୧୫ ନମ୍ବର ଜୋନରେ ବିଧାୟକଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହୋରାଙ୍କ ପାଇଁ ସ୍ଥାନୀୟ ବିଧାୟକ ମାରାଥନ ନିର୍ବାଚନ ପ୍ରଚାର କରୁଛନ୍ତି । ରାମଗଡ଼, ହୁମ୍ମା , ସୁବଳୟା, ସାନରାମଚନ୍ଦ୍ରପୁର ପଞ୍ଚାୟତ ସ୍ବତଃପ୍ରବୃତ୍ତ ଭାବେ ଲୋକମାନେ ବିଧାୟକ ବେହେରାଙ୍କୁ ଭାବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଆଲୋକପାତ କରିବା ସହ ଜିଲାପରିଷଦ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଆହ୍ବାନ ଦେଇଥିଲେ ।
ପ୍ରଚାରରେ ପୂର୍ବତନ ଗଞ୍ଜାମ ଏନଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, କୃଷକ ନେତା ବାନାମ୍ବର ପଲେଇ, ଜିଲା ଯୁବ ଉପସଭାପତି ଶିବ ସ୍ବାଇଁ, ରଙ୍କନିଧି ପ୍ରଧାନ, ବିଷ୍ଣୁ ବେହେରା ପ୍ରମୁଖ ସାମିଲ ଅଛନ୍ତି ।