କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯିବା ପରେ କାହାଣୀ ରଚନା କରାଯାଉଛି : ଜୟନାରାୟଣ

ଭୁବନେଶ୍ବର,୨୪ା୨(ବ୍ୟୁରୋ): ରାଜ୍ୟର କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କଲେ। ଗୋଇନ୍ଦା ବିଭାଗର ଏହା ଚରମ ବିଫଳତା। କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆଯିବା ପରେ କାହାଣୀ ପରେ କାହାଣୀ ରଚନା କରାଯାଉଛି। ଅନୁସନ୍ଧାନ କେବଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରାଯାଉଛି। ହତ୍ୟା ପଛର ଷଡ଼ଯନ୍ତ୍ର ଦିଗକୁ ତଦନ୍ତ କରାଯାଉନାହିଁ। ନବ ଦାସ ହତ୍ୟା ପ୍ରସଙ୍ଗରେ ଗୁରୁବାର ବିଧାନସଭାରେ ଆସିଥିବା ମୋଶନ ଉପରେ ଆଲୋଚନା ବେଳେ ଏଭଳି କିଛି ଶାଣିତ ସ୍ବରରେ ବର୍ଷିଥିଲେ ବିରୋଧୀ ଭାଜପା ଏବଂ କଂଗ୍ରେସ ସଦସ୍ୟ। ଅନ୍ୟପକ୍ଷରେ ମୋଶନ ଆଲୋଚନା ଶେଷରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଥିଲେ। ହେଲେ ବିରୋଧୀ ତାଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ହତ୍ୟାର କାରଣ କାହିଁକି କୁହାଯାଉନାହିଁ, ଯେଉଁ କାଗଜ ଧରାଯାଇଛି ମନ୍ତ୍ରୀ ତାକୁ କେବଳ ପଢୁଛନ୍ତି କହି ଭାଜପା ଏବଂ କଂଗ୍ରେସ ସଦସ୍ୟ ଗୃହ ତ୍ୟାଗ କରିଥିଲେ।
ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ବାରା କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ପ୍ରସଙ୍ଗରେ ଆଗତ ମୋଶନ ଉପରେ ସା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ସରଗରମ ଆଲୋଚନା ହୋଇଛି। ଏହି ଆଲୋଚନାକୁ ଆରମ୍ଭକରି ବିରୋଧୀ ଦଳ ନେତା ଜୟନାରାୟଣ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତିି, ହତ୍ୟାର ୪ ଦିନ ପୂର୍ବରୁ ବବି ଦାସ ଏବଂ ଜଣେ ସରକାରୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପର କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ହତ୍ୟା ଦିନ ନବୀନ ନିବାସରେ କେଉଁମାନେ ଥିଲେ ଏବଂ କ’ଣ ଆଲୋଚନା ହୋଇଥିଲା। ସେଦିନ ନବୀନ ନିବାସରେ ବବି ଦାସ, ସୁଶାନ୍ତ ସିଂ ଏବଂ ଅନ୍ୟ ଜଣେ ଉପସ୍ଥିତ ଥିଲେ। ସେଠାରେ ବାଦବିବାଦ ହୋଇଥିବା ଜଣାପଡିଛି ବୋଲି ଜୟନାରାୟଣ କହିବା ବେଳେ ବବି ଦାସ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ ନିଜ ସ୍ଥାନରୁ ଉଠି ପ୍ରତିବାଦ କରିଥିଲେ। ଗୃହରେ ଯିଏ ଉପସ୍ଥିତ ନାହାନ୍ତି ତାଙ୍କ ନାମକୁ ଗୃହ ବିବରଣୀରୁ ବାଦ୍‌ ଦେବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ଶାସକ ଏବଂ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଜୟନାରାୟଣ କହିଥିଲେ, ଗୋପାଳଙ୍କୁ ପାଗଳ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ। କ୍ରାଇମବ୍ରାଞ୍ଚ ତଦନ୍ତ ଦିଗହରା ହୋଇଥିବାରୁ ସିବିଆଇକୁ ତଦନ୍ତଭାର ଦିଆଯାଉ ବୋଲି ସେ ଦାବି କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ଗୋପାଳ ପାଗଳ ବୋଲି ପ୍ରମାଣ କରିବାକୁ ସରକାର ବ୍ୟସ୍ତ। ଷଡ଼ଯନ୍ତ୍ର ଦିଗ ଉପରେ ଅନୁସନ୍ଧାନ କରାଯାଉନାହିଁ। ତଦନ୍ତରେ ବହୁ ତ୍ରୁଟି ରହିଛି। ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି ସରକାର। ଏହା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ। ନବ ଦାସଙ୍କ ଅତ୍ୟଧିକ ରକ୍ତସ୍ରାବ ହେଉଥିବାବେଳେ ରକ୍ତ କିମ୍ବା ଅମ୍ଳଜାନ ଦିଆ ନ ଯିବା ଦୁର୍ଭାଗ୍ୟଜନକ। ଏଭଳି ଘଟଣାରେ ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା। କ୍ରାଇମବ୍ରାଞ୍ଚର ତଦନ୍ତ କ’ଣ ତାହା ସମସ୍ତଙ୍କୁ ଜଣା। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ଗଠନ କରାଯାଇ ଘଟଣାର ଅନୁସନ୍ଧାନ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ସିବିଆଇ ଉପରେ ତାଙ୍କର କିମ୍ବା ତାଙ୍କ ଦଳର ଭରସା ନାହିଁ ବୋଲି ସେ କହିଛନ୍ତି।
ବିଧାୟକ ଅରୁଣ ସାହୁ ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି, ଯଦି କିଛି ତଥ୍ୟ ଅଛି, ତେବେ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରନ୍ତୁ। କ୍ରାଇମବ୍ରାଞ୍ଚ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇନାହିଁ। ଗୋବେଲ୍ସ ଥିଓରି ପ୍ରୟୋଗ କରି ଲୋକଙ୍କୁ ଭ୍ରମିତ କରାଯାଉଛି। ଜଣେ ପୋଲିସ କର୍ମଚାରୀଙ୍କ ପାଇଁ ପୂରା ପୋଲିସ ବିଭାଗର ମନୋବଳକୁ ଭାଙ୍ଗିବା ନିନ୍ଦନୀୟ। ବିରୋଧୀ ଦଳ ସଦସ୍ୟମାନେ କେତେବେଳେ ଡାକ୍ତର, କେତେବେଳେ ପୋଲିସ୍‌ ପୁଣି କେତେବେଳେ ଇଣ୍ଟେଲିଜେନ୍ସ ଅଫିସର ଭଳିଆ କଥା କହୁଛନ୍ତି। ଏଇଟା ଚା’ ଖଟି ଆଲୋଚନା ନୁହେଁ। ତେଣୁ ବିଧାନସଭାର ଗରିମା ରକ୍ଷା କରିବାକୁ ଅରୁଣ ଅନୁରୋଧ କରିଛନ୍ତି। ବିଜେଡି ବିଧାୟକ ଶଶିଭୂଷଣ ବେହେରା ଏହି ଘଟଣାରେ ବୟାନବାଜିକୁ ନାପସନ୍ଦ କରିଛନ୍ତି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ରାଜ୍ୟରେ ଗୋଇନ୍ଦା ବିଭାଗ ସମ୍ପୂର୍ଣ୍ଣ ବିଫଳ। ମନ୍ତ୍ରୀଙ୍କ ଗସ୍ତ ସମୟରେ ଏସ୍‌ଓପି ଅନୁପାଳନ ହୋଇନାହିଁ। ନବ ଦାସ ବିଜେଡିକୁ ଯାଇ ନ ଥିଲେ ହୁଏତ ତାଙ୍କୁ ହତ୍ୟା କରାଯାଇ ନ ଥାନ୍ତା। ପଦ୍ମପୁର ଉପନିର୍ବାଚନ ବେଳେ ପାଇକମାଳ ଦାୟିତ୍ୱରେ ଥିବା ନବ ଦାସ ଦେଖା ହୋଇଥିଲେ। ଭଟଲୀ ବିଧାୟକ ସୁଶାନ୍ତ ସିଂହ ତାଙ୍କୁ ହରାଇବାକୁ ଚେଷ୍ଟା କରୁଥିବା କଥା ନବ କହୁଥିଲେ। ଏ ଘଟଣାକୁ ଖାମଖିଆଲି ଭାବେ ନିଆ ନ ଯାଉ ବୋଲି ସାଲୁଜା କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଥିଲେ, ଗୋପାଳ ଗୁଳି କରିଛନ୍ତି, ସୁପାରି କିଏ ଦେଇଛି; ତାହାର ତଦନ୍ତ ହେଉନାହିଁ। କେବଳ ଗୋପାଳ ପାଖରେ ତଦନ୍ତ ସୀମିତ। ଗୋପାଳକୁ ସୁପାରି ଦେଇଛି କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ବିଜେଡି ସଭ୍ୟ ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି, ଲତିକା ପ୍ରଧାନ ନିଜ ବକ୍ତବ୍ୟ ରଖିଥିଲେ। ସେହିପରି ଭାଜପା ସଦସ୍ୟ ନାଉରି ନାୟକ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ଆସିପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri