ପରଲୋକରୁ ପତ୍ର

ହେସ୍ନେହାସ୍ପଦ ପୁତ୍ର/ ପୌତ୍ର/ ପ୍ରପୌତ୍ରଗଣ, ପରଲୋକରୁ ତୁମମାନଙ୍କୁ ଆମର କୋଟିଏ ଆଶିଷ। ମର୍ତ୍ତ୍ୟଲୋକରେ ଏବେ ଆରମ୍ଭ ହୋଇଯାଇଛି ପିତୃପକ୍ଷ। ଆମକୁ ସ୍ମରଣ ପୂର୍ବକ ସସମ୍ମାନ ଆମ ପାଇଁ ଶ୍ରାଦ୍ଧ ଓ ତର୍ପଣର ବ୍ୟବସ୍ଥା କରୁଛ ଆଜି। ଏହି ସମୟରେ ମର୍ତ୍ତ୍ୟଲୋକରେ ତୁମେ ଯେମିତି ଆମକୁ ସ୍ମରଣ କର, ପିତୃଲୋକରେ ଥାଇ ଆମେ ବି ବେଶି ଭାଳି ହେଉ ତୁମମାନଙ୍କ କଥା। ଆଜି ସବୁଠୁ ବିଷାଦ ଏବଂ ବିଡ଼ମ୍ବନାର ବିଷୟ ଯାହା ଆମକୁ ବିଚଳିତ କରୁଛି, ତାହା ହେଲା ପିଲା ଓ ଯୁବାଙ୍କ ଭିତରେ ବଢୁଥିବା ଆତ୍ମହତ୍ୟା ପ୍ରବଣତା। କିଟ୍‌ରୁ କୋଟା, ବାଲେଶ୍ୱରରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ପିଲାଙ୍କ ଆତ୍ମହତ୍ୟା ଖବର ଆମକୁ ମ୍ରିୟମାଣ କରୁଛି। ଜୀବନ ହାରିଦେବା କଦାପି ପାରିବାପଣିଆ ନୁହେଁ ବରଂ ଭୀରୁଙ୍କ ବ୍ୟାକରଣ। ହେ ଆମର ଶ୍ରଦ୍ଧେୟ ପିଲେ, ଦୟାକରି ଛୁଆଙ୍କୁ ବୁଝାଅ ଯେ ବିପଦକୁ ଡରି ଆତ୍ମହତ୍ୟା କରିବା ଅପେକ୍ଷା ତା’ସହ ଲଢ଼ିବା ହିଁ ବଞ୍ଚିବାର ବ୍ୟାକରଣ। ବିପଦକୁ ସାମ୍ନା ନ କଲେ ଜୀବନ ସଂଗ୍ରାମରେ ସେମାନେ ବିଜୟୀ ହେବେ କିପରି? ସଂସାରରେ ଯେତିକି ସମସ୍ୟା ଅଛି, ତା’ଠାରୁ ସମାଧାନର ପନ୍ଥା ତ ଅଧିକ। କାରଣ ପ୍ରତି ସମସ୍ୟାର ଏକ ବା ଅଧିକ ସମାଧାନର ସୂତ୍ର ରହିଥାଏ।
ସମସ୍ୟା ମଧ୍ୟେ କେଉଁଠି ନା କେଉଁଠି ଲୁଚି ରହିଥାଏ ସୁଯୋଗଟିଏ। ଆମେ ଧୈର୍ଯ୍ୟର ସହିତ ତାକୁ ଖୋଜି ବାହାରକରିବା ଉଚିତ। ଆଉଗୋଟେ କଥା, ରାତ୍ରି ଅନ୍ଧାରରେ ହିଁ ତ ତାରାର ଚମକ ଜଣେ ଦେଖିପାରେ। ବର୍ଷାର ବିତ୍ପାତ ପରେ ହିଁ ତ ଦେଖିବାକୁ ମିଳିଥାଏ ଇନ୍ଦ୍ରଧନୁର ବର୍ଣ୍ଣବିଭା। ଅର୍ଥାତ୍‌ ବାଧାବିଘ୍ନ ପାଇଲେ ବା ଦୁଃଖରେ ପଡ଼ିଲେ ଯାଇ ସତ୍ୟ ବା ସୁନ୍ଦରତାକୁ ଜଣେ ଉପଲବ୍ଧି କରିପାରିବ। ଅଗ୍ନିର ଦହନ ନ ପାଇଲେ ସୁନାର ଔଜ୍ଜ୍ୱଲ୍ୟ ବଢ଼ିବ କି? ସେମିତି ବି ଦୁଃଖରେ ନ ପଡ଼ିଲେ ମଣିଷ ଭିତରେ ଥିବା ପ୍ରକୃତ ତେଜ ଫୁଟି ବାହାରିବ କେମିତି? ଏହିପରି ପ୍ରତିଟି ପ୍ରତିକୂଳ ପରିସ୍ଥିତି ମନୁଷ୍ୟକୁ ଅଗ୍ରସର ହେବା ପାଇଁ ପ୍ରେରଣାଦିଏ। ଦୟାକରି ପିଲାଙ୍କୁ ଟିକେ ବୁଝାଅ ଯେ ପଛେଇଯିବା ବା ପଡ଼ିଯିବା ବା ବିଫଳ ହେବାକୁ ପରାଜୟ ବୋଲି ଭାବିବେ ନାହିଁ କି ଗ୍ଲାନିବୋଧ କରିବେ ନାହିଁ। ପଡ଼ିଯାଇ ନ ଉଠିବାରେ ବା ପଛେଇଗଲା ପରେ ପୁଣି ବାଟଚାଲି ଆଗକୁ ଯିବାର ଝୁଙ୍କ ନ ରଖିଲେ, ତାକୁ ହିଁ ବିଫଳତା ବୋଲି କୁହାଯାଏ। ସେତେବେଳେ ଯାଇ ମନରେ ଗ୍ଲାନିବୋଧ, ଲଜ୍ଜାବୋଧ ଆସିବା କଥା। ବିଶ୍ୱରେ ଏମିତି କେହି ସଫଳ ବ୍ୟକ୍ତି ନାହାନ୍ତି, ଯିଏ କି ଜୀବନରେ କେବେ ବିଫଳ ହୋଇନାହାନ୍ତି। ଅନେକ ବିଫଳତାକୁ ସାମ୍ନାକରି କରି ନିଜର ଦୃଢ଼ପଣ ଦ୍ୱାରା ଶେଷରେ ସେମାନେ ଜଣେ ଜଣେ ‘ସଫଳବ୍ୟକ୍ତି’ ଭାବେ ଦୁନିଆ ଆଗରେ ଉଭା ହେଇଛନ୍ତି। ଖ୍ୟାତି ନିକଟରେ ପହଞ୍ଚିବାକୁ ହେଲେ ତ ବହୁ ଝଡ଼ଝଞ୍ଜା ପଥ ଦେଇ ଗତି କରିବାକୁ ପଡ଼ିଥାଏ। ଯେଉଁଦିନୁ ଜଣେ କଷ୍ଟକର ପରିସ୍ଥିତି ସହିତ ଲଢ଼ିବା ତ୍ୟାଗକଲା, ସେହିଦିନୁ ହିଁ ସେ ପରାଜୟକୁ ସ୍ବୀକାର କରିନେଲା ଓ ମାନବିକ ଗରିମାଚ୍ୟୁତ ହୋଇଗଲା। ଯେପର୍ଯ୍ୟନ୍ତ ଜଣେ ହାର ମାନିନାହିଁ, ସେପର୍ଯ୍ୟନ୍ତ ତାକୁ ପରାଜୟ କରିବା ଅସମ୍ଭବ। ଯେଉଁଠୁ ସାହସ ସମାପ୍ତ ହୋଇଯାଏ, ସେଇଠୁ ପରାଜୟର ପଥ ଆରମ୍ଭ ହୁଏ। ଏଣୁ ଛାନିଆ ନ ହୋଇ ସତର୍କତା ସହିତ ଆଗକୁ ପାଦ ବଢ଼େଇଲେ, ସଫଳତା ନିଶ୍ଚେ ଚରଣ ଛୁଇଁବ।
ଜୀବନ ହେଉଛି ସମ୍ଭାବନାର ସମାହାର। ଏଣୁ ସେମାନେ କେବେ ବି ନିରାଶ ହୁଅନ୍ତୁ ନାହିଁ। ଯୁଗ ବଦଳିବା ସହିତ ପିଲାଙ୍କ ମାନସିକତା ବଦଳୁଛି। ପୁଣି ପିଲାଙ୍କ ହାତେ ଆଜି ଦାମିକା ମୋବାଇଲ; ଯାହାକି ତାଙ୍କୁ ବିପଥଗାମୀ କରୁଛି। ଏହି ସମୟରେ ତୁମେ ସେମାନଙ୍କ ସହିତ ଯେତେ ସାଙ୍ଗ ହେବ, ସେତେ ଭଲ। ତୁମର ଓ ପିଲାଙ୍କ ଭିତରେ ଯେମିତି ଦୂରତା ନ ରୁହେ, ସେଥିପ୍ରତି ଯତ୍ନବାନ ହେବ। ଏହି ସମୟରେ ପିଲାମାନେ ଭୁଲ୍‌ କରିବା ସ୍ବାଭାବିକ। ପିଲାଙ୍କର ସବୁବେଳେ ସବୁକଥା ଠିକ୍‌ ହେଉ ବୋଲି ଭାବିବା ହେଉଛି ମାତାପିତାଙ୍କ ବଡ଼ ଭୁଲ୍‌। ନିଜେ ଆଗ ଧୈର୍ଯ୍ୟ ଧରି ପିଲାଙ୍କୁ ବୁଝିବାକୁ ଟିକେ ଚେଷ୍ଟାକରିବ। ତାଙ୍କୁ ଏମିତି ଦୃଢ଼ ବିଶ୍ୱାସ ଓ ଆଶ୍ୱାସନା ଦିଅ, ଯେମିତି କି ତାଙ୍କର ସବୁ କଥା/ ସମସ୍ୟା ନ ଲୁଚାଇ ସାଙ୍ଗ ଭଳିଆ ତୁମ ଆଗରେ ନିଃସଙ୍କୋଚରେ ପ୍ରକାଶ କରିବେ। ଏପରି କି ପ୍ରେମ ବ୍ୟାପାର ମଧ୍ୟ। କାରଣ ଏହି ସମୟରେ ପ୍ରେମ ପାଇଁ ସେମାନେ ପାଗଳ ହୁଅନ୍ତି। ଉଚିତ ବା ଅନୁଚିତ ବୁଝିବାକୁ ସେମାନଙ୍କ ବୁଦ୍ଧି କି ବିଚାର ଆସି ନ ଥାଏ। ସେତେବେଳେ ସେମାନେ ଅପରିପକ୍ୱ ଏବଂ ଅନ୍ଧ। ସେଭଳି ପରିସ୍ଥିତିରେ ହଠାତ୍‌ ଉତ୍‌କ୍ଷିପ୍ତ ନ ହୋଇ ଅତ୍ୟନ୍ତ ଚତୁରତାର ସହିତ ତାଙ୍କୁ ପ୍ରଥମେ ମିଛ ସମର୍ଥନ କର। ତା’ପରେ ସମୟ ସୁବିଧା ଦେଖି ଧୀରେ ଧୀରେ ତାଙ୍କ ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ। ଭୟ ଦେଖାଇ ତାଙ୍କୁ ଶାସନ କରିବା ପରିବର୍ତ୍ତେ, ତାଙ୍କର ଗୋଟାପଣେ ହୋଇ ଅତ୍ୟନ୍ତ ସାବଧାନତାର ସହିତ ତାଙ୍କୁ ସସ୍ନେହ ସମୁଚିତ ପରାମର୍ଶ ଦେବ।
ତାଙ୍କୁ ବୁଝାଅ, ମନ ବିବ୍ରତ ଥିଲାବେଳେ ସେମାନେ ଯେମିତି କିଛି ବି ନିଷ୍ପତ୍ତି ନ ନିଅନ୍ତି। ବରଂ ନିଜ ଭିତରେ ଯେଉଁ ଶକ୍ତି/ ସାମର୍ଥ୍ୟ ରହିଛି, ତାକୁ କେବଳ ଟିକେ ଜାଗ୍ରତ କରିବେ। ନିଜ ଭିତରେ ଥିବା ଆତ୍ମବଳ/ଆତ୍ମବିଶ୍ବାସ ଯୋଗୁ ହନୁମାନ ତ ପୁଣି ବହୁ ଅସାଧ୍ୟକୁ ସାଧ୍ୟ କରିପାରୁଥିଲେ। ପିଲାଙ୍କୁ କହିବ, ସେମାନଙ୍କ ଜନ୍ମ ପଛରେ ଈଶ୍ୱରଙ୍କ ମହତ୍‌ ଉଦ୍ଦେଶ୍ୟ ନିହିତ। ଏଣୁ ନିଜ ମହତ୍ତ୍ୱକୁ ସେମାନେ ଆଗ ବୁଝନ୍ତୁ। ଦୁନିଆରେ କେହି ବି ନିଜ ଇଚ୍ଛାନୁଯାୟୀ ଜନ୍ମନିଏନି। ଜନ୍ମ ହେଉ ଅବା ମରଣ, ତାହା ଈଶ୍ୱରଙ୍କ ଇଚ୍ଛାଧୀନ। ଈଶ୍ୱରଙ୍କ ଇଚ୍ଛା ବିରୋଧରେ ଯାଇ ଆତ୍ମହତ୍ୟା କରିବା ଅର୍ଥ ଈଶ୍ୱରଙ୍କ ବିରୋଧରେ ଯିବା। ଅତଏବ ପିଲାଙ୍କୁ ଭରଷା ଦିଅ, ନିଜ ଉପରେ ସେମାନେ ବିଶ୍ବାସ ରଖିବେ ଯେ ସେମାନେ ହେଉଛନ୍ତି ଈଶ୍ୱରଙ୍କ ସୁନ୍ଦରତମ ସୃଷ୍ଟି। ଏଣୁ ବିଭୁଦତ୍ତ ମହାର୍ଘ୍ୟ ମାନବ ଜୀବନକୁ କୌଣସି ପରିସ୍ଥିତିରେ ବି ସେମାନେ ହରେଇବା ଉଚିତ ନୁହେଁ। ଇତି, ପରଲୋକରୁ ତୁମ ପିତୃପୁରୁଷଗଣ।

ଉପେନ୍ଦ୍ର ବିଶ୍ୱାଳ

ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri