‘ମୋତେ କହିବାକୁ ଦିଆଯାଉ, ସିବିଆଇ ତଦନ୍ତ ହେଉ’

ଭୁବନେଶ୍ୱର,୬।୧୨ (ବ୍ୟୁରୋ):‘ମୋତେ ଆର୍ବିଟାରିଲି ଆରେଷ୍ଟ କରାଯାଇଛି। ମୋ ପରିବାରକୁ ନଜରବନ୍ଦୀ ରଖାଯାଇଥିଲା। ମୋ ସାଥିରେ କ’ଣ ହେଉଥିଲା ୬ଦିନ ପର୍ଯ୍ୟନ୍ତ ଜାଣିପାରି ନ ଥିଲି। ପାଟି, ଆଖି, ମୁହଁ ବନ୍ଦ କରି ମୋତେ କୋର୍ଟ ଫର୍‌ୱାର୍ଡ କରାଗଲା। ଶ୍ରଦ୍ଧାଞ୍ଜଳି ମୋ ଘର ପାଖରେ ରହୁଥିଲା। ଅକ୍ଷୟ ପରିଜାଙ୍କଠାରୁ କିଛି ବି ନେଇ ନାହିଁ। ଶ୍ରଦ୍ଧାଞ୍ଜଳିଙ୍କ ସମେତ ଅନ୍ୟ ସୋ କଲ୍ଡ ପୀଡିତମାନେ କାହିଁକି ଲୁଚିଛନ୍ତି। ସେମାନେ ସାମ୍ନାକୁ ଆସନ୍ତୁ। ମୁଁ ଚାହୁଁଛି ସବୁ ଜିନିଷର ସିବିଆଇ ତଦନ୍ତ ହେଉ।’ ଏହାଥିଲା ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ମୁହଁରୁ ବାହାରିଥିବା କେଇପଦ କଥା। ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ହନିଟ୍ରାପ୍‌ରେ ଫସାଇ ବ୍ଲାକ୍‌ମେଲ କରି ଟଙ୍କା ମାଗିବା ମାମଲାରେ ଗିରଫ ଅର୍ଚ୍ଚନାଙ୍କୁ ସୋମବାର ଖୋର୍ଦ୍ଧା ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ତାଙ୍କୁ ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ସହ ଭ୍ୟାନରେ କୋର୍ଟକୁ ନିଆଯାଇଥିଲା। ସେ କୋର୍ଟକୁ ଯିବା ସମୟରେ ଓ ବାହାରିବା ପରେ ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖି ପୋଲିସ ଉପରେ ପ୍ରବଳ ବର୍ଷିଥିଲେ। ଏପରିକି ଶୁଣାଣିବେଳେ ବିଚାରପତିଙ୍କ ସାମ୍ନାରେ ଅର୍ଚ୍ଚନା କାନ୍ଦି ପକାଇଥଲେ। ତାଙ୍କୁ କିଛି କହିବା ପାଇଁ ସୁଯୋଗ ଦିଆଯାଉ ବୋଲି ବିଚାରପତିଙ୍କୁ ସେ ଅନୁରୋଧ କରିଥିଲେ। ତେବେ ଯାହା କହିବାର ଅଛି ଓକିଲଙ୍କ ଦ୍ୱାରା କୁହ ବୋଲି ବିଚାରପତି କହିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ, ଅର୍ଚ୍ଚନା କ’ଣ କହିବାକୁ ଚାହୁଁଛନ୍ତି, ତାଙ୍କ ପାଟିକୁ କାହିଁକି ବନ୍ଦ କରାଯାଉଛି? ଚର୍ଚ୍ଚାରେ ଥିବା ସେହି କ୍ଷମତାଶାଳୀ ତଥା ପ୍ରଭାବଶାଳୀ ନେତା, ଅଧିକାରୀଙ୍କ ବିଷୟରେ ସେ କିଛି କହିବାକୁ ଚାହୁଁଥିଲେ କି? ଅର୍ଚ୍ଚନାଙ୍କ କଥାରୁ ପୋଲିସ ତାଙ୍କ ପାଟିକୁ ଚୁପ୍‌ ରଖିଥିବା ବାରିହୋଇପଡୁଥିଲେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସେସବୁ ଗୁମର ଖୋଲିବାକୁ ମଙ୍ଗଳବାରଠାରୁ ରିମାଣ୍ଡରେ ନେଉଛି। ଅର୍ଚ୍ଚନାଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା। କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ୧୨ ତାରିଖ ଯାଏ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ତାଙ୍କ କଳାସାମ୍ରାଜ୍ୟ ପଛର ବଡ଼ ଗୁମର ପାଇବାକୁ ଆଶା ରଖିଛି। ଏପରିକି ଇଡିର ଜେରାବେଳେ ପୋଲିସ ବିରୋଧରେ କିଛି ଗୋପନୀୟ ତଥ୍ୟ ସେ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅର୍ଚ୍ଚନାଙ୍କୁ ଗିରଫ କରି ପୋଲିସ ଲୁଚାଣିଆ ଜେଲ ପଠାଇବା ସହ ଏନେଇ ପୋଲିସ କମିଶନର, ଡିସିପି, ଥାନାଧିକାରୀ ମୁହଁ ଖୋଲି ନ ଥିଲେ। ଘଟଣାକୁ ଗଣମାଧ୍ୟମ ପଦାକୁ ଆଣିବା ପରେ କମିଶନରେଟ ପୋଲିସ ସତ ମାନିବା ସହ ଲୋକଦେଖାଣିଆ ତତ୍ପରତା ପ୍ରକାଶ କରିଥିଲା। ଏପରିକି ଶୁଣାଣି ସମୟରେ ତାଙ୍କୁ କୋର୍ଟକୁ ନ ଆଣି ଭର୍ଚୁଆଲରେ ହାଜର କରାଗଲା। ସେ ବଡ଼ବଡ଼ିଆଙ୍କ ଗୁମର ଖୋଲିଦେବାର ଭୟ ଥିଲା। ପୋଲିସର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ହେବା ପରେ ଗତ ଅକ୍ଟୋବର ୨୬ରେ ତାଙ୍କୁ ପ୍ରଥମଥର କୋର୍ଟରେ ହାଜର କରାଯାଇଥିଲେ ମଧ୍ୟ ଯଥାସମ୍ଭବ ଗଣମାଧ୍ୟମଠାରୁ ଦୂରରେ ରଖାଯାଇଥିଲା।

ବୁଧବାର ହାଜର ହେବେ ଜଗବନ୍ଧୁ, ଠିକାଦାର ପବିତ୍ରଙ୍କୁ ଜେରା

ଅପରପକ୍ଷରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଏବେ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି। ଜଗବନ୍ଧୁ ବୁଧବାର କୋର୍ଟରେ ହାଜର ହେବେ ବୋଲି ସୂଚନା ମିଳିଛି। ଏହି ସମୟରେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ପକ୍ଷରୁ ଆବେଦନ କରାଯିବ। ତେବେ ସୋମବାର ସତ୍ୟବିହାରସ୍ଥିତ ଅର୍ଚ୍ଚନାଙ୍କ ଆଲିସାନ୍‌ ଘରର ଠିକାଦାର ପବିତ୍ର ପାତ୍ରଙ୍କୁ ୧୩ ଘଣ୍ଟା ଜେରା କରାଯାଇଛି। ପବିତ୍ରଙ୍କୁ ହାଜର ପାଇଁ ଇଡି ପକ୍ଷରୁ ସମନ କରାଯାଇଥିଲା। ରାତିରେ ଇଡି କାର୍ଯ୍ୟାଳୟରୁ ବାହାରି ପବିତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ଅଧିକାରୀମାନେ ମୋତେ ଯାହା ପଚରିଲେ ସବୁ ପ୍ରଶ୍ନର ଉତ୍ତର ଦେଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୭ରୁ ଅଧିକ ବ୍ୟକ୍ତିଙ୍କୁ ଇଡି ଜେରା କରି ତଥ୍ୟ ହାସଲ କରିଛି। ଆଗକୁ ନାଗ-ଚାନ୍ଦ ଦମ୍ପତିଙ୍କୁ ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରିଛି। ଏହି ସମୟରେ ଶ୍ରଦ୍ଧାଞ୍ଜଳି ବେହେରା, ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ଡକାଇ ସାମ୍ନାସାମ୍ନି ଜେରା କରିପାରେ। ତେବେ ଅର୍ଚ୍ଚନା ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତା ହୋଇଥିବା ବେଳେ ତାଙ୍କ ପାଖରେ ବହୁ ଗୁମର ତଥ୍ୟ ରହିଛି। ସେ ଜେରା ହେବା ପରେ ବହୁ ଗୁମର ଫିଟିପାରେ। ଅର୍ଚ୍ଚନାଙ୍କ ତଥ୍ୟକୁ ଆଧାର କରି ଇଡି ବହୁ ବଡ଼ବଡ଼ିଆଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି। ତେବେ ଆଗାମୀ ଦିନରେ ଏହି ମାମଲା କେଉଁ ମୋଡ଼ ନେଉଛି ସେନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri