ଆଖିଦୃଶିଆ ଉନ୍ନୟନ ହେଉ

ଅନୁଗୋଳ ଅଫିସ,୧୭ା୩: ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଅନୁଗୋଳ ସହର। ଓ୍ବାର୍ଡର ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି ନଗରପାଳ ଓ କାଉନସିଲର ପ୍ରାର୍ଥୀ। ଏଥିସହ ବର୍ଷ ବର୍ଷ ଧରି ଥିବା ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଅନୁଗୋଳ ପୌରାଞ୍ଚଳର ୮ନଂ. ଓ୍ବାର୍ଡରେ ମଧ୍ୟ ସମାନ ସ୍ଥିତି। ପୋଷ୍ଟର, ବ୍ୟାନରରେ ଛାଉଁଣି ହୋଇଗଲାଣି ବିଭିନ୍ନ ଛକ। ସପ୍ତାହେ ପରେ ଭୋଟ ଗ୍ରହଣ ଥିବାରୁ ଏଥିପାଇଁ ଉତ୍ସାହିତ ଅଛନ୍ତି ଭୋଟର। ରାସ୍ତା, ପାନୀୟ ଜଳ ଓ ଡ୍ରେନ୍‌ ସମସ୍ୟା ଏହି ଓ୍ବାର୍ଡରେ ସେପରି ନ ଥିଲେ ମଧ୍ୟ ଆଖିଦୃଶିଆ ଉନ୍ନୟନକୁ ଚାହିଁରହିଛନ୍ତି ଲୋକେ।
ଅନୁଗୋଳ ପୌରାଞ୍ଚଳର ହୁଲୁରିସିଂହା ଅଞ୍ଚଳକୁ ନେଇ ୮ନଂ. ଓ୍ବାର୍ଡ ଗଠିତ। ଏଠାକାର ଲୋକ ସଂଖ୍ୟା ୧୮୦୫ ହୋଇଥିବା ବେଳେ ୧୫୯୧ ଭୋଟର ଅଛନ୍ତି। ତେବେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଓ୍ବାର୍ଡରେ ଅଧିକ। ସହରର ଅନ୍ୟ ଓ୍ବାର୍ଡପରି ଏଠାରେ ଡ୍ରେନ୍‌ ଓ ଆବର୍ଜନା ପରିଚାଳନାରେ ଅବ୍ୟବସ୍ଥା ସେତେଟା ନାହିଁ। କିନ୍ତୁ ସ୍କୁଲ ପିଲାଙ୍କ ଖେଳକୁଦ ପାଇଁ ପାର୍କଟିଏ ନାହିଁ କି ସାମାଜିକ ଅବା ପାରିବାରିକ କାର୍ଯ୍ୟକ୍ରମ ପାଇଁ କଲ୍ୟାଣମଣ୍ଡପ ନିର୍ମାଣ କରାଯାଇ ନାହିଁ। ଏହି କାରଣରୁ ଓ୍ବାର୍ଡବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତୀତରେ ଏଠାରୁ ବିଜୟୀ ହୋଇଥିବା ଅନେକ ଜନପ୍ରତିନିଧି ଏ ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ। ଓ୍ବାର୍ଡବାସୀ ନୀଳାଞ୍ଚଳ ପ୍ରଧାନ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡିରୁ ବିଚିତ୍ର ନାଏକ, ଭାଜପାରୁ କୈଳାସ ପ୍ରଧାନ, କଂଗ୍ରେସରୁ ବିଜୁ ଭୋଇ ଓ ବିଷ୍ଣୁଚରଣ ମିଶ୍ର ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଯିଏ ବି କାଉନସିଲର ନିର୍ବାଚିତ ହେବେ, ସେ ପିଲାଙ୍କ ପାର୍କ ଓ କଲ୍ୟାଣମଣ୍ଡପ ନିର୍ମାଣ କରିପାରିଲେ ଲୋକେ ଖୁସି ହେବେ। ସେମାନଙ୍କ ଦୀର୍ଘବର୍ଷର ସମସ୍ୟାର ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri