ସଂକଳ୍ପରେ ଅଟକିଛି ବିଧାନ ପରିଷଦ

ଭୁବନେଶ୍ୱର, ୧୨ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୧୫ରୁ ବିଧାନ ପରିଷଦ ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ସରକାର ୫ ଜଣିଆ କମିଟି ଗଠନ କରିଛନ୍ତି। କମିଟି ସଦସ୍ୟମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ସରକାରଙ୍କୁ ରିପୋର୍ଟ ମଧ୍ୟ ଦେଇଛନ୍ତିି। ବିଧାନସଭାରେ ସଂକଳ୍ପ ପାରିତ ହେଲା। ବିଧାନସଭା ଗଠନ ପ୍ରକ୍ରିୟାକୁ ୭ ବର୍ଷ ପୂରିବାକୁ ବସିଥିବା ବେଳେ ଏହା କେବଳ ସଂକଳ୍ପରେ ଅଟକି ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଓଡ଼ିଶା ସରକାରଙ୍କଠାରୁ ଏଭଳି କୌଣସି ପ୍ରସ୍ତାବ ମିଳି ନ ଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ଶାସକ ଦଳ ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବିଧାନ ପରିଷଦ ଗଠନ ପ୍ରସ୍ତାବ ସମ୍ପର୍କିତ କୌଣସି ସଂକଳ୍ପ ପାଇ ନ ଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ କହିବା ପରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ଏ ସମ୍ପର୍କିତ ଏକ ବିବୃତି ଜାରି କରିଛନ୍ତି। ବାଚସ୍ପତି କହିଛନ୍ତି ଯେ ୨୦୧୮ ସେପ୍ଟେମ୍ବର ୬ରେ ବିଧାନସଭାରେ ବିଧାନ ପରିଷଦ ନେଇ ସଂକଳ୍ପ ପାରିତ ହୋଇଥିଲା ଓ ଏହାକୁ ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ରାଜ୍ୟ ସରକାର, ବିଧାନସଭା ଓ ଜନସାଧାରଣଙ୍କୁ ସ୍ତମ୍ଭୀଭୂତ କରିଛି।
ବିଧାନ ପରିଷଦ ଗଠନ ନେଇ ୨୦୧୫ରେ ବିଧାୟକ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ସେଥିରେ ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଭୁଜବଳ ମାଝି, ମନୋହର ରନ୍ଧାରୀ ଓ ନିତେଶ ଗଙ୍ଗଦେବ ପ୍ରମୁଖ ସଭ୍ୟ ଥିଲେ। ଏହି କମିଟିର ପ୍ରଥମ ବୈଠକ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଥିଲା। ୨୦୧୫ ଫେବୃୟାରୀ ୨, ମେ’ ୨୦, ୨୦୧୮ ଜୁଲାଇ ୪ ଏବଂ ୧୬ରେ କମିଟି ସଦସ୍ୟମାନେ କର୍ନାଟକ, ମହାରାଷ୍ଟ୍ର, ବିହାର ଓ ତେଲଙ୍ଗାନା ଗସ୍ତ କରି ସେଠାରେ ଥିବା ବିଧାନ ପରିଷଦ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ା ରାଜ୍ୟ ସରକାର ଏହି ରିପୋର୍ଟ ପାଇବା ପରେ ୨୦୧୮ ଅଗଷ୍ଟ ୨୯ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ନେଇ ଏକ ସଂକଳ୍ପ ବିଧାନସଭାକୁ ପଠାଇଥିଲେ। ଉକ୍ତ ପ୍ରସ୍ତାବକୁ ୨୦୧୮ ସେପ୍ଟେମ୍ବର ୫ ତାରିଖରେ ସମସ୍ତ ବିଧାୟକ, ବିଧାୟିକାଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ା ସେପ୍ଟେମ୍ବର ୬ରେ ଏହି ପ୍ରସ୍ତାବ ବିଧାନସଭାରେ ଆଲୋଚନା ହୋଇ ଭୋଟିଂ ହୋଇଥିଲା। ବିଧାନସଭାର ୧୪୭ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦୪ ଜଣ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ବିଧାନ ପରିଷଦ ଗଠନ ସକାଶେ ୨୦୧୮ ସେପ୍ଟେମ୍ବର ୧୮ରେ ବିଧାନସଭା ପକ୍ଷରୁ ପାରିତ ପ୍ରସ୍ତାବର ନକଲ ଲୋକ ସଭା ସେକ୍ରେଟାରି ଜେନେରାଲ ଓ ରାଜ୍ୟ ସଭା ସେକ୍ରେଟାରି ଜେନେରାଲ, କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସଚିବ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଏବଂ ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ଏପରି ପ୍ରସ୍ତାବ ପାଇ ନ ଥିବା ନେଇ କେନ୍ଦ୍ରମନ୍ତ୍ରୀ କହିବା ରାଜ୍ୟ ସରକାର, ବିଧାନସଭା ଓ ଓଡ଼ିଶାର ଜନସାଧାରଣଙ୍କୁ ଚକିତ କରିଛି ବୋଲି ବାଚସ୍ପତି କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ସରକାର ୩ ବର୍ଷ ପୂର୍ବରୁ ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ଅଭାବକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗୋଟିଏ ମନ୍ତ୍ରଣାଳୟ ଖବର ଅନ୍ୟ ମନ୍ତ୍ରଣାଳୟ ନିକଟରେ ରହୁନାହିଁ। ବିଜେଡି ସଂସଦୀୟ ଦଳର ସଦସ୍ୟମାନେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ସଂକଳ୍ପ ଦେଇଥିଲେ। ଏହା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାର୍ଲାମେଣ୍ଟରେ ଏହାକୁ ବିଲ୍‌ ଆକାରରେ ଉପସ୍ଥାପନ କରିବା କଥା । କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଅନୁମୋଦନ କଲା ପରେ ରାଜ୍ୟ ସରକାର ବିଧାନ ପରିଷଦ ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିପାରିବେ। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଖାମଖିଆଲ ଉତ୍ତର ଦେବା ଉଚିତ ନୁହେଁ। କେନ୍ଦ୍ର ସରକାର ଏଭଳି ଭୁଲକୁ ସଂଶୋଧନ କରିବେ ବୋଲି ସେ ଆଶା କରିଛନ୍ତି। ତେବେ ବିଧାନ ପରିଷଦ ଗଠନ ସଂକଳ୍ପ ପଠାଇବା ନେଇ କେନ୍ଦ୍ର ନା ରାଜ୍ୟ କିଏ ସତ କହୁଛନ୍ତି ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri