ଚିଲିକା ପାଇଁ ସ୍ବତନ୍ତ୍ର ନୀତି ହେଉ: ବିରୋଧୀ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ରାଜ୍ୟ ସରକାର ଉଭୟ ଚିଲିକାର ଗୁଣବତ୍ତା ଓ ମତ୍ସ୍ୟଜୀବୀମାନଙ୍କର ଜୀବିକାକୁ ସାମଗ୍ରିକ ଓ ସାମୂହିକ ଭାବେ ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ। ଶୁକ୍ରବାର ବିରୋଧୀଙ୍କ ଆଗତ ମୁଲତବୀ ଆଲୋଚନା ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି , ଚିଲିକା ହେଉଛି ବିବିଧତାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏସିଆ ମହାଦେଶର ବୃହତମ ହ୍ରଦ। ଏଥିରେ ଇରଓ୍ବାଡି ଡଲଫିନ, ୮୮୪ ପ୍ରଜାତିର ଉଦ୍ଭିଦ ଏବଂ ୩୩୬ ପ୍ରଜାତିର ମାଛ ମଧ୍ୟ ଦେଖାଯାଆନ୍ତି। ହ୍ରଦଟି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀମାନଙ୍କର ଶୀତଦିନିଆ ବାସସ୍ଥଳୀ ଅଟେ। ଚିଲିକାରେ ଶୀତଦିନେ ୨୨୮ ପ୍ରଜାତିର ପକ୍ଷୀମାନଙ୍କର ସମାଗମ ହୋଇଥାଏ। ମତ୍ସ୍ୟ ନିର୍ଦ୍ଦେଶାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୧,୮୯,୯୫୮ ସଂଖ୍ୟକ ମତ୍ସ୍ୟଜୀବୀ ଚିଲିକା ଉପରେ ନିଜର ଜୀବନ ଜୀବିକା ପାଇଁ ନିର୍ଭରଶୀଳ ହୋଇଥାଆନ୍ତି । ଚିଲିକା ଅଞ୍ଚଳରେ ୨୦୦ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗଠନ କରାଯାଇଛି। ଏହି ସମିତିଗୁଡ଼ିକରେ ୪୫,୮୧୨ ଜଣ ସଭ୍ୟ ଅଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ୧୪୧ ଟିପିଏଫ୍‌ସିକୁ ୨ ଲକ୍ଷ ଲେଖାଏ ଟଙ୍କା ପ୍ରଦାନ କରାଯାଇଛି। ମତ୍ସ୍ୟଜୀବୀଙ୍କ ଆର୍ଥିକ ତଥା ସାମାଜିକ ଉନ୍ନତି ନିମନ୍ତେ ସରକାରୀ ନିବନ୍ଧକ ସମିତି(ମତ୍ସ୍ୟ) ଚିଲିକା ମଣ୍ଡଳକୁ ୭ କୋଟି ୯୯ ଲକ୍ଷ ୬୦ ହଜାର ଟଙ୍କାର ଅନୁଦାନ ଦେଇଛନ୍ତି। ଏହାଦ୍ୱାରା ଚିଲିକା ଅଞ୍ଚଳର ୬୦୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଋଣ ପାଇ ଉପକୃତ ହୋଇଛନ୍ତି।
ଚିଲିକା ହ୍ରଦରେ ୩୩୬ ପ୍ରକାର ମାଛ, ୨୯ ପ୍ରଜାତିର ଚିଙ୍ଗୁଡ଼ି, ୩୫ ପ୍ରଜାତିର କଙ୍କଡ଼ା ରହିଛନ୍ତି। ଚିଲିକାରୁ ୨୦୨୧-୨୨ରେ ୧୨୨୧୮୭.୫୮ ମେଟ୍ରିକ ଟନ ମାଛ, ୬୭୬୨.୦୨ ଟନ ଚିଙ୍ଗୁଡ଼ି ଏବଂ ୪୮୭.୭୦ ମେଟ୍ରିକ ଟନ କଙ୍କଡ଼ା ଉତ୍ପାଦିତ ହୋଇଛି। ୧, ୪୧, ୫୨୮ ସଂଖ୍ୟକ ମତ୍ସ୍ୟଜୀବୀଙ୍କୁ ଗୋଷ୍ଠୀ ବୀମା ଦୁର୍ଘଟଣା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ମାଛ ବିକ୍ରୟ ସୁବିଧା ନିମନ୍ତେ ୯ଟି ମାଛ କିୟୋସ୍କ ପ୍ରତିଷ୍ଠା ପାଇଁ ୯ ଜଣ ହିତାଧିକାରୀଙ୍କୁ ଅନୁମତିପତ୍ର ପ୍ରଦାନ କରାଯାଇଛି। ଚିଲିକା ମତ୍ସ୍ୟଜୀବୀ ପରିବାରର ୧୮୪୯ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ମେଧାବୃତ୍ତି ବାବଦରେ ୯୫.୨୮ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି। ଚିଲିକା ପରିପାର୍ଶ୍ୱରେ ଥିବା ପୁରୀ ଜିଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ଖୋର୍ଦ୍ଧା ଜିଲାର ଟାଙ୍ଗୀ ଓ ଚିଲିକା ବ୍ଲକ ଏବଂ ଗଞ୍ଜାମ ଜିଲାର ଖଲିକୋଟ ଓ ଗଞ୍ଜାମ ବ୍ଲକଗୁଡ଼ିକରେ ମତ୍ସ୍ୟଚାଷର ବିକାଶ ପାଇଁ ୧୨୭ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରିବା ପାଇଁ ସହାୟତା ଦିଆଯାଇଛି। ମତ୍ସ୍ୟ ପୋଖରୀ ଯୋଜନାରେ ୧୬୨ଟି ନୂତନ ପୋଖରୀ ଖୋଳାଯାଇ ୨୨୧.୦୨ ଲକ୍ଷ ଟଙ୍କା ସବ୍‌ସିଡି ପ୍ରଦାନ କରାଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପ୍ରତିମାସରେ ଚିଲିକା ହ୍ରଦର ଗୁଣବତ୍ତାର ପରୀକ୍ଷଣ କରୁଛନ୍ତି। ପ୍ରତି ବର୍ଷ ହେଲ୍‌ଥ ରିପୋର୍ଟ କାର୍ଡ ପ୍ରକାଶ କରାଯାଉଛି।
ଚିଲିକା କୂଳରେ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି। ୨୦% ଲୋକ ମାଛ ଧରିବା ଉପରେ ନିର୍ଭର କରୁଥିବା ବେଳେ ଅନ୍ୟ ଲୋକମାନେ ମଧ୍ୟ ଚିଲିକା ଉପରେ ନିର୍ଭର କରୁଛନ୍ତି। ଚିଲିକା ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକୁ ଜଳସେଚନ ସୁବିଧା ନାହିଁ। ସରକାର ଚିଲିକା ପାଇଁ ଏକ ସ୍ବତନ୍ତ୍ର ନୀତି କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ମୁଲତବୀ ଆଲୋଚନାରେ ଭାଗ ନେଇ ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଚିଲିକାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri