ଛାତ୍ରୀଛାତ୍ରଙ୍କ ଉପରୁ କମିବ ଚାପ

ଅନୁଗୋଳ ଅଫିସ, ୨୩।୧: ମହାମାରୀ କୋଭିଡ୍‌-୧୯ ବଦଳାଇ ଦେଇଛି ପଢ଼ା ସହ ପରୀକ୍ଷା ବ୍ୟବସ୍ଥା। ବିଶେଷକରି ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ନିଆଯାଇଛି ବହୁ ନୂଆ ପଦକ୍ଷେପ। ଦୀର୍ଘ ୯ ମାସର ଅନ୍‌ଲାଇନ୍‌ କ୍ଲାସ ପରେ ଏବେ ୧୦୦ ଦିନିଆ ଅଫ୍‌ଲାଇନ୍‌ କ୍ଲାସ କରିବାକୁ ସ୍କୁଲ ଆସୁଛନ୍ତି ଏହି ଛାତ୍ରୀଛାତ୍ର। ମେ’ରେ ମାଟ୍ରିକ ପରୀକ୍ଷା ପୂର୍ବରୁ ପାଠ୍ୟକ୍ରମ ଶେଷ ସହ ସମସ୍ତ ପ୍ରସ୍ତୁତି ସାରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ସରକାରଙ୍କ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବଡ଼ ଆଶ୍ୱାସନା ପାଲଟିଛି। କୋର୍ସରେ କାଣ୍ଟଛାଣ୍ଟ, ଫର୍ମପୂରଣ ଫି’ ଛାଡ଼ ପରେ ସମ୍ଭାବ୍ୟ ପ୍ରଶ୍ନୋତ୍ତରକୁ ନେଇ ପ୍ରସ୍ତୁତ କରାଯାଉଥିବା ‘ପରୀକ୍ଷା ଦର୍ପଣ’ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରିବାକୁ ସରକାର ଘୋଷଣା କରିଛନ୍ତି। ଏହାକୁ ପିଲା ଓ ଅଭିଭାବକ ମହଲରେ ସ୍ବାଗତ କରାଯାଇଥିବା ବେଳେ ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର ଏବଂ କମ୍‌ ନମ୍ବରର ପରୀକ୍ଷା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି ଏବେ ପିଲାଙ୍କୁ ଚାପମୁକ୍ତ କରିବାର ପଥ ଉନ୍ମୁକ୍ତ କରିଦେଇଛି। ଅନୁଗୋଳ ଜିଲାର ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନେ ଏପରି ବ୍ୟବସ୍ଥାକୁ ନେଇ ବେଶ୍‌ ଖୁସି ବୋଲି କହିଛନ୍ତି।
ଅନୁଗୋଳ ଜିଲାରେ ଚଳିତବର୍ଷ ୧୮ ହଜାର ୨ଶହ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ସରକାର ଏ ନେଇ ତାରିଖ ଘୋଷଣା କରିସାରିଥିବାରୁ ପିଲାମାନେ ସେମାନଙ୍କ ପ୍ରସ୍ତୁତି ଚଳାଇଛନ୍ତି। ନିୟମିତ ସ୍କୁଲ ଆସିବା ସହ ଅନ୍‌ଲାଇନ୍‌ କ୍ଲାସ ବେଳେ ଯାହା କିଛି ଦ୍ୱନ୍ଦ୍ୱ ଥିଲା ତାହାକୁ ଦୂର କରିବାରେ ଲାଗି ପଡ଼ିଛନ୍ତି। ମହାମାରୀ ସମୟରେ ପାଠ ଯେପରି ବୋଝ ନ ପାଲଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ନାନା ପଦକ୍ଷେପ ନିଆଯାଉଛି। ପୂର୍ବରୁ ପାଠ୍ୟକ୍ରମ ହ୍ରାସ କରାଯାଇଥିବା ବେଳେ ଏବେ ୧୦୦ ବଦଳରେ ୮୦ ନମ୍ବରର ପରୀକ୍ଷା କରାଯିବ ବୋଲି ସ୍ଥିର କରାଯାଇଛି। ଏଥିରେ ୫୦ ମାର୍କ ଅବ୍‌ଜେକ୍‌ଟିଭ, ୩୦ ମାର୍କ ସବ୍‌ଜେକଟିଭ୍‌ ପ୍ରଶ୍ନ ରହିବ। ସରକାରଙ୍କ ପ୍ରଦତ୍ତ ପରୀକ୍ଷା ଦର୍ପଣ ପିଲାଙ୍କୁ ଭଲ ଫଳାଫଳ ଆଣିବାରେ ସହାୟକ ହୋଇପାରିବ। ସେହିପରି ଅଢ଼େଇ ଘଣ୍ଟା ପରିବର୍ତ୍ତେ ପରୀକ୍ଷା ସମୟକୁ ୨ ଘଣ୍ଟାକୁ କମାଇ ଦିଆଯାଇଛି। ଅନ୍ୟ ସ୍କୁଲରେ ସେଣ୍ଟର କରାଗଲେ କୋଭିଡ୍‌ ନିୟମ ପାଳନ ଠିକ୍‌ ଭାବେ ହୋଇପାରିବ ନାହିଁ ବୋଲି ସରକାର ନିଶ୍ଚିତ ହେବା ପରେ ନିଜ ସ୍କୁଲରେ ହିଁ ଚଳିତବର୍ଷ ପିଲାମାନେ ମାଟ୍ରିକ୍‌ ପରୀକ୍ଷା ଦେବେ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି।

ପ୍ରସ୍ତୁତି ପାଇଁ ସୁବିଧା ହେଲା
ସରକାର ପରୀକ୍ଷା ଦର୍ପଣ ଯୋଗାଇଦେଲେ ଏହା ପ୍ରସ୍ତୁତିରେ ସର୍ବାଧିକ ସହାୟକ ହେବ। ପୂର୍ବରୁ ଅନ୍‌ଲାଇନ୍‌ କ୍ଲାସ ଓ ଏବେ ମାତ୍ର ୧୦୦ ଦିନର ସ୍କୁଲ ପାଠପଢ଼ାରେ ଯେଉଁ ଅଭାବ ଛାତ୍ରୀଛାତ୍ରମାନେ ଅନୁଭବ କରୁଥିଲେ ତାହା ଏହି ପୁସ୍ତିକା ପୂରଣ କରିପାରିବ।
-ଅଙ୍କିତା ପ୍ରଧାନ, ଛାତ୍ରୀ
ଭୟ ରହିବ ନାହିଁ
କରୋନା ସମୟରେ ନିଜ ସ୍କୁଲକୁ ଆସିବାକୁ ଭୟ ଲାଗୁଥିଲା। ପରୀକ୍ଷା ପାଇଁ ଅନ୍ୟ କେଉଁଠିକୁ ଯିବାକୁ ଥିବାରୁ ଚିନ୍ତା ବଢ଼ିଯାଇଥିଲା। ଯାହାହେଉ ସରକାର ଛାତ୍ରୀଛାତ୍ରଙ୍କ ସୁରକ୍ଷା କଥା ବିଚାର କରି ନିଜ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ଏହା ଆମ ଭୟକୁ ଦୂର କରିଦେଇଛି।
-ଜ୍ୟୋତ୍ସ୍ନାରାଣୀ ଦାସ, ଛାତ୍ରୀ
ଭଲ ନମ୍ବର ଆସିବ
ମାଟ୍ରିକ୍‌ ପରୀକ୍ଷା ଓ ପ୍ରସ୍ତୁତିକୁ ନେଇ ପୂର୍ବରୁ ମନରେ ବହୁ ଦ୍ୱନ୍ଦ୍ୱ ଥିଲା। ହେଲେ ସରକାର ଯୋଗାଇ ଦେବାକୁ ଥିବା ପରୀକ୍ଷା ଦର୍ପଣ ଆମକୁ ଆଶ୍ୱସ୍ତ କରିଛି। ଗୋଟିଏ ବହିରେ ସମସ୍ତ ବିଷୟର ପ୍ରଶ୍ନୋତ୍ତର ଥିବାରୁ ପଢ଼ିବା ସହଜ ହେବ। ପରୀକ୍ଷାରେ ଭଲ ନମ୍ବର ଆଣିବାର ଆଶା ବଢ଼ିଯାଇଛି।
-ବାବା ଚନ୍ଦ୍ରଶେଖର ପ୍ରଧାନ, ଛାତ୍ର
ଚିନ୍ତା ଦୂର କରିଛନ୍ତି ସରକାର
ପାଠପଢ଼ା, ଫର୍ମପୂରଣ ଫି’ ସହ ପରୀକ୍ଷା ସମସ୍ୟା ନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଯେଉଁ ଚିନ୍ତା ଥିଲା ତାହା ସରକାର ଦୂର କରିଛନ୍ତି। ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇବା ଓ ନିଜ ସ୍କୁଲରେ ପରୀକ୍ଷା ଦେବା ସମ୍ପର୍କିତ ସରକାରଙ୍କ ନିଷ୍ପତ୍ତି ନିଶ୍ଚିତ ସ୍ବାଗତଯୋଗ୍ୟ।
-ଜୀବନଜ୍ୟୋତି ଦେହୁରୀ, ଛାତ୍ର
ସମସ୍ୟା ସରଳ ହୋଇଗଲା
ଏଥର ଆଉ ବିଭିନ୍ନ ଟେଷ୍ଟ ପେପର ଆଣି ପଢ଼ିବାକୁ ପଡ଼ିବ ନାହିଁ। କେବଳ ଗୋଟିଏ ପୁସ୍ତକ ଯଥେଷ୍ଟ ହେବ। ଏହାକୁ ଭଲ ଭାବେ ଅଭ୍ୟାସ କରିଦେଲେ ପରୀକ୍ଷା ଦେବାକୁ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିଯିବ। ଏଥିସହ ନିଜ ବିଦ୍ୟାଳୟରେ ପରୀକ୍ଷା ବ୍ୟବସ୍ଥା ସମସ୍ୟାକୁ ଆହୁରି ସରଳ କରିଦେଲା।
-ଲକ୍ଷ୍ମୀପ୍ରିୟା ସାହୁ, ଛାତ୍ରୀ
ମାନସିକ ସନ୍ତୁଳନ ଠିକ୍‌ ରହିବ
ନିଜ ସ୍କୁଲ ହୋଇଥିବାରୁ କରୋନା ନିୟମାବଳୀ ପାଳନ କରି ପରୀକ୍ଷା ଦେବୁ। ଠିକ୍‌ ସମୟରେ ପହଞ୍ଚିବା ସହ ଚାପମୁକ୍ତ ହୋଇ ଉତ୍ତର ଲେଖିପାରିବୁ। ପ୍ରସ୍ତୁତି ପାଇଁ ସମୟ ଓ ସୁବିଧା ସରକାର ଯୋଗାଇଥିବାରୁ ଛାତ୍ରୀଛାତ୍ରଙ୍କ ମାନସିକ ସନ୍ତୁଳନ ମଧ୍ୟ ଭଲ ରହିବ।
-ମାମାଲି ଖୁଣ୍ଟିଆ, ଛାତ୍ରୀ
ପରୀକ୍ଷାକୁ ଶୃଙ୍ଖଳିତ କରିବ
ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦେବାକୁ ଥିବା ପ୍ରଶ୍ନ, ଉତ୍ତର ସମ୍ବଳିତ ପୁସ୍ତିକା ପରୀକ୍ଷା ଦର୍ପଣ ଆମ ପାଇଁ ଅଧିକ ସହାୟକ ହେବ। ଏବେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସରକାର ଠିକ୍‌ ସମୟରେ ସେଣ୍ଟର ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି। ଏହା ପରୀକ୍ଷାକୁ ଅଧିକ ଶୃଙ୍ଖଳିତ କରିବ।
-ରାମନାରାୟଣ ମହାପାତ୍ର, ଛାତ୍ର
ସରକାରଙ୍କ ପଦକ୍ଷେପକୁ ସ୍ବାଗତ
ଚଳିତବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅଭିନବ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହା ପିଲାଙ୍କ ମନୋବଳକୁ ଯଥେଷ୍ଟ ବଢ଼ାଇବ। ସେମାନେ ଖୁସିର ସହ ପରୀକ୍ଷା ଦେଇପାରିବେ ଓ ଭଲ ଫଳାଫଳ ମଧ୍ୟ ଆଣିପାରିବେ।
-ବିଜୟ କୁମାର ନନ୍ଦ, ପ୍ରଧାନ ଶିକ୍ଷକ, ଅନୁଗୋଳ ଉଚ୍ଚ ବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri