ବେଆଇନ ଖନନ ରାଜସ୍ବ ଚୋରି: ଏନ୍‌ଜିଟି

ଯାଜପୁର ଅଫିସ,୧୨।୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ଚାଲିଥିବା ବେଆଇନ ବାଲି ଖାଦାନ ମାମଲା ଉପରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ା ବେଆଇନ ବାଲି ଉତ୍ତୋଳନକାରୀ କେବଳ ବାୟୁ, ଜଳ, ଭୂତଳ ଏବଂ ପରିବେଶ ପ୍ରଦୂଷଣ କରୁ ନାହାନ୍ତି ବରଂ ମହାଜନୀ କାରବାର କରୁଛନ୍ତି। ବେଆଇନ ଖନନ ହେଉଛି ରାଜସ୍ବ ଚୋରି। ତେଣୁ ଜରିମାନା ବାବଦକୁ ପୁନଃ ଆକଳନ କରି ଆସନ୍ତା ୧୪ା୩ା୨୦୨୨ ମଧ୍ୟରେ ଶପଥ ପତ୍ର ଦାଖଲ କରିବାକୁ ଏନ୍‌ଜିଟି ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ବେଆଇନ ବାଲି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ା
ଏନ୍‌ଜିଟି ନିର୍ଦ୍ଦେଶ ଅନୁଯାୟୀ ପୂର୍ବରୁ ଏକ କମିଟି ଗଠନ ହୋଇଥିଲା। ଏଥିରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ପରିବେଶ ବୈଜ୍ଞାନିକ ଏମ୍‌. ଆର୍‌. ପ୍ରସାଦ, ଖଣି ବିଭାଗ ସହ ନିର୍ଦ୍ଦେଶକ ବି.କେ. ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା ପ୍ରମୁଖ ତା୧୮ା୬ା୨୦୨୧ରିଖରେ ମସୁଦପୁର ବାଲିଘାଟ ଉପରେ ତଦନ୍ତ କରିଥିଲେ। ଏହି କମିଟି ରିପୋର୍ଟ ଦାଖଲ କରିବା ପରେ ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ପୁଣି ଏକ ସତ୍ୟପାଠ ଦାଖଲ କରିଥିଲେ। ଉକ୍ତ ସତ୍ୟପାଠରେ ବ୍ୟାସନଗର ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଲିଜ୍‌ ବାଲିଘାଟରୁ ଆଦାୟ ରାଜସ୍ବ ତୁଳନାରେ ବେଆଇନ ବାଲିଘାଟ ମୂଲ୍ୟ ଶସ୍ତା ହେଉଥିବା ସେ ଦର୍ଶାଇଥିଲେ। ବେଆଇନ ବାଲି ଉତ୍ତୋଳନକାରୀଙ୍କଠାରୁ ତହସିଲଦାର ୧,୮୮,୨୩୭ ଟଙ୍କା ଜରିମାନା ଆଦାୟ କରିଥିଲେ। ତେବେ ଆଇନ ଅନୁସାରେ ଆକଳନ କଲେ ୧ କୋଟି ୯୪ ଲକ୍ଷ ଟଙ୍କାର ବେଆଇନ ବାଲି ଉତ୍ତୋଳନ ହୋଇଥିବା ଅଭିଯୋଗକାରୀ ତାଙ୍କ ଶପଥ ପତ୍ରରେ ଉଲ୍ଲେଖ କରିଥିଲେ। ଏହାକୁ ଏନ୍‌ଜିଟି ପକ୍ଷରୁ ଜଷ୍ଟିସ ବି.ଅମିତ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ଗ୍ରହଣ କରିବା ସହ ପୁନଃ ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ପାର୍ଶ୍ୱବର୍ତ୍ତୀ ମସୁଦପୁର ଗ୍ରାମର ପିନାକ ରଞ୍ଜନ ଦାସଙ୍କ ପକ୍ଷରୁ ଏନ୍‌ଜିଟିରେ ଆଇନଜୀବୀ ପାଣି ଅଭିଯୋଗ ଦାଖଲ କରିଥିଲେ ା ଅଭିଯୋଗ ଅନୁଯାୟୀ ଏକ ମାମଲା (ନମ୍ବର-୪୮/୨୦୨୦/ଇଜେଡ)ରୁଜୁ ହୋଇଥିଲା। ଅଭିଯୋଗରେ ସେ ଦର୍ଶାଇଥିଲେ, ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀର ଗତିପଥ ବଦଳିବ, ଖରସ୍ରୋତା ବ୍ରିଜ୍‌ ପ୍ରତି ବିପଦ, ସ୍ଥାନୀୟ ହାଟ, ସ୍କୁଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏହାର ପ୍ରଭାବ ଏବଂ ଅନେକ କୋଟି ଟଙ୍କାର ରାଜସ୍ବ ଲୁଟ ହୋଇଛି। ବିଜ୍ଞାନ ବିରୁଦ୍ଧ ବାଲି ଖାଦାନ ଏବଂ ବେଆଇନ ବାଲି ଉଠାଣ କେବଳ ରାଜ୍ୟର ରାଜସ୍ବ କ୍ଷତି କରୁନାହିଁ ବରଂ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁଛି ା ଏହାବାଦ୍‌ ନଦୀକୂଳ ଗ୍ରାମବାସୀଙ୍କ ଜୀବନଚର୍ଯ୍ୟା ଉପରେ ନକାରାମତ୍କ ପ୍ରଭାବ ପକାଉଛି ା ନଦୀ ତଟବର୍ତ୍ତୀ ନଦୀବନ୍ଧ ବହୁଳ ଭାବେ କ୍ଷତି ହେବା ସହିତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ା ନଦୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ପ୍ରାଣୀ ଓ ପକ୍ଷୀ ବିନାଶ ହେଉଥିବାବେଳେ ମାଛଚାଷ ଉପରେ ଏହାର ପ୍ରଭାବ ପଡୁଥିବା ଅଭିଯୋଗରେ ଦର୍ଶାଯାଇଥିଲା ା ବୈତରଣୀ ନଦୀଗର୍ଭରେ ଯାଜପୁର ଜିଲାର ବ୍ୟାସନଗର ତହସିଲ ଅନ୍ତର୍ଗତ ଷଠିପୁର, ଲିଙ୍ଗେଶ୍ୱର, ନିଶଙ୍ଖପୁର, ନୟାହାଟ ପାଟଣା, ଗହା୍ମରିଆ, ଦୋସିଆମୁହାଁ, କଣ୍ଟାବଣିଆ, ସାହାଡାଶୁଣୀ, ମୁକୁନ୍ଦପୁର, ମଥୁରାପୁର, ମୂଳାପାଳ, ସାଆଁଳ, ସାଲବା ଆଦି ବାଲିଘାଟରେ ବେଆଇନ ଉତ୍ତୋଳନ ବ୍ୟାପକ ହେଉଛି। ଏଥିଯୋଗୁ ଗ୍ରାମ ରାସ୍ତାର ପିଚୁ ଉଠି ପୁଣି ମାଟିରାସ୍ତାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏନ୍‌ଜିଟିର ନିର୍ଦ୍ଦେଶ ଅନୁଯାୟୀ ଅନ୍ୟ ବାଲିଘାଟ ଉପରେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସଂପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri