Posted inଜାତୀୟ

ଟିମ୍‌ ଇଣ୍ଡିଆ ଭଳି କାମ କରିବା: ପ୍ରଧାନମନ୍ତ୍ରୀ ମୋଦି

କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ ଟିମ୍‌ ଇଣ୍ଡିଆ ଭଳି ମିଶିକି କାର୍ଯ୍ୟକଲେ କୌଣସି ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ନୁହେଁ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ୍‌ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ଦଶମ ଗଭର୍ନିଂ କାଉନ୍ସିଲ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିକାଶର ଗତିକୁ ଆହୁରି ବଢ଼ାଯିବାର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାରମାନେ କେନ୍ଦ୍ର ସହ ସମନ୍ବୟ ରଖି କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
‘୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ’ ଗଠନର ଲକ୍ଷ୍ୟ ସମ୍ପର୍କିତ ବିଷୟବସ୍ତୁ ଉପରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ବିକଶିତ ଭାରତ ହେଉଛି ପ୍ରତି ଭାରତୀୟଙ୍କ ଲକ୍ଷ୍ୟ। ପ୍ରତ୍ୟେକ ରାଜ୍ୟ ବିକଶିତ ହେଲେ ଭାରତ ମଧ୍ୟ ବିକଶିତ ହେବ। ଏହା ହେଉଛି ୧୪୦ କୋଟି ନାଗରିକଙ୍କ ଆକାଂକ୍ଷା।
ନୀତି ଆୟୋଗ ଗଭର୍ନିଂ କାଉନ୍ସିଲ ହେଉଛି, ଦେଶର ବିକାଶ ସକାଶେ ନୀତି ପ୍ରଣୟନକାରୀ ସଂସ୍ଥା, ଯହିଁରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ ଯୋଗଦେଇଥାନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହାର ଅଧ୍ୟକ୍ଷ। ‘ଅପରେଶନ ସିନ୍ଦୂର’ ପରେ ପ୍ରଧାନମନ୍ତ୍ରୀ ଏଥିରେ ପ୍ରଥମଥର ପାଇଁ ଅଧ୍ୟକ୍ଷତା କରି ‘ଓ୍ବାନ୍‌ ଷ୍ଟେଟ୍‌, ଓ୍ବାନ୍‌ ଗ୍ଲୋବାଲ ଡେଷ୍ଟିନେଶନ’ର ଅବତାରଣା କରିଛନ୍ତି। ତଦନୁସାରେ ପ୍ରତ୍ୟେକ ରାଜ୍ୟକୁ ରାଜ୍ୟର ଏକ ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ବିକଶିତ କରିବାକୁ ପଡ଼ିବ। ବୈଶ୍ୱିକ ସୁବିଧା ଓ ଭିତ୍ତିଭୂମି ଯୋଗାଇଦେଇ ସେହି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱର କୋଣଅନୁକୋଣରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିଲେ ରାଜ୍ୟଗୁଡ଼ିକର ବିକାଶ ସମ୍ଭବ ହେବ। ଭାରତ ସରକାର ବ୍ରିଟେନ୍‌, ୟୁଏଇ ଏବଂ ଅଷ୍ଟ୍ରେଲିଆ ସହ ସ୍ବାକ୍ଷର କରିଥିବା ବାଣିଜି୍ୟକ ଚୁକ୍ତିର ଲାଭ ରାଜ୍ୟଗୁଡ଼ିକ ନେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପହଲଗାମ୍‌ ଆକ୍ରମଣରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟା କରିବା ସତ୍ତ୍ୱେ ପର୍ଯ୍ୟଟନ କ୍ଷେତ୍ରରେ ଏହା ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି। ବୈଠକରେ ପଶ୍ଚିମବଙ୍ଗ, କର୍ନାଟକ, ପଣ୍ଡିଚେରୀ ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ୩୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳମାନେ ଯୋଗଦେଇଥିଲେ। ଆନ୍ଧ୍ରପ୍ରଦେଶର ଏନ୍‌. ଚନ୍ଦ୍ରବାବୁ ନାଇଡୁ, ତାମିଲନାଡୁର ଏମ୍‌.କେ. ଷ୍ଟାଲିନ୍‌ ଓ ତେଲଙ୍ଗାନାର ରେଭନ୍ଥ ରେଡ୍ଡୀଙ୍କ ସହ ଜମ୍ମୁ-କଶ୍ମୀରର ଓମାର ଅବ୍‌ଦୁଲ୍ଲା, ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇ ନିଜ ନିଜ ରାଜ୍ୟର ଦାବି ଜଣାଇଥିଲେ ବୋଲି ନୀତି ଆୟୋଗ ସିଇଓ ବିଭିଆର୍‌ ସୁବ୍ରମଣ୍ୟମ୍‌ ଗଣମାଧ୍ୟମକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri