ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ। ଏକାଧିକ ସହର, ଗଁା ଲୋକଙ୍କ ପାନୀୟ ଜଳ ସମସ୍ୟା ସବୁଦିନ ପାଇଁ ଦୂର ହେବ। ଜିଲାର ଅର୍ଥନୈତିକ ବିକାଶ ତ୍ୱରାନ୍ବିତ ହେବ। ଅନଗ୍ରସର ଜିଲା ତାଲିକାରୁ ବାଦ୍‌ ପଡି ବିକଶିତ ତାଲିକାକୁ ଉନ୍ନୀତ ହେବ ଏଇ ଜିଲା। ଏଭଳି ବିକାଶର କଥା କହି ସରକାର ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ଓ ବଲାଙ୍ଗୀର ବ୍ଲକ ଅଧୀନ ୨୯ଖଣ୍ଡ ଗଁାର ବିସ୍ଥାପିତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କ କଥାକୁ ବିଶ୍ୱାସ କରି ସହସ୍ରାଧିକ ଲୋକ ନିଜ ଭିଟାମାଟି ଛାଡିଥିଲେ। ହେଲେ ଗଁା ଛାଡିବା ଦିନଠାରୁ ବିସ୍ଥାପିତଙ୍କ ଜୀବନ ହୋଇପଡିଛି ଦୁର୍ବିଷହ। ଜିଲାକୁ ଜଳପ୍ଲାବିତ କରିବା ପାଇଁ ସର୍ବସ୍ବ ତ୍ୟାଗ କରିଥିବା ବିସ୍ଥାପିତଙ୍କୁ ଏବେ ପ୍ରଚଣ୍ଡ ଖରାରେ ମିଳୁନାହିଁ ମୁନ୍ଦାଏ ପାଣି। ଲୋଇସିଂହା ବ୍ଳକ୍‌ର କୁସମେଲସ୍ଥିତ ଲୋୟର ସୁକତେଲ ଅସ୍ଥାୟୀ ଥଇଥାନ କଲୋନୀରେ ସେମାନେ ଏବେ ସଂଘର୍ଷମୟ ଜୀବନଯାପନ କରୁଛନ୍ତି।
ଗଁାକୁ ଲାଗି ରହିଥିଲା ସୁକ୍‌ତେଲ ନଈ। ଘର ପଛପଟ ବାଡିରେ ଥିଲା କୂଅ, ପୋଖରୀ। ଘର ସମ୍ମୁଖ ରାସ୍ତା କଡରେ ଥିଲା ନଳକୂପ। ପାଣି ଅଭାବ ବୋଲି କିଛି ଜାଣି ନ ଥିଲେ ଲୋଇସିଂହା ବ୍ଲକ ବନ୍‌ଛୋରପାଲି, ଗଡଶଙ୍କର ଡୁଙ୍ଗୁରିପାଲି, ପୋଢ଼ମୁଣ୍ଡ, କୋଇଣ୍ଡାପାଲି ଓ ବିଜାପାଟି ଭଳି କେତେ ଖଣ୍ଡ ଗଁାର ଲୋକ। ଆଜି କିନ୍ତୁ ସେମାନେ ବିସ୍ଥାପିତ। ଥଇଥାନ କଲୋନୀରେ ନାହିଁ ନାହିଁର ଇଲାକା ଭିତରେ ସନ୍ତପ୍ତ ସେମାନଙ୍କ ଜୀବନ। ବଲାଙ୍ଗୀର ଜିଲା ସଦର ମହକୁମାଠାରୁ ପ୍ରାୟ ୧୫ କିଲୋମିଟର ଦୂର ଲୋଇସିଂହା ବ୍ଳକ୍‌ର କୁସମେଲସ୍ଥିତ ଲୋୟର ସୁକତେଲ ଅସ୍ଥାୟୀ ଥଇଥାନ କଲୋନୀ ଏବେ ସେମାନଙ୍କ ନୂଆ ଠିକଣା। ସେଠାରେ ରହୁଛନ୍ତି ୩୨ଟି ଭୂମିହୀନ ପରିବାର। ଗତ ପ୍ରାୟ ୯ମାସ ହେଲା ଅସ୍ଥାୟୀ ଟିଣ ଘରେ ରହୁଛନ୍ତି ଏମାନେ। ଏଠାରେ ପିଇବା ପାଣି ବ୍ୟବସ୍ଥା ନାହିଁ। ଏଣୁ ପ୍ରତିଦିନ ସକାଳୁ ଏବଂ ସଞ୍ଜରେ ପାଣି ସଂଗ୍ରହ ପାଇଁ ପ୍ରାୟ ଦେଢ଼ କିଲୋମିଟର ଦୂର ଫଟାବାହାଲ ଗଁାକୁ ଯାଇ ଆଣୁଛନ୍ତି। ଖରାଦିନ ଆସିବା ପରେ ଦିନକୁ ପ୍ରାୟ ୬ ଥର ଫଟାବାହାଲ ଯିବା ଆସିବା କରିବାକୁ ପଡୁଛି ସେମାନଙ୍କୁ ପିଇବା ପାଣି ପାଇଁ। ପ୍ରତିଦିନ ଘରର ମହିଳା ସଦସ୍ୟ ଓ କିଛି ସ୍କୁଲପିଲା ଚାଲିଚାଲି ଫଟାବାହାଲ ଯାଇ ପାଣି ସଂଗ୍ରହ କରୁଛନ୍ତି। ଥଇଥାନ କଲୋନୀରେ ନଳକୂପ ଅଛି। ଭଲ ପାଣି ବାହାରୁ ନାହିଁ। ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ବାରମ୍ବାର ଦାବି କରୁଥିଲେ ମଧ୍ୟ ପ୍ରଶାସନ ପ୍ରତିଶ୍ରୁତି ଦେଇ ଚୁପ୍‌। ଏପର୍ଯ୍ୟନ୍ତ ଆସିନାହିଁ ପାଣି ଟ୍ୟାଙ୍କର। ବିସ୍ଥାପିତମାନେ କହିଛନ୍ତି ଯେ, ସେମାନଙ୍କୁ ଠକି ଦିଆଯାଇଛି। ସେମାନଙ୍କ ଦୁଃଖ ଶୁଣିବାକୁ ଏବେ କେହି ନାହିଁ; ନା’ ପ୍ରଶାସନ ନା’ ରାଜନେତା। ଏଠାକାର ଅସ୍ଥାୟୀ ଟିଣ ଛାଉଣୀ ଘରେ ଏବେ କଲବଲ ହେଉଛନ୍ତି ଆବାଳ ବୃଦ୍ଧବନିତା। ତାପମାତ୍ରା ବୃଦ୍ଧି ଯୋଗୁ ଜୀବନ ହେଲାଣି ଦୁର୍ବିଷହ। ଟିଣଘରେ ଅନୁଭୂତ ହେଉଛି ୪୫/୪୬ ଡିଗ୍ରୀରୁ ଅଧିକ ତାପମାତ୍ରା। ଦିନ ସାରା ଲୋକେ ଟିଣଘରେ ରହି ନ ପାରି ଗଛତଳେ ରହୁଛନ୍ତି। ବିସ୍ଥାପିତ ହେବା ପୂର୍ବରୁ ଏଇ ଭୂମିହୀନ ପରିବାରବର୍ଗଙ୍କୁ ପ୍ରଶାସନ ସର୍ବାଧିକ ୫ ଲକ୍ଷ ଯାଏ ସହାୟତା ରାଶି ଦେଇଥିଲେ। ସେମାନଙ୍କୁ ଘରଡିହ, ଆବାସ ଘର ମିଳିବ ଏବଂ ସେମାନଙ୍କ ରୋଜଗାର ସୁନିଶ୍ଚିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏବେ ସବୁ ପାଣିର ଗାର। ଗତ ୯ମାସ ହେଲା ଏଇ ବିସ୍ଥାପିତଙ୍କ ପିଲାଛୁଆ ପାଠ ପଢୁନାହାନ୍ତି। ଅସ୍ଥାୟୀ କଲୋନୀ ପାଖରେ ସ୍କୁଲ ନାହିଁ। କିଛିଦିନ ତଳେ ଜିଲାପାଳ ଗୌରବ ଶିୱାଜୀ ଇସଲୱାର ଅସ୍ଥାୟୀ କଲୋନୀ ପରିଦର୍ଶନ କରି ମୌଳିକ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାଏ ପିଇବା ପାଣି ବ୍ୟବସ୍ଥା ହୋଇନାହିଁ। ମିଳିଥିବା ସୂଚନା ମୁତାବକ ଝାଙ୍କରପାଲି, କୁସମେଲ, ଗେଡାବାଞ୍ଜି ଓ ଅନ୍ୟ ଥଇଥାନ କଲୋନୀରେ ମଧ୍ୟ ବିସ୍ଥାପିତମାନେ ପିଇବା ପାଣି ପାଇଁ ଏବେ ଡହଳ ବିକଳ। ଜିଲାକୁ ଜଳପ୍ଳାବିତ କରିବାର ସୂତ୍ରଧର ସାଜିଥିବା ଏଇ ବିସ୍ଥାପିତମାନେ ଏବେ ସର୍ବସ୍ବ ତ୍ୟାଗ କରି ପାଣିପାଇଁ ସଂଘର୍ଷ କରିବା ବିଡମ୍ବନା ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri