Posted inଜାତୀୟ

ଜେଲ୍ ଭିତରେ ପ୍ରେମିକର ଜନ୍ମଦିନ ପାଳନ: ଭାଇରାଲ ହେଲା ଯୁବତୀଙ୍କ ‘ରିଲ୍ସ’

ନୂଆଦିଲ୍ଲୀ,୩୦।୧: ଛତିଶଗଡ଼ର ସବୁଠାରୁ ସୁରକ୍ଷିତ ଜେଲ୍‌ରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଜେଲ୍ ଭିତରେ ପଶି ନିଜ ପ୍ରେମିକକୁ ଭେଟିବା ସହ ସେଠାରେ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଘଟଣା ଜେଲ୍ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଓ କଡ଼ା ନିୟମକୁ ନେଇ ବଡ଼ ଧରଣର ପ୍ରଶ୍ନ ଉଠାଇଛି।

ଜେଲ୍‌ରେ ଥିବା ପ୍ରେମିକ ତାରକେଶ୍ୱରର ଜନ୍ମଦିନ ଅବସରରେ ଜଣେ ଯୁବତୀ ତାକୁ ଭେଟିବାକୁ ଆସିଥିଲେ। ଜେଲ୍‌ର ସାକ୍ଷାତ କରିବା କକ୍ଷରେ ସେ ନିଜ ମୋବାଇଲ୍ ଫୋନ୍ ଜରିଆରେ ଏକ ଭିଡିଓ ସୁଟ୍ କରିଥିଲେ। ଭିଡିଓରେ ସେ କହୁଛନ୍ତି, “ଆଜି ମୋ ପ୍ରେମିକଙ୍କ ଜନ୍ମଦିନ, ମୁଁ ତାଙ୍କୁ ସରପ୍ରାଇଜ୍ ଦେବାକୁ ଆସିଛି। ଦେଖିବା ତାଙ୍କର ରିଆକ୍ସନ କିଭଳି ରହୁଛି।” ପରବର୍ତ୍ତୀ ସମୟରେ ଏହି ଭିଡିଓରେ ଫିଲ୍ମି ଗୀତ ଯୋଡ଼ି ସେ ଏହାକୁ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ। ସୂଚନାଯୋଗ୍ୟ ଯେ, ତାରକେଶ୍ୱର ଏକ ନିଶାଦ୍ରବ୍ୟ କାରବାର ମାମଲାରେ ଜେଲ୍‌ରେ ଅଛନ୍ତି।

ଜେଲ୍ ପରିସର ମଧ୍ୟକୁ ମୋବାଇଲ୍ ନେବା ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ଯୁବତୀ ଜଣକ କିଭଳି ନିରାପଦରେ ଭିଡିଓ ସୁଟ୍ କଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟପୁର ଜେଲ୍‌ରୁ ଏଭଳି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମହମ୍ମଦ ରସିଦ ଅଲି ନାମକ ଜଣେ କଏଦୀ ଜେଲ୍ ଭିତରୁ ଜିମ୍ କରିବାର ଭିଡିଓ ଓ ସେଲଫି ପୋଷ୍ଟ କରିଥିଲେ। ସେହିପରି ଝାଡ଼ଖଣ୍ଡର ଗ୍ୟାଙ୍ଗଷ୍ଟର ଅମନ ସାଓ ମଧ୍ୟ ଜେଲ୍ ଭିତରେ ଫଟୋସୁଟ୍ କରିଥିବା ସାମ୍ନାକୁ ଆସିଥିଲା।

ଏହି ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଏଦୀ ଏବଂ ଜେଲ୍ କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ଥିବା ନେଇ ଅଭିଯୋଗ ହେଉଛି। ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜେଲ୍ କର୍ତ୍ତୃପକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦେଇନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri