ବାଲେଶ୍ୱର ରେଳ ଡିଭିଜନ ପାଇଁ ରେଳମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଓ ନୀଳଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ରେଳ ଲାଇନ ସମ୍ପ୍ରସାରଣ କରିବାକୁ ଦାବି କରିଛି କଂଗ୍ରେସ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛି। ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବାଲେଶ୍ୱର ଏବଂ ସମୁଦାୟ ଉତ୍ତର ଓଡ଼ିଶାର ଅର୍ଥନୈତିକ ବିକାଶ ନିମନ୍ତେ ବୃହତ୍ତର ଯୋଜନା ପ୍ରସ୍ତୁତ କରିବା ସମୟରେ ଏଠାରେ ରେଳ ଭିତ୍ତିଭୂମିର ବିକାଶକୁ ଏକ ଅଂଶ ଭାବରେ ସାମିଲ କରାଯିବା ଉଚିତ। ସମ୍ପ୍ରତି ବାଲେଶ୍ୱରରେ ରେଳ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଖଡଗପୁର ଡିଭିଜନ ଅଧୀନରେ ରହିଛି। ଫଳରେ ରେଳ ମନ୍ତ୍ରଣାଳୟର ନୀତି ଏବଂ ନିବେଶ ସମ୍ପର୍କିତ ନିଷ୍ପତ୍ତିରେ ବାଲେଶ୍ୱର ଓ ଉତ୍ତର ଓଡ଼ିଶାର ସ୍ବାର୍ଥ ସ୍ଥାନ ପାଇପାରୁନାହିଁ। ସେଥିପାଇଁ ବାଲେଶ୍ୱରରେ ଏକ ରେଳ ଡିଭିଜନ ଯଥାଶୀଘ୍ର ପ୍ରତିଷ୍ଠା କରାଗଲେ ମୃତ ଶିଳ୍ପଗୁଡିକର ସହର ଭାବରେ ପରିଚିତ ହେବାକୁ ଯାଉଥିବା ବାଲେଶ୍ୱରର ଦ୍ରୁତ ଅର୍ଥନୈତିକ ବିକାଶ ଘଟିବ।

ସେହିପରି ଉତ୍ତର ଓଡ଼ିଶାର ୮୦ କିଲୋମିଟର ଦୀର୍ଘ ବେଳାଭୂମି ସହିତ ନୀଳଗିରି ଏବଂ ମୟୂରଭଞ୍ଜ ପାର୍ବତ୍ୟାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏକାଠି କରିବା ପାଇଁ ନୀଳଗିରିରୁ ମୟୂରଭଞ୍ଜକୁ ରେଳ ଲାଇନ୍‌ ସଂଯୁକ୍ତ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ପର୍ଯ୍ୟଟନର ବିକାଶ ଘଟିବ। ତତ୍‌ସହିତ ଉଦୟପୁର ଦେଇ ଜଳେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠଗୁଡିକୁ ରେଳପଥ ସଂଯୋଗ କରିବାକୁ ମଧ୍ୟ ସେ ଦାବି ରଖବଛନ୍ତି। ସେ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଏଥିପାଇଁ କେବଳ ପ୍ରତିଶ୍ରୁତି ମିଳିଛି, କିନ୍ତୁ ତାହା ସାକାର ହୋଇପାରିନାହିଁ। ଅନୁରୂପ ଭାବରେ ରୂପ୍‌ସା-ବାଙ୍ଗିରପୋଷି ରେଳ ଲାଇନକୁ ଗୋରୁମହିଷାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଅସରନ୍ତି ଆଲୋଚନା ଚାଲିଛି। ଏହା ନିର୍ମାଣ କରାଗଲେ ଜାମସେଦପୁର ସହିତ କମ୍‌ ଦୂରତା ବିଶିଷ୍ଟ ଯୋଗାଯୋଗ ସମ୍ଭବ ହେବ ଓ ଏହା ଏହି ଅଞ୍ଚଳର ଅର୍ଥନୀତି ପାଇଁ ବିଶେଷ ଫାଇଦା ପହଞ୍ଚାଇ ପାରିବ। ବାଲେଶ୍ୱର ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟିକରି ଅର୍ଥନୀତିକୁ ଆଗେଇ ନେବା ନିମନ୍ତେ ସୁଯୋଗ ରହିଛି। ଏ କ୍ଷେତ୍ରରେ ରେଳ ମନ୍ତ୍ରଣାଳୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri