ପରଲୋକରୁ ପତ୍ର

ହେସ୍ନେହାସ୍ପଦ ପୁତ୍ର/ ପୌତ୍ର/ ପ୍ରପୌତ୍ରଗଣ, ପରଲୋକରୁ ତୁମମାନଙ୍କୁ ଆମର କୋଟିଏ ଆଶିଷ। ମର୍ତ୍ତ୍ୟଲୋକରେ ଏବେ ଆରମ୍ଭ ହୋଇଯାଇଛି ପିତୃପକ୍ଷ। ଆମକୁ ସ୍ମରଣ ପୂର୍ବକ ସସମ୍ମାନ ଆମ ପାଇଁ ଶ୍ରାଦ୍ଧ ଓ ତର୍ପଣର ବ୍ୟବସ୍ଥା କରୁଛ ଆଜି। ଏହି ସମୟରେ ମର୍ତ୍ତ୍ୟଲୋକରେ ତୁମେ ଯେମିତି ଆମକୁ ସ୍ମରଣ କର, ପିତୃଲୋକରେ ଥାଇ ଆମେ ବି ବେଶି ଭାଳି ହେଉ ତୁମମାନଙ୍କ କଥା। ଆଜି ସବୁଠୁ ବିଷାଦ ଏବଂ ବିଡ଼ମ୍ବନାର ବିଷୟ ଯାହା ଆମକୁ ବିଚଳିତ କରୁଛି, ତାହା ହେଲା ପିଲା ଓ ଯୁବାଙ୍କ ଭିତରେ ବଢୁଥିବା ଆତ୍ମହତ୍ୟା ପ୍ରବଣତା। କିଟ୍‌ରୁ କୋଟା, ବାଲେଶ୍ୱରରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ପିଲାଙ୍କ ଆତ୍ମହତ୍ୟା ଖବର ଆମକୁ ମ୍ରିୟମାଣ କରୁଛି। ଜୀବନ ହାରିଦେବା କଦାପି ପାରିବାପଣିଆ ନୁହେଁ ବରଂ ଭୀରୁଙ୍କ ବ୍ୟାକରଣ। ହେ ଆମର ଶ୍ରଦ୍ଧେୟ ପିଲେ, ଦୟାକରି ଛୁଆଙ୍କୁ ବୁଝାଅ ଯେ ବିପଦକୁ ଡରି ଆତ୍ମହତ୍ୟା କରିବା ଅପେକ୍ଷା ତା’ସହ ଲଢ଼ିବା ହିଁ ବଞ୍ଚିବାର ବ୍ୟାକରଣ। ବିପଦକୁ ସାମ୍ନା ନ କଲେ ଜୀବନ ସଂଗ୍ରାମରେ ସେମାନେ ବିଜୟୀ ହେବେ କିପରି? ସଂସାରରେ ଯେତିକି ସମସ୍ୟା ଅଛି, ତା’ଠାରୁ ସମାଧାନର ପନ୍ଥା ତ ଅଧିକ। କାରଣ ପ୍ରତି ସମସ୍ୟାର ଏକ ବା ଅଧିକ ସମାଧାନର ସୂତ୍ର ରହିଥାଏ।
ସମସ୍ୟା ମଧ୍ୟେ କେଉଁଠି ନା କେଉଁଠି ଲୁଚି ରହିଥାଏ ସୁଯୋଗଟିଏ। ଆମେ ଧୈର୍ଯ୍ୟର ସହିତ ତାକୁ ଖୋଜି ବାହାରକରିବା ଉଚିତ। ଆଉଗୋଟେ କଥା, ରାତ୍ରି ଅନ୍ଧାରରେ ହିଁ ତ ତାରାର ଚମକ ଜଣେ ଦେଖିପାରେ। ବର୍ଷାର ବିତ୍ପାତ ପରେ ହିଁ ତ ଦେଖିବାକୁ ମିଳିଥାଏ ଇନ୍ଦ୍ରଧନୁର ବର୍ଣ୍ଣବିଭା। ଅର୍ଥାତ୍‌ ବାଧାବିଘ୍ନ ପାଇଲେ ବା ଦୁଃଖରେ ପଡ଼ିଲେ ଯାଇ ସତ୍ୟ ବା ସୁନ୍ଦରତାକୁ ଜଣେ ଉପଲବ୍ଧି କରିପାରିବ। ଅଗ୍ନିର ଦହନ ନ ପାଇଲେ ସୁନାର ଔଜ୍ଜ୍ୱଲ୍ୟ ବଢ଼ିବ କି? ସେମିତି ବି ଦୁଃଖରେ ନ ପଡ଼ିଲେ ମଣିଷ ଭିତରେ ଥିବା ପ୍ରକୃତ ତେଜ ଫୁଟି ବାହାରିବ କେମିତି? ଏହିପରି ପ୍ରତିଟି ପ୍ରତିକୂଳ ପରିସ୍ଥିତି ମନୁଷ୍ୟକୁ ଅଗ୍ରସର ହେବା ପାଇଁ ପ୍ରେରଣାଦିଏ। ଦୟାକରି ପିଲାଙ୍କୁ ଟିକେ ବୁଝାଅ ଯେ ପଛେଇଯିବା ବା ପଡ଼ିଯିବା ବା ବିଫଳ ହେବାକୁ ପରାଜୟ ବୋଲି ଭାବିବେ ନାହିଁ କି ଗ୍ଲାନିବୋଧ କରିବେ ନାହିଁ। ପଡ଼ିଯାଇ ନ ଉଠିବାରେ ବା ପଛେଇଗଲା ପରେ ପୁଣି ବାଟଚାଲି ଆଗକୁ ଯିବାର ଝୁଙ୍କ ନ ରଖିଲେ, ତାକୁ ହିଁ ବିଫଳତା ବୋଲି କୁହାଯାଏ। ସେତେବେଳେ ଯାଇ ମନରେ ଗ୍ଲାନିବୋଧ, ଲଜ୍ଜାବୋଧ ଆସିବା କଥା। ବିଶ୍ୱରେ ଏମିତି କେହି ସଫଳ ବ୍ୟକ୍ତି ନାହାନ୍ତି, ଯିଏ କି ଜୀବନରେ କେବେ ବିଫଳ ହୋଇନାହାନ୍ତି। ଅନେକ ବିଫଳତାକୁ ସାମ୍ନାକରି କରି ନିଜର ଦୃଢ଼ପଣ ଦ୍ୱାରା ଶେଷରେ ସେମାନେ ଜଣେ ଜଣେ ‘ସଫଳବ୍ୟକ୍ତି’ ଭାବେ ଦୁନିଆ ଆଗରେ ଉଭା ହେଇଛନ୍ତି। ଖ୍ୟାତି ନିକଟରେ ପହଞ୍ଚିବାକୁ ହେଲେ ତ ବହୁ ଝଡ଼ଝଞ୍ଜା ପଥ ଦେଇ ଗତି କରିବାକୁ ପଡ଼ିଥାଏ। ଯେଉଁଦିନୁ ଜଣେ କଷ୍ଟକର ପରିସ୍ଥିତି ସହିତ ଲଢ଼ିବା ତ୍ୟାଗକଲା, ସେହିଦିନୁ ହିଁ ସେ ପରାଜୟକୁ ସ୍ବୀକାର କରିନେଲା ଓ ମାନବିକ ଗରିମାଚ୍ୟୁତ ହୋଇଗଲା। ଯେପର୍ଯ୍ୟନ୍ତ ଜଣେ ହାର ମାନିନାହିଁ, ସେପର୍ଯ୍ୟନ୍ତ ତାକୁ ପରାଜୟ କରିବା ଅସମ୍ଭବ। ଯେଉଁଠୁ ସାହସ ସମାପ୍ତ ହୋଇଯାଏ, ସେଇଠୁ ପରାଜୟର ପଥ ଆରମ୍ଭ ହୁଏ। ଏଣୁ ଛାନିଆ ନ ହୋଇ ସତର୍କତା ସହିତ ଆଗକୁ ପାଦ ବଢ଼େଇଲେ, ସଫଳତା ନିଶ୍ଚେ ଚରଣ ଛୁଇଁବ।
ଜୀବନ ହେଉଛି ସମ୍ଭାବନାର ସମାହାର। ଏଣୁ ସେମାନେ କେବେ ବି ନିରାଶ ହୁଅନ୍ତୁ ନାହିଁ। ଯୁଗ ବଦଳିବା ସହିତ ପିଲାଙ୍କ ମାନସିକତା ବଦଳୁଛି। ପୁଣି ପିଲାଙ୍କ ହାତେ ଆଜି ଦାମିକା ମୋବାଇଲ; ଯାହାକି ତାଙ୍କୁ ବିପଥଗାମୀ କରୁଛି। ଏହି ସମୟରେ ତୁମେ ସେମାନଙ୍କ ସହିତ ଯେତେ ସାଙ୍ଗ ହେବ, ସେତେ ଭଲ। ତୁମର ଓ ପିଲାଙ୍କ ଭିତରେ ଯେମିତି ଦୂରତା ନ ରୁହେ, ସେଥିପ୍ରତି ଯତ୍ନବାନ ହେବ। ଏହି ସମୟରେ ପିଲାମାନେ ଭୁଲ୍‌ କରିବା ସ୍ବାଭାବିକ। ପିଲାଙ୍କର ସବୁବେଳେ ସବୁକଥା ଠିକ୍‌ ହେଉ ବୋଲି ଭାବିବା ହେଉଛି ମାତାପିତାଙ୍କ ବଡ଼ ଭୁଲ୍‌। ନିଜେ ଆଗ ଧୈର୍ଯ୍ୟ ଧରି ପିଲାଙ୍କୁ ବୁଝିବାକୁ ଟିକେ ଚେଷ୍ଟାକରିବ। ତାଙ୍କୁ ଏମିତି ଦୃଢ଼ ବିଶ୍ୱାସ ଓ ଆଶ୍ୱାସନା ଦିଅ, ଯେମିତି କି ତାଙ୍କର ସବୁ କଥା/ ସମସ୍ୟା ନ ଲୁଚାଇ ସାଙ୍ଗ ଭଳିଆ ତୁମ ଆଗରେ ନିଃସଙ୍କୋଚରେ ପ୍ରକାଶ କରିବେ। ଏପରି କି ପ୍ରେମ ବ୍ୟାପାର ମଧ୍ୟ। କାରଣ ଏହି ସମୟରେ ପ୍ରେମ ପାଇଁ ସେମାନେ ପାଗଳ ହୁଅନ୍ତି। ଉଚିତ ବା ଅନୁଚିତ ବୁଝିବାକୁ ସେମାନଙ୍କ ବୁଦ୍ଧି କି ବିଚାର ଆସି ନ ଥାଏ। ସେତେବେଳେ ସେମାନେ ଅପରିପକ୍ୱ ଏବଂ ଅନ୍ଧ। ସେଭଳି ପରିସ୍ଥିତିରେ ହଠାତ୍‌ ଉତ୍‌କ୍ଷିପ୍ତ ନ ହୋଇ ଅତ୍ୟନ୍ତ ଚତୁରତାର ସହିତ ତାଙ୍କୁ ପ୍ରଥମେ ମିଛ ସମର୍ଥନ କର। ତା’ପରେ ସମୟ ସୁବିଧା ଦେଖି ଧୀରେ ଧୀରେ ତାଙ୍କ ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ। ଭୟ ଦେଖାଇ ତାଙ୍କୁ ଶାସନ କରିବା ପରିବର୍ତ୍ତେ, ତାଙ୍କର ଗୋଟାପଣେ ହୋଇ ଅତ୍ୟନ୍ତ ସାବଧାନତାର ସହିତ ତାଙ୍କୁ ସସ୍ନେହ ସମୁଚିତ ପରାମର୍ଶ ଦେବ।
ତାଙ୍କୁ ବୁଝାଅ, ମନ ବିବ୍ରତ ଥିଲାବେଳେ ସେମାନେ ଯେମିତି କିଛି ବି ନିଷ୍ପତ୍ତି ନ ନିଅନ୍ତି। ବରଂ ନିଜ ଭିତରେ ଯେଉଁ ଶକ୍ତି/ ସାମର୍ଥ୍ୟ ରହିଛି, ତାକୁ କେବଳ ଟିକେ ଜାଗ୍ରତ କରିବେ। ନିଜ ଭିତରେ ଥିବା ଆତ୍ମବଳ/ଆତ୍ମବିଶ୍ବାସ ଯୋଗୁ ହନୁମାନ ତ ପୁଣି ବହୁ ଅସାଧ୍ୟକୁ ସାଧ୍ୟ କରିପାରୁଥିଲେ। ପିଲାଙ୍କୁ କହିବ, ସେମାନଙ୍କ ଜନ୍ମ ପଛରେ ଈଶ୍ୱରଙ୍କ ମହତ୍‌ ଉଦ୍ଦେଶ୍ୟ ନିହିତ। ଏଣୁ ନିଜ ମହତ୍ତ୍ୱକୁ ସେମାନେ ଆଗ ବୁଝନ୍ତୁ। ଦୁନିଆରେ କେହି ବି ନିଜ ଇଚ୍ଛାନୁଯାୟୀ ଜନ୍ମନିଏନି। ଜନ୍ମ ହେଉ ଅବା ମରଣ, ତାହା ଈଶ୍ୱରଙ୍କ ଇଚ୍ଛାଧୀନ। ଈଶ୍ୱରଙ୍କ ଇଚ୍ଛା ବିରୋଧରେ ଯାଇ ଆତ୍ମହତ୍ୟା କରିବା ଅର୍ଥ ଈଶ୍ୱରଙ୍କ ବିରୋଧରେ ଯିବା। ଅତଏବ ପିଲାଙ୍କୁ ଭରଷା ଦିଅ, ନିଜ ଉପରେ ସେମାନେ ବିଶ୍ବାସ ରଖିବେ ଯେ ସେମାନେ ହେଉଛନ୍ତି ଈଶ୍ୱରଙ୍କ ସୁନ୍ଦରତମ ସୃଷ୍ଟି। ଏଣୁ ବିଭୁଦତ୍ତ ମହାର୍ଘ୍ୟ ମାନବ ଜୀବନକୁ କୌଣସି ପରିସ୍ଥିତିରେ ବି ସେମାନେ ହରେଇବା ଉଚିତ ନୁହେଁ। ଇତି, ପରଲୋକରୁ ତୁମ ପିତୃପୁରୁଷଗଣ।

ଉପେନ୍ଦ୍ର ବିଶ୍ୱାଳ

ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri