ସବୁ ଜିଲାରେ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର ହେଉ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି ୟୁଜି ପରୀକ୍ଷା ଆସନ୍ତା ଅଗଷ୍ଟ ୧ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲାରେ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର କରିବା ନିମନ୍ତେ ଏନ୍‌ଟିଏକୁ ମଙ୍ଗଳବାର ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଓଡ଼ିଶାରେ ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଓ ସମ୍ବଲପୁରରେ ୭ଟି ପରୀକ୍ଷା କେନ୍ଦ୍ର ହେବ। ଏହି ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଛାତ୍ରୀଛାତ୍ରଙ୍କୁ ସମସ୍ୟା ଉପୁଜିବ। ସେହିପରି କରୋନା ପାଇଁ ପିଲାମାନେ ଉକ୍ତ ପରୀକ୍ଷା କେନ୍ଦ୍ରରେ ଯାଇ ପରୀକ୍ଷା ଦେବା ମଧ୍ୟ ବିପଦଜନକ ହେବ। ଏଥିସହିତ କେତେକ ଜିଲା ପ୍ରଶାସନ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ କରିବା ଯୋଗୁ ପରିବହନ ସେବାରେ ବହୁ ବାଧା ସୃଷ୍ଟି ହେଉଛି। ଫଳରେ ଛାତ୍ରୀଛାତ୍ରମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ୩୦ଟି ଜିଲାରେ ଗୋଟିଏ ଲେଖାଏ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନ୍‌ଟିଏ ଡାଇରେକ୍ଟର ଜେନେରାଲ ଡ. ଭିନିତ୍‌ ଜୋଷୀଙ୍କୁ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ମହାପୁରୁଷଙ୍କୁ କି ଦଣ୍ଡ: ସର୍ବ ସମ୍ମୁଖରେ …

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ମହାପୁରୁଷ ମାନଙ୍କୁ କି ପ୍ରକାର ଦଣ୍ଡ। ସର୍ବ ସମ୍ମୁଖରେ ମହାପୁରୁଷ ମାନଙ୍କୁ ଏଭଳି ଅପମାନିତ କରିବାକୁ କାହାର ସାହସ ହେଲା ତାହା ସହରରେ ଚର୍ଚ୍ଚା…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

ଟ୍ରମ୍ପଙ୍କୁ ଝଟ୍‌କା, ଏତେ କିମଯିବ ସୁନାଦର! ରେଟ୍‌ ଶୁଣିଲେ ନାଚି ଉଠିବେ ଆପଣ…

ନୂଆଦିଲ୍ଲୀ,୨୨।୨: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ପାରସ୍ପରିକ ଶୁଳ୍କକୁ ପ୍ରତ୍ୟାହାର କରିଦେଇଛନ୍ତି। ଏହି ନିଷ୍ପତ୍ତିର କିଛି ଘଣ୍ଟା ପରେ, ଟ୍ରମ୍ପ ସମସ୍ତ…

ଅପରେଶନ ସାଇବର କବଚ୍‌: ୬ ଗିରଫ

ଛତ୍ରପୁର,୨୨।୨( ଦିଲ୍ଲୀପ ସାମଲ): ସାଇବର ଅପରାଧୀ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ସାଇବର କବଚ । ଏହି ଅବସରରେ…

T20 ବିଶ୍ୱକପର ସୁପର-୮ ନିୟମକୁ ନେଇ ହେଲାଣି ହଙ୍ଗାମା, ସମାଲୋଚକଙ୍କୁ ଉପଯୁକ୍ତ ଜବାବ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ‘ସୁପର ୮’ ଗ୍ରୁପ ପ୍ରକାଶ ପାଇବା ମାତ୍ରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଲୋକମାନେ ଆଇସିସିର ନିୟମ…

୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା: ତଦନ୍ତ ସରିଲା, ଖସିଯିବେ ବଡ଼ବଡ଼ିଆ

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି ନୂଆଁ କଥା ନୁହେଁ। ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଏହା ଚାଲି ଆସୁଥିବା ଅଭିଯୋଗ ହୋଇଛି।…

ବିମାନ ବନ୍ଦରରେ ଏମିତି କିଛି କଥା କହିଲେ ଅନୁଷ୍କା, ହସ ରୋକି ପାରିଲେନି ବିରାଟ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବର୍ତ୍ତମାନ ଭାରତରେ ଅଛନ୍ତି। ସେମାନଙ୍କ ଗସ୍ତ ସମୟରେ, ସେମାନେ ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶ୍ରମ ପରିଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri