ଯାଜପୁର ଅଫିସ,୧୨।୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ଚାଲିଥିବା ବେଆଇନ ବାଲି ଖାଦାନ ମାମଲା ଉପରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ା ବେଆଇନ ବାଲି ଉତ୍ତୋଳନକାରୀ କେବଳ ବାୟୁ, ଜଳ, ଭୂତଳ ଏବଂ ପରିବେଶ ପ୍ରଦୂଷଣ କରୁ ନାହାନ୍ତି ବରଂ ମହାଜନୀ କାରବାର କରୁଛନ୍ତି। ବେଆଇନ ଖନନ ହେଉଛି ରାଜସ୍ବ ଚୋରି। ତେଣୁ ଜରିମାନା ବାବଦକୁ ପୁନଃ ଆକଳନ କରି ଆସନ୍ତା ୧୪ା୩ା୨୦୨୨ ମଧ୍ୟରେ ଶପଥ ପତ୍ର ଦାଖଲ କରିବାକୁ ଏନ୍ଜିଟି ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ବେଆଇନ ବାଲି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏନ୍ଜିଟି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ା
ଏନ୍ଜିଟି ନିର୍ଦ୍ଦେଶ ଅନୁଯାୟୀ ପୂର୍ବରୁ ଏକ କମିଟି ଗଠନ ହୋଇଥିଲା। ଏଥିରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ପରିବେଶ ବୈଜ୍ଞାନିକ ଏମ୍. ଆର୍. ପ୍ରସାଦ, ଖଣି ବିଭାଗ ସହ ନିର୍ଦ୍ଦେଶକ ବି.କେ. ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା ପ୍ରମୁଖ ତା୧୮ା୬ା୨୦୨୧ରିଖରେ ମସୁଦପୁର ବାଲିଘାଟ ଉପରେ ତଦନ୍ତ କରିଥିଲେ। ଏହି କମିଟି ରିପୋର୍ଟ ଦାଖଲ କରିବା ପରେ ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ପୁଣି ଏକ ସତ୍ୟପାଠ ଦାଖଲ କରିଥିଲେ। ଉକ୍ତ ସତ୍ୟପାଠରେ ବ୍ୟାସନଗର ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଲିଜ୍ ବାଲିଘାଟରୁ ଆଦାୟ ରାଜସ୍ବ ତୁଳନାରେ ବେଆଇନ ବାଲିଘାଟ ମୂଲ୍ୟ ଶସ୍ତା ହେଉଥିବା ସେ ଦର୍ଶାଇଥିଲେ। ବେଆଇନ ବାଲି ଉତ୍ତୋଳନକାରୀଙ୍କଠାରୁ ତହସିଲଦାର ୧,୮୮,୨୩୭ ଟଙ୍କା ଜରିମାନା ଆଦାୟ କରିଥିଲେ। ତେବେ ଆଇନ ଅନୁସାରେ ଆକଳନ କଲେ ୧ କୋଟି ୯୪ ଲକ୍ଷ ଟଙ୍କାର ବେଆଇନ ବାଲି ଉତ୍ତୋଳନ ହୋଇଥିବା ଅଭିଯୋଗକାରୀ ତାଙ୍କ ଶପଥ ପତ୍ରରେ ଉଲ୍ଲେଖ କରିଥିଲେ। ଏହାକୁ ଏନ୍ଜିଟି ପକ୍ଷରୁ ଜଷ୍ଟିସ ବି.ଅମିତ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ଗ୍ରହଣ କରିବା ସହ ପୁନଃ ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ପାର୍ଶ୍ୱବର୍ତ୍ତୀ ମସୁଦପୁର ଗ୍ରାମର ପିନାକ ରଞ୍ଜନ ଦାସଙ୍କ ପକ୍ଷରୁ ଏନ୍ଜିଟିରେ ଆଇନଜୀବୀ ପାଣି ଅଭିଯୋଗ ଦାଖଲ କରିଥିଲେ ା ଅଭିଯୋଗ ଅନୁଯାୟୀ ଏକ ମାମଲା (ନମ୍ବର-୪୮/୨୦୨୦/ଇଜେଡ)ରୁଜୁ ହୋଇଥିଲା। ଅଭିଯୋଗରେ ସେ ଦର୍ଶାଇଥିଲେ, ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀର ଗତିପଥ ବଦଳିବ, ଖରସ୍ରୋତା ବ୍ରିଜ୍ ପ୍ରତି ବିପଦ, ସ୍ଥାନୀୟ ହାଟ, ସ୍କୁଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏହାର ପ୍ରଭାବ ଏବଂ ଅନେକ କୋଟି ଟଙ୍କାର ରାଜସ୍ବ ଲୁଟ ହୋଇଛି। ବିଜ୍ଞାନ ବିରୁଦ୍ଧ ବାଲି ଖାଦାନ ଏବଂ ବେଆଇନ ବାଲି ଉଠାଣ କେବଳ ରାଜ୍ୟର ରାଜସ୍ବ କ୍ଷତି କରୁନାହିଁ ବରଂ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁଛି ା ଏହାବାଦ୍ ନଦୀକୂଳ ଗ୍ରାମବାସୀଙ୍କ ଜୀବନଚର୍ଯ୍ୟା ଉପରେ ନକାରାମତ୍କ ପ୍ରଭାବ ପକାଉଛି ା ନଦୀ ତଟବର୍ତ୍ତୀ ନଦୀବନ୍ଧ ବହୁଳ ଭାବେ କ୍ଷତି ହେବା ସହିତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ା ନଦୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ପ୍ରାଣୀ ଓ ପକ୍ଷୀ ବିନାଶ ହେଉଥିବାବେଳେ ମାଛଚାଷ ଉପରେ ଏହାର ପ୍ରଭାବ ପଡୁଥିବା ଅଭିଯୋଗରେ ଦର୍ଶାଯାଇଥିଲା ା ବୈତରଣୀ ନଦୀଗର୍ଭରେ ଯାଜପୁର ଜିଲାର ବ୍ୟାସନଗର ତହସିଲ ଅନ୍ତର୍ଗତ ଷଠିପୁର, ଲିଙ୍ଗେଶ୍ୱର, ନିଶଙ୍ଖପୁର, ନୟାହାଟ ପାଟଣା, ଗହା୍ମରିଆ, ଦୋସିଆମୁହାଁ, କଣ୍ଟାବଣିଆ, ସାହାଡାଶୁଣୀ, ମୁକୁନ୍ଦପୁର, ମଥୁରାପୁର, ମୂଳାପାଳ, ସାଆଁଳ, ସାଲବା ଆଦି ବାଲିଘାଟରେ ବେଆଇନ ଉତ୍ତୋଳନ ବ୍ୟାପକ ହେଉଛି। ଏଥିଯୋଗୁ ଗ୍ରାମ ରାସ୍ତାର ପିଚୁ ଉଠି ପୁଣି ମାଟିରାସ୍ତାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏନ୍ଜିଟିର ନିର୍ଦ୍ଦେଶ ଅନୁଯାୟୀ ଅନ୍ୟ ବାଲିଘାଟ ଉପରେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସଂପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି।
Posted inHome Left, ଆମ ଜିଲା ଖବର, ଯାଜପୁର View All
ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…
ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...
କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍ ଆରମ୍ଭ…
ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...
ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ
ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...
ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ
ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…
ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...
ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…
ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...
ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...
Archives


