Posted inଜାତୀୟ

ଅଗ୍ନିପଥ ଯୋଜନାରେ ପ୍ରତିରକ୍ଷାମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, କହିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୧୬।୬ : ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ନେଇ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ବହୁ ଟୁଇଟ କରିଛନ୍ତି। ତାଙ୍କର ଏକ ଟୁଇଟରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି। ସେନା ନିଯୁକ୍ତି ପାଇଁ ଚେଷ୍ଟା କରୁଥିବା ଯୁବକମାନଙ୍କ ତରଫରୁ ସେ ଏହି ପ୍ରଶ୍ନ ପଚାରିଛନ୍ତି। ଏହାପୂର୍ବରୁ ସେ ଏହି ଯୋଜନାରେ ଯୁବକଙ୍କ ମତାମତ ଲୋଡିଥିଲେ।

ବରୁଣ ଗାନ୍ଧୀ ଟୁଇଟରରେ ଲେଖିଛନ୍ତି ଯେ ରାଜନାଥ ସିଂ ଅଗ୍ନିପଥ ଯୋଜନା ସମ୍ପର୍କରେ ଦେଶର ଯୁବକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଯୁବକମାନଙ୍କୁ ଦ୍ୱନ୍ଦ୍ୱରୁ ମୁକ୍ତ କରିବା ପାଇଁ ସରକାର ଏହି ଯୋଜନା ସହ ଜଡିତ ନୀତିଗତ ତଥ୍ୟକୁ ଶୀଘ୍ର ଉପସ୍ଥାପନ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ଯାହାଦ୍ୱାରା ଦେଶର ଯୁବ ଶକ୍ତିକୁ ସଠିକ ଦିଗରେ ସକାରାତ୍ମକ ଭାବେ ବ୍ୟବହାର କରାଯାଇପାରିବ ।

ଏହାପୂର୍ବରୁ ବୁଧବାର ବରୁଣ କହିଥିଲେ ଯେ ଯଦି ସରକାର ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି, ତେବେ ଦେଶ ସେବା କରିବା ପାଇଁ ଯୁବକମାନଙ୍କୁ କାହିଁକି ଚାରି ବର୍ଷ ଦିଆଯାଉଛି ? ଏହା ବ୍ୟତୀତ ସେ ଲେଖିଛନ୍ତି ଯେ ଅଗ୍ନିପଥ ଯୋଜନା ବିଷୟରେ ଯୁବକମାନଙ୍କ ମନରେ ଅନେକ ପ୍ରଶ୍ନ ଏବଂ ସନ୍ଦେହ ରହିଛି। ଏହି ଯୋଜନା ବିଷୟରେ ବରୁଣ ରାଜନାଥଙ୍କ ମତାମତ ଲୋଡିଛନ୍ତି। ଏହା ସହିତ ସେ ଅଗ୍ନିପଥ ଯୋଜନାରେ ଯୁବବର୍ଗଙ୍କ ପାଇଁ ରହିଥିବା ଦରମା ପ୍ୟାକେଜର ଫଟୋ ମଧ୍ୟ ଶେୟାର କରିଥିଲେ।\

ଅପରପକ୍ଷରେ, ବିହାରରେ ଏହି ଯୋଜନାକୁ ନେଇ ସର୍ବାଧିକ ବିରୋଧ ପ୍ରଦର୍ଶନ କରାଯାଉଛି। ବକ୍ସର, ମୁଜାଫରପୁର, ଭାଗଲପୁର ଏବଂ ପାଟନା ପରେ ମନପୁର ଏବଂ ଗୟାରେ ନିଯୁକ୍ତି ଆଶାୟୀଙ୍କ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ନିଯୁକ୍ତି ଆଶାୟୀମାନେ ଗୟା ସହରର ଜୟପ୍ରକାଶ ଝରଣା ଏବଂ ମନପୁରର ଭୁସୁଣ୍ଡା ମୋଡଠାରେ ଏକତ୍ରିତ ହୋଇ ସେନାରେ ଚାରି ବର୍ଷ ସେବା ଯୋଜନାକୁ ଆଶାୟୀମାନେ ବିରୋଧ କରିଥିଲେ। ଏହା ବ୍ୟତୀତ ଦେଶର ବହୁ ସ୍ଥାନରୁ ଏହି ଯୋଜନାକୁ ବିରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri