ପୁନଃ ନିଯୁକ୍ତ ପାଇଁ ଜିଲାପାଳଙ୍କୁ ପତ୍ର

କୋରାପୁଟ,୧୩ା୯(ଅମିତାଭ ବେହେରା): ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ପୁନଃ ନିଯୁକ୍ତି ପାଇଁ ବୁଧବାର କୋରାପୁଟ ଜିଲାପାଳଙ୍କଠାରେ ଦାବି ରଖିଛନ୍ତି ୬ ଛଟେଇ ଜଳସେଚନ ବିଭାଗ କର୍ମଚାରୀ। ଅପର କୋଲାବ ପ୍ରକଳ୍ପରୁ ଛଟେଇ ହୋଇଥିବା ଏହି କର୍ମଚାରୀ କହିଛନ୍ତି, ମାନ୍ୟବର ହାଇକୋର୍ଟ ୨୦୧୯ର ରିଟ୍‌ ପିଟିଶନ (ସି)(ଓଏସି) ସଂଖ୍ୟା-୧୦୭୯ର ଶୁଣାଣି କରି ଗତ ୧୩-୧୦-୨୨ର ଆଦେଶ ସଂଖ୍ୟା ୧ରେ ଦର୍ଶାଇଛନ୍ତି ଯେ, ୨୦୦୭ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ୧୫୨୨(ସି)କୁ ଭିତ୍ତି କରି ପୁନଃ ନିଯୁକ୍ତି ବିଚାର କରାଯାଉ। ଏପରିକି ଏହାକୁ ନେଇ ବହୁ ଛଟେଇ କର୍ମଚାରୀ ପୁନଃ ଚାକିରି ପାଇଛନ୍ତି। କିନ୍ତୁ ବହୁ ଛଟେଇ ଏନ୍‌ଏମ୍‌ଆର ପୁନଃ ନିଯୁକ୍ତିକୁ ଅପେକ୍ଷା କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଆଦେଶ ଦେଇଥିଲେ ଯେ, ଚାକିରି ପାଇଥିବା ଏନ୍‌ଏମ୍‌ଆର୍‌ଙ୍କଠାରୁ ବହୁ ବରିଷ୍ଠ ମଧ୍ୟ ପୁନଃ ନିଯୁକ୍ତି ଅପେକ୍ଷା ରହିଛନ୍ତି, ସେମାନଙ୍କ କଥା ବିଚାର କରାଯାଉ। ଏସବୁ ବିଷୟ ପତ୍ରସଂଖ୍ୟା ୫୬୯ରେ ଇନ୍ଦ୍ରାବତୀ ଏବଂ କୋଲାବ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଗତ ମାର୍ଚ୍ଚ ୧ ତାରିଖରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ତଥାପି ବିଭାଗ ନୀରବ ରହିଥିବା ହେତୁ ଗତ ୨୦୦୧ରୁ ଚାକିରି ହରାଇଥିବା ୧୧ ଜଣ ଏନ୍‌ଏମ୍‌ଆର୍‌ କର୍ମଚାରୀ ନାନା ସମସ୍ୟାର ସମ୍ମୁଖୀନ ହୋଇଚାଲିଥିବା କୁହାଯାଇଛି। ୧୧ ଜଣଙ୍କ ମଧ୍ୟରୁ ୩ଜଣଙ୍କ ଦେହାନ୍ତ ହୋଇଥିବା ବେଳେ ଏହି ଆଦେଶ ବଳରେ ପୂର୍ବରୁ ୨୫ ଛଟେଇ କର୍ମଚାରୀ ଚାକିରି ମଧ୍ୟ ଫେରି ପାଇଛନ୍ତି। ଏଭଳି କ୍ଷେତ୍ରରେ କାଳେନ୍ଦ୍ରୀ ବାଘ, ବିଦେଶୀ ଗୌଡ଼, ସାଇ ରାମା ରାଓ, ଦୟାମଣି ନାୟକ, ସୁଜାମଣି ସୁନା, ପି.ଶଙ୍କର ରାଓ ଆମ କ୍ଷେତ୍ରରେ ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଜିଲାପାଳଙ୍କ ସହ ସେମାନେ ଏହି ପତ୍ରର ନକଲ ମାନ୍ୟବର ଜଳସମ୍ପଦ ମନ୍ତ୍ରୀ, ସଚିବ, ୫-ଟି ସଚିବଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri