ଦିଗପହଣ୍ଡି, ୨୪ା୧୦(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ତାମଣି ପଲାଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ମୁଖ୍ୟଅତିଥି ରୂପେ ଉପସ୍ଥିତ ଥିଲେ। ଦଓ୍ବୋନି କୋର୍ଟ ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା, ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, ରିମାଣ୍ଡ ଆଡଭୋକେଟ ସନ୍ତୋଷ ସାହୁ ଏବଂ ଲିଗାଲ ଲିଟ୍ରେସି କ୍ଲବ ଭାରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶୋଭିତା ପାଣିଗ୍ରାହୀ ସମ୍ମାନିତ ଅତିଥି ଥିଲେ। ସାଇବର କ୍ରାଇମ, ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ, ପୋକ୍ସୋ ଆକ୍ଟ ଏବଂ ତାଲୁକ ଆଇନ ସେବା କମିଟିର ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଥିଲା। ଶିକ୍ଷୟିତ୍ରୀ ସୋନାଲିକା ଦାସ, ମନୀଷା ପାତ୍ର, ଶିକ୍ଷକ ସୁଧୀର ପଣ୍ଡା, ଦେବବ୍ରତ ପାତ୍ର, ରାଜୀବ ରଇତ, ତାଲୁକ ଆଇନ ସେବା କମିଟି ସମ୍ପାଦକ ପ୍ରଦୀପ ପୁରୋହିତ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ତେଜେନ୍ଦ୍ର ମାଳି ଧନ୍ୟବାଦ ଦେଇଥିଲେ।


