‘ରାଜ୍ୟ ସରକାର ଜିମ୍‌ ଖୋଲିବାକୁ ଅନୁମତି ଦିଅନ୍ତୁ’

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଆସନ୍ତା ୫ ତାରିଖରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ଜିମ୍‌ ଓ ଯୋଗ ଅନୁଷ୍ଠାନଗୁଡ଼ିକୁ ଗାଇଡ୍‌ଲାଇନ୍‌ ଅନୁଯାୟୀ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ବୁଧବାର ଅନ୍‌ଲକ୍‌-୩ରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଏଭଳିସ୍ଥଳେ ଓଡ଼ିଶା ସରକାର ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ରାଜ୍ୟର ସମସ୍ତ ଫିଟ୍‌ନେସ୍‌ ସେଣ୍ଟର ଜନସାଧାରଣଙ୍କ ପାଇଁ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ଗୁରୁବାର ଅଲ୍‌ ଓଡ଼ିଶା ଜିମ୍‌ ଆସୋସିଏଶନ ଦାବିକରିଛି।
କରୋନା କଟକଣା ଯୋଗୁ ମାର୍ଚ୍ଚ ୨୨ରୁ ରାଜ୍ୟର ଜିମ୍‌ ଏବଂ ଫିଟ୍‌ନେସ୍‌ ସେଣ୍ଟର ବନ୍ଦ ରହିଛି। ଏଥିଯୋଗୁ ଜିମ୍‌ ମାଲିକ, ଟ୍ରେନର୍‌ ଓ କର୍ମଚାରୀମାନେ ଘୋର ଆର୍ଥିକ ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି। ସେମାନଙ୍କ ଜୀବିକା ବଞ୍ଚାଇବାକୁ ରାଜ୍ୟ ସରକାର ଜିମ୍‌ଗୁଡ଼ିକ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ଆସୋସିଏଶନ କହିଛି। ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ। ମାସ୍କ ଓ ଗ୍ଲୋଭ୍‌ସ ବାଧ୍ୟତାମୂଳକ କରିବା ସହ ଜିମ୍‌ ଭିତରେ ସାମାଜିକ ଦୂରତା ରକ୍ଷା ଓ ସାନିଟେଶନକୁ ଗୁରୁତ୍ୱ ଦେବେ। ଭିଡ଼ ଏଡ଼ାଇବାକୁ ସ୍ଲଟ୍‌ ବୁକିଂ କରାଯିବ। ଜିମ୍‌ର ଆକାରକୁ ଦେଖି ସଦସ୍ୟ ସଂଖ୍ୟାକୁ ସୀମିତ ରଖାଯିବ। ପ୍ରବେଶପଥରେ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରିବାକୁ ମଧ୍ୟ ଆସୋସିଏଶନ ପ୍ରତିଶ୍ରୁତି ଦେଇ କହିଛି, କରୋନା ଭାଇରସ୍‌ ବିରୋଧରେ ଲଢେଇ ପାଇଁ ଲୋକଙ୍କ ମଧ୍ୟରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ନିହାତି ଜରୁରୀ। ପ୍ରତ୍ୟହ ଏକ୍ସରସାଇଜ୍‌ ଓ ଓ୍ବାର୍କଆଉଟ୍‌ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇବା ସହ କରୋନା ବିରୋଧରେ ଲଢେଇ କରିବାର ଶକ୍ତି ଆସିଥାଏ। ରାଜ୍ୟ ସରକାର ଏହାକୁ ଅନୁଭବ କରି ଜିମ୍‌ଗୁଡ଼ିକ ଖୋଲିବାକୁ ଅନୁମତି ପ୍ରଦାନ କରିବେ ବୋଲି ଆସୋସିଏଶନ ସଭାପତି ସତ୍ୟଜିତ୍‌ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri