ଗଣମାଧ୍ୟମରେ ଏଆଇ ବ୍ୟବହାରର ତର୍ଜମା ହେଉ: ଏନ୍‌. ରାମ

ଭୁବନେଶ୍ୱର,୨୭ା୧୦(ଅନିଲ ଦାସ): ମିଡିଆ ସଂସ୍ଥାଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାରର ତର୍ଜମା କରନ୍ତୁ ବୋଲି ‘ଦି ହିନ୍ଦୁ’ର ପୂର୍ବତନ ଏଡିଟର୍‌-ଇନ୍‌-ଚିଫ୍‌ ଏନ୍‌.ରାମ କହିଛନ୍ତି। ଶନିବାର ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାଠାରେ ଆୟୋଜିତ ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ଏବଂ ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜେସ୍‌ ଇନ୍‌ ରିଜିଓନାଲ ମିଡିଆ’ କନ୍‌କ୍ଲେଭରେ ବକ୍ତବ୍ୟ ଦେବା ଅବସରରେ ସେ ଏହା କହିଛନ୍ତି। ଗଣମାଧ୍ୟମର ସମସ୍ତ କର୍ମଚାରୀ ଏଆଇ ଡେଟା ଏବଂ ସିକ୍ୟୁରିଟି ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ। ଏଆଇ ବ୍ୟବହାର ଦ୍ୱାରା ଖବରଦାତାଙ୍କ ବୃତ୍ତି ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ମାତ୍ର ନିକଟ ଭବିଷ୍ୟତରେ ଭାରତରେ ଏଭଳି ହେବନାହିଁ। ଏହା ଉପରେ ବହୁତ ଆଲୋଚନା ହେବାର ଆବଶ୍ୟକତା ରହିଛି। ସେ ପୁଣି କହିଛନ୍ତି, ୨୦୧୪ ପରେ କେନ୍ଦ୍ରର ଭାଜପା ସରକାର ଓ ଅନେକ ରାଜ୍ୟ ସରକାର ଗଣମାଧ୍ୟମକୁ ଟାର୍ଗେଟ କରିବା ସହ ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଛନ୍ତି। ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତି, ସାମାଜିକ କର୍ମକର୍ତ୍ତା, ଛାତ୍ର, ଗଣମାଧ୍ୟମ ସଂସ୍ଥା ବିରୋଧରେ ଆତଙ୍କବାଦୀ ନିରୋଧୀ ଆଇନ ଲଗାଇ ଦିଆଯାଉଛି। ଜରୁରିକାଳୀନ ପରିସ୍ଥିତି ବେଳେ ଦେଶର ଗଣମାଧ୍ୟମ କଠିନ ସମୟ ଦେଇ ଗତି କରିଥିଲା। ବର୍ତ୍ତମାନ ସମୟରେ ମିଡିଆ ତାହାଠାରୁ ଆହୁରି ଖରାପ ସମୟ ଦେଇ ଗତିକରୁଛି ବୋଲି ଏନ୍‌. ରାମ କହିଛନ୍ତି।
କାର୍ଯ୍ୟକ୍ରମର ଆରମ୍ଭରେ ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାର ସଭାପତି ତଥା ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କୁ ସ୍ବାଗତ କରିବା ଅବସରରେ କହିଛନ୍ତି, ଦେଶରେ କୌଣସି ଜାତୀୟ ଖବରକାଗଜ ନାହଁି କିମ୍ବା କୌଣସି ନେତା ଜାତୀୟ ସ୍ତରୀୟ ନୁହନ୍ତି। ଦେଶରେ ପ୍ରତ୍ୟେକ ହେଉଛନ୍ତି ଆଞ୍ଚଳିକ। ଯେତେବେଳେ ଆମେ ସମସ୍ତେ ଏକାଠି ହେବା ତାହାକୁ ଦେଶ କହିବା। ଇଂଲିଶ ଭାଷାର ଗଣମାଧ୍ୟମକୁ କେବଳ ଜାତୀୟ ଗଣମାଧ୍ୟମ କୁହାଯିବା କିମ୍ବା ଇଂଲିଶ କହୁଥିବା କୌଣସି ନେତାଙ୍କୁ ଜାତୀୟ ସ୍ତର ନେତା କୁହାଯିବାକୁ ସେ ରାଜି ନୁହନ୍ତି ବୋଲି କହିଛନ୍ତି।

ଦ୍ୱିତୀୟ ଅଧିବେଶନରେ ‘ଚ୍ୟାଲେଞ୍ଜେସ୍‌ ଫର୍‌ ଜର୍ନାଲିଷ୍ଟସ୍‌ ଇନ୍‌ ଏ ଷ୍ଟେଟ୍‌’ ଶୀର୍ଷକ ଆଲୋଚନାକୁ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ସଞ୍ଚାଳନା କରିଥିଲେ। ଏଥିରେ ଯୋଗ ଦେଇ ‘ସମାଜ’ ସମ୍ପାଦକ ତପନ ମିଶ୍ର କହିଛନ୍ତି, ଗଣମାଧ୍ୟମ ସଂସ୍ଥା ଚଳାଇବା ପାଇଁ ଅର୍ଥ ସବୁଠାରୁ ଆହ୍ବାନପୂର୍ଣ୍ଣ। କର୍ମଚାରୀଙ୍କୁ ଦରମା ଦେବା ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଆର୍ଥିକ ସମ୍ବଳ ଦୃଢ଼ ହେବା ଆବଶ୍ୟକ। ଅର୍ଥ ନ ଥିଲେ ଭଲ ଖବରଦାତା ମିଳିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସେହିପରି ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି, ଖବରକାଗଜର ବିଶ୍ୱସନୀୟତା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। କର୍ମଚାରୀଙ୍କୁ ଠିକ ସମୟରେ ଦରମା ଦେବା ଗଣମାଧ୍ୟମ ସଂସ୍ଥା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ବୋଲି ସେ କହିଛନ୍ତି।

ତୃତୀୟ ଅଧିବେଶନରେ ‘ମିଡିଆ ଲଜ୍‌, ନ୍ୟୁ କ୍ରିମିନାଲ ଲଜ୍‌ ଆଣ୍ଡ୍‌ ଦି ଚ୍ୟାଲେଞ୍ଜେସ୍‌ ଫର୍‌ ଇଣ୍ଡିପେଣ୍ଡେଣ୍ଟ ଜର୍ନାଲିଷ୍ଟସ’ ବିଷୟବସ୍ତୁ ଉପରେ ସ୍ବତନ୍ତ୍ର ଅଭିଭାଷଣ ରଖି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକ କହିଛନ୍ତି, ଜଣେ ନାଗରିକଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଯାହା ଗଣମାଧ୍ୟମର ସ୍ବାଧୀନତା ମଧ୍ୟ ତାହା। ସେ କହିଛନ୍ତି, ବ୍ୟବସାୟିକ ପ୍ରତିଷ୍ଠାନ ମିଡିଆ ହାଉସ୍‌ ଚଳାଇବା ଉଚିତ ନୁହେଁ। କାରଣ ସେଥିରେ ବ୍ୟବସାୟିକ ସ୍ବାର୍ଥ ଅଧିକ ଗୁରୁତ୍ୱ ରଖିଥାଏ। ଗଣତନ୍ତ୍ର ପାଇଁ ଯେଭଳି ସ୍ବାଧୀନ ନ୍ୟାୟପାଳିକା ଗୁରୁତ୍ୱପୂର୍ଣ୍ଣ ସେହିପରି ଗଣମାଧ୍ୟମ ମଧ୍ୟ ସମାନ ଭବେ ଗୁରୁତ୍ୱ ବହନ କରେ। ତେବେ ଗତ କିଛି ବର୍ଷ ହେବ ଦେଖାଯାଉଛି ଯେ ନ୍ୟାୟପାଳିକା ଯେଭଳି ଭାଙ୍ଗିଭାଙ୍ଗି ଯାଉଛି ଗଣମାଧ୍ୟମ ମଧ୍ୟ ସେହିଭଳି ସ୍ଥିତି ଦେଇ ଗତି କରୁଛି ବୋଲି ଜଷ୍ଟିସ ପଟ୍ଟନାୟକ କହିଛନ୍ତି। ଏ ସଂକ୍ରାନ୍ତ ଆଲୋଚନାରେ ଭାଗ ନେଇ ବରିଷ୍ଠ ସାମ୍ବାଦିକ ତଥା ଲେଖକ ପରଞ୍ଜୟ ଗୁହା ଠାକୁର୍ତ୍ତା କହିଛନ୍ତି, ପ୍ରେସ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପାର୍ଲାମେଣ୍ଟ ଦ୍ୱାରା ଗଠିତ ଏକ ବୈଧାନିକ ସଂସ୍ଥା, ଯାହା ଗଣମାଧ୍ୟମର ଜଗୁଆଳି ଭାବେ କାର୍ଯ୍ୟ କରିଥାଏ। ହେଲେ ଏହା ବର୍ତ୍ତମାନ ଦନ୍ତହୀନ ବାଘ ପାଲଟିଯାଇଛି। ସୁପ୍ରିମକୋର୍ଟ ଆଡ୍‌ଭୋକେଟ ସଞ୍ଜୟ ହେଗ୍‌ଡେ କହିଛନ୍ତି, ଆଇନ ସର୍ବଦା ପରିବର୍ତ୍ତନ ହେଉଛି। ତେଣୁ ସାମ୍ବାଦିକଙ୍କ ପାଇଁ ଅଲଗା ସୁରକ୍ଷା କିଛି ନାହିଁ। ସାଧାରଣ ନାଗରିକଙ୍କ ପାଇଁ ଯେଉଁ ସୁରକ୍ଷା ରହିଛି ତାହା ସାମ୍ବାଦିକମାନଙ୍କ ସକାଶେ ସମାନ ବୋଲି ହେଗ୍‌ଡେ କହିଛନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା କରି ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଅନନ୍ତ ନାଥ ଗଣମାଧ୍ୟମ ଆଗରେ ଥିବା ଆହ୍ବାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

ଶେଷ ଅଧିବେଶନରେ ଆଲୋଚନାର ବିଷୟବସ୍ତୁ ଥିଲା ‘ଜର୍ନାଲିଜମ୍‌ ଇନ୍‌ ଡିଜିଟାଲ ଏରା’। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏହାକୁ ସଂଯୋଜନା କରିଥିଲେ। ଏଥିରେ ‘ନିର୍ଭୟ’ ସମ୍ପାଦକ ନବୀନ ଦାସ, ‘ନ୍ୟୁଜ୍‌ରୁମ୍‌’ ମୁଖ୍ୟ ସମ୍ପାଦକ ମନୋରଞ୍ଜନ ମିଶ୍ର ଏବଂ ‘ଓମ୍‌କମ୍‌ ନ୍ୟୁଜ୍‌’ ମୁଖ୍ୟ ସମ୍ପାଦକ ଯଯାତି କରଣ ଯୋଗ ଦେଇ ଡିଜିଟାଲ ମିଡିଆର ଉନ୍ମେଷ, ଛାପା ଗଣମାଧ୍ୟମ ପ୍ରତି ସୃଷ୍ଟି କରୁଥିବା ଆହ୍ବାନ ଓ ଏହାର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି, ସାମ୍ବାଦିକତା ପାଠ୍ୟକ୍ରମ ପ୍ରଦାନ କରୁଥିବା ସଂସ୍ଥାର ଛାତ୍ରୀଛାତ୍ର ଓ ଫାକଲ୍ଟି, ରାଜନେତା ଓ ସାମାଜିକ କର୍ମୀ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri