାବି ରଖବଛନ୍ତି। ସେ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଏଥିପାଇଁ କେବଳ ପ୍ରତିଶ୍ରୁତି ମିଳିଛି, କିନ୍ତୁ ତାହା ସାକାର ହୋଇପାରିନାହିଁ। ଅନୁରୂପ ଭାବରେ ରୂପ୍‌ସା-ବାଙ୍ଗିରପୋଷି ରେଳ ଲାଇନକୁ ଗୋରୁମହିଷାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଅସରନ୍ତି ଆଲୋଚନା ଚାଲିଛି। ଏହା ନିର୍ମାଣ କରାଗଲେ ଜାମସେଦପୁର ସହିତ କମ୍‌ ଦୂରତା ବିଶିଷ୍ଟ ଯୋଗାଯୋଗ ସମ୍ଭବ ହେବ ଓ ଏହା ଏହି ଅଞ୍ଚଳର ଅର୍ଥନୀତି ପାଇଁ ବିଶେଷ ଫାଇଦା ପହଞ୍ଚାଇ ପାରିବ। ବାଲେଶ୍ୱର ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟିକରି ଅର୍ଥନୀତିକୁ ଆଗେଇ ନେବା ନିମନ୍ତେ ସୁଯୋଗ ରହିଛି। ଏ କ୍ଷେତ୍ରରେ ରେଳ ମନ୍ତ୍ରଣାଳୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri