ପାଣ୍ଡିଆନଙ୍କୁ ଛାଡ଼, ନ ହେଲେ ତୁମକୁ ଛାଡୁଛୁ: ବିଜେଡିରେ ନୂଆମୋଡ଼

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର):ବିଜୁ ଜନତା ଦଳ(ବିଜେଡି) ରାଜନୀତିରେ ବର୍ତ୍ତମାନ ଏକ ନୂଆ ମୋଡ ସୃଷ୍ଟି ହୋଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡିଠାରୁ ଏବେ ଦଳର ନେତାମାନେ ମୁହଁ ଫେରାଇବା ପ୍ରକ୍ରିୟା ଜୋର୍‌ ଧରିଛି। ଗୋଟିଏ ସପ୍ତାହ ଭିତରେ ଯାଜପୁର ଜିଲାର ୨ଟି ବ୍ଲକ ବିଜେଡି ହାତରୁ ଖସିଯିବା ଭଳି ସ୍ଥିତି ସୃଷ୍ଟି ହେବା ଏହାର ଏକ ବଡ଼ ଉଦାହରଣ ବୋଲି କୁହାଯାଇପାରେ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଭି.କେ. ପାଣ୍ଡିଆନଙ୍କ ଗତ ଗୋଟିଏ ସପ୍ତାହର କାର୍ଯ୍ୟକଳାପ ଏଭଳି ପରିସ୍ଥିତି ସୃଷ୍ଟି ହେବା ପାଇଁ ବାଧ୍ୟ କରିଥିବା ଖୋଲାଖୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ପାଣ୍ଡିଆନ ୨୦୨୪ ସାଧାରଣ ନିର୍ବାଚନ ପରେ ଯେଉଁ କେତେଜଣ ନେତାଙ୍କୁ ଧରି ବିଜେଡିରେ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଚିନ୍ତା କରୁଥିଲେ ସେମାନେ ଏବେ କଡ ଲେଉଟାଇବା ଆରମ୍ଭ କରିଛନ୍ତି। ପାଣ୍ଡିଆନଙ୍କୁ ସୁରକ୍ଷା ଦେଇ ଲୋକଙ୍କ ପାଖରେ ରାଜନୀତି କରିହେଲା ଭଳିଆ ସ୍ଥିତି ଆଉ ନାହଁି ବୋଲି ତାଙ୍କ ନିକଟତମ ନେତା ଖୋଲାଖୋଲି କହିଲେଣି। ପାଣ୍ଡିଆନଙ୍କୁ ଛାଡ଼ ନ ହେଲେ ଆମେ ପଳାଇବୁ ବୋଲି ବିଜେଡି କର୍ମୀମାନେ ସେମାନଙ୍କ ସ୍ଥାନୀୟ ନେତାଙ୍କୁ ସିଧାସଳଖ ଶୁଣାଇଦେଲେଣି। କର୍ମୀ ଯଦି ଛାଡ଼ି ଦିଅନ୍ତି ତେବେ ଆଉ ଅସ୍ତିତ୍ୱ ରହିବନି ବୋଲି ସେହି ନେତାମାନେ ଏବେ କହି ବୁଲିଲେଣି। ଏହି ଯୁକ୍ତି ଗୁରୁତ୍ୱ ଧାରଣ କରୁଛି ନବୀନଙ୍କ ରାଜନୈତିକ ଜୀବନର ସା ହୋଇଗଲାଣି।
ଗତ ସପ୍ତାହରେ ନବୀନ ଡିହାଇଡ୍ରେସନ ସମସ୍ୟା କାରଣରୁ ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇଥିଲେ। ସେହି ସମୟରେ ନବୀନଙ୍କୁ ହସ୍ପିଟାଲରେ ଆଡ୍‌ମିଟ୍‌ କରିବାଠାରୁ ଡାକ୍ତରଙ୍କ ସହ ସବୁକିଛି ଡିଲ୍‌ କରିବା କାମ ପାଣ୍ଡିଆନ ଦମ୍ପତି କରିଥିଲେ। ଏହି ଖବର ପ୍ରସାରିତ ହେବା ପରେ ଦଳର ବହୁ ନେତା ଓ କର୍ମୀ ହସ୍ପିଟାଲରେ ପହଞ୍ଚିଥିଲେ। ହେଲେ ସେହି ନେତାମାନଙ୍କ ମଧ୍ୟରୁ ଜଣେ ମଧ୍ୟ ପାଣ୍ଡିଆନଙ୍କ ବିନା ପରାମର୍ଶରେ ଡାକ୍ତରମାନଙ୍କଠାରୁ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବାର ସାହସ ଜୁଟାଇ ପାରି ନ ଥିଲେ। ଏହି ସମୟରେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନଙ୍କୁ ପ୍ରଶ୍ନ ପଚାରିବା ପରେ ଅନେକ କିଛି ଘଟଣା ରାଜ୍ୟ ରାଜନୀତିରେ ଘଟିଯାଇଛି। ନବୀନ ବାବୁଙ୍କ ଦେହ ଯଦି ଦୁଇ ଦିନ ହେଲା ଅସୁସ୍ଥ ହେଲାଣି ଦଳର କାହାକୁ କାହିଁକି କୁହାଗଲା ନାହିଁ ବୋଲି ରଣେନ୍ଦ୍ର ସେଠାରେ ସୁଜାତାଙ୍କୁ ପ୍ରଶ୍ନ କରିଥିଲେ। ସୁଜାତାଙ୍କୁ ପ୍ରଶ୍ନ କରିବାରୁ ଏହାର କିଛି ସମୟ ପରେ ପାଣ୍ଡିଆନ ଯେଉଁ ଗରମରେ ଆସି ଧମକାଇଥିଲେ ସେଠାରେ ଉପସ୍ଥିତ ବହୁ ବରିଷ୍ଠ ବିଜେଡି ନେତାଙ୍କ ବୁଦ୍ଧି ଉଦୟ ହେବା ସଙ୍ଗେସଙ୍ଗେ ସେମାନେ ଆଉ କେବେହେଲେ ନବୀନଙ୍କୁ ପୂର୍ବଭଳି ଯୋଗାଯୋଗ କରିବାର ସମ୍ଭାବନା ନ ଥିବା ସେଦିନରୁ ବୁଝିଯାଇଛନ୍ତି। ସେହି କଥା ଧରିତ୍ରୀ ପ୍ରଥମେ ପ୍ରକାଶିତ କରିଥିଲା। ଯାହାକୁ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଗଣମାଧ୍ୟମ ଧରିତ୍ରୀରେ ପ୍ରକାଶିତ ଖବରକୁ ଦେଖାଇଥିଲେ। ଏହାଦ୍ୱାରା ଯେତେବେଳେ ପାଣ୍ଡିଆନଙ୍କ ଅନେକ ସତ ପଦାକୁ ଆସିଗଲା ସେଥିଲାଗି ନବୀନ ଡିସ୍‌ଚାର୍ଜ ହେବାଦିନ ପାଣ୍ଡିଆନ ନିଜର ଏକ ଭିଡିଓ ଟିମ୍‌କୁ ଆଗରୁ ପ୍ରସ୍ତୁତ ରଖି ଫଟୋସେସନ ଆରମ୍ଭ କରିଦେଇଥିଲେ, ଯେଉଁଥିରେ ନବୀନ ଡିସ୍‌ଚାର୍ଜ ହେବା ସମୟରେ ପାଣ୍ଡିଆନଙ୍କ ହାତ ଧରି ଆସୁଥିବା ପ୍ରଚାର କରାଗଲା। ଏହାକୁ ଦେଖିବା ପରେ ନବୀନଙ୍କୁ ଦଳର ଆଉ କୌଣସି ନେତା କିମ୍ବା କର୍ମୀ ଲୋଡ଼ା ନାହାନ୍ତି ବୋଲି ବିଜେଡି ଭିତରେ ବାର୍ତ୍ତା ଯାଇଛି। ଏହି ଭିଡିଓ ବାର୍ତ୍ତା କେବଳ ନବୀନଙ୍କ କ୍ଷତି ଘଟାଇଲା। ପୁରପଲ୍ଲୀର ବିଜେଡି କର୍ମୀ ବୁଝିଗଲେଣି ଯେ କେହି ସନ୍ନ୍ୟାସ ନେଇ ନାହାନ୍ତି। ନବୀନ କେବେହେଲେ ପାଣ୍ଡିଆନଙ୍କୁ ଛାଡ଼ିପାରିବେ ନାହିଁ। ଅନ୍ୟପଟେ ଓଡ଼ିଶାର ସାଧାରଣ ଭୋଟର କେବେହେଲେ ପାଣ୍ଡିଆନ ଦମ୍ପତିଙ୍କୁ ସ୍ବୀକାର କରିବେ ନାହିଁ।
ପାଣ୍ଡିଆନଙ୍କୁ ଦଳରୁ କାଢ଼ିବା ପାଇଁ ନିର୍ବାଚନ ପରେ ରାଜ୍ୟର ଶତାଧିକ ବରିଷ୍ଠ ନେତା କହିବା ସତ୍ତ୍ୱେ ଯଦି ନବୀନ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ତେବେ ଦଳରେ ରହିକି କିଛି ଲାଭ ନାହିଁ ବୋଲି ଅନେକେ କହିଲେଣି। ନବୀନ ନିବାସକୁ ଯଦି କୌଣସି ବିଜେଡି ନେତା ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ପାଣ୍ଡିଆନଙ୍କ ଅନୁମତି ନେବାକୁ ପଡୁଛି। ଅର୍ଥାତ୍‌ ଆଗକୁ ନବୀନଙ୍କ ତରଫରୁ ବିଜେଡିର ନେତାମାନଙ୍କୁ ଲୋଡାଯିବାର କୌଣସି ସମ୍ଭାବନା ବନ୍ଦ ହୋଇସାରିଛି। ଯାହାକିଛି ବିଜେଡି କାର୍ଯ୍ୟକ୍ରମ ହେବ ସେସବୁ ପାଣ୍ଡିଆନ ହିଁ ପରିଚାଳନା କରିବେ। ଏସବୁ କଥାକୁ କେହି ଗ୍ରହଣ କରିବାକୁ ଆଉ ପ୍ରସ୍ତୁତ ନାହାନ୍ତି। ଉଦାହରଣ ଭାବେ, ନବୀନ ନିବାସକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୋମବାର ଆସି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ହେଲେ ସେତେବେଳେ ସ୍ଥାନୀୟ ୩ ନିର୍ବାଚନମଣ୍ଡଳୀର କୌଣସି ଦଳୀୟ ନେତାଙ୍କୁ ଲୋଡ଼ାଗଲା ନାହିଁ। ୨ ଜଣ ନିର୍ବାଚିତ ବିଧାୟକ ଥିଲେ ମଧ୍ୟ ସେମାନଙ୍କୁ ସେଠାକୁ ଡକାଗଲା ନାହିଁ, ଯାହାକୁ ନେଇ ଦଳ ଭିତରେ ଏକ ପ୍ରକାର ଚର୍ଚ୍ଚା ଜୋର୍‌ ଧରିଛି।
ନବୀନ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ଦିନକ ପୂର୍ବରୁ ସୁଜାତା କାର୍ତ୍ତିକେୟନ କେତେଜଣ ବରିଷ୍ଠ ନେତା ଯଥା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାଏକ, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ କୁମାର ଦାସବର୍ମାଙ୍କ ସହ ହସ୍ପିଟାଲର ଏକ କନ୍‌ଫରେନ୍ସ ରୁମ୍‌ରେ ଆଲୋଚନା କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ରବିବାରଠାରୁ ବହୁଳ ପ୍ରସାରିତ ହୋଇଛି। ସେମାନଙ୍କ ସହ ପାଣ୍ଡିଆନଙ୍କ ଜଣେ ଅତ୍ୟନ୍ତ ଅନୁଗତ ଭାବେ ଜଣାଶୁଣା ପୂର୍ବତନ ରାଜ୍ୟ ସଭା ଏମ୍‌ପି ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଭିଡିଓକୁ ମଧ୍ୟ ଉକ୍ତ ଏମ୍‌ପି ଜଣଙ୍କ ପ୍ରଥମେ ବାହାରକୁ ଛାଡ଼ିଛନ୍ତି। ଯେପରି ସୁଜାତାଙ୍କ ପ୍ରଚାର କରାଯାଇପାରିବ। କାରଣ କିଛିଦିନ ତଳୁ ହିଁ ସୁଜାତାଙ୍କୁ ରାଜନୀତିରେ ଆଗକୁ ଆଣି ଦଳର କମାଣ୍ଡ ଦେବା ପାଇଁ ଏକ ପ୍ରକାର ଯୋଜନା କରାଯାଇଥିଲା। ହେଲେ ହସ୍ପିଟାଲ ଘଟଣା ପରଠାରୁ ନବୀନଙ୍କ ଘନିଷ୍ଠ କୁହାଯାଉଥିବା ଦମ୍ପତିଙ୍କ ଚାଲ୍‌ ଧରାପଡ଼ିଯାଇଛି ବୋଲି ଦଳ ଭିତରେ ଚର୍ଚ୍ଚା ଚାଲିଛି। ତେଣୁ ଏଭଳି ଚର୍ଚ୍ଚାକୁ ପ୍ରତିହତ କରିବା ପାଇଁ ହିଁ ପୂର୍ବରୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ସୁଜାତାଙ୍କ ଭିଡିଓ ସମୟ ଦେଖି ପଦାକୁ ଛଡ଼ାଯାଇଥିବା ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ପରଠାରୁ ଦଳର ବହୁ ବରିଷ୍ଠ ନେତା ଯେପରିକି, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ପ୍ରଫୁଲ୍ଲ ମଲିକ, ଶଶିଭୂଷଣ ବେହେରା, ବଦ୍ରି ନାରାୟଣ ପାତ୍ର ପ୍ରମୁଖ ପ୍ରାୟତଃ ଦଳଠାରୁ ଦୂରେଇ ଯାଇଛନ୍ତି। ଅନ୍ୟ କେତେଜଣ ବିଧାୟକ ଓ ବରିଷ୍ଠ ନେତା ଦଳରେ ଥାଇ ବିଜେଡି ସରକାରରୁ ଯିବାର ପ୍ରଥମ ଦିନରୁ ହିଁ ପାଣ୍ଡିଆନଙ୍କୁ ସିଧାସଳଖ ବିରୋଧ କରୁଛନ୍ତି। ଆଉ ଯେଉଁମାନେ ପାଣ୍ଡିଆନଙ୍କ ସହଯୋଗୀ ଭାବେ ଥିଲେ ବର୍ତ୍ତମାନ ଜନମତ ଦେଖିବା ପରେ ନିଜ ଭାଷା ବଦଳେଇଲେଣି। ସେମାନେ ବୁଝିଗଲେଣି ପ୍ରବଳ ଅର୍ଥ ଥିଲେ ମଧ୍ୟ ସେହି ନାମରେ ଆଉ ଭୋଟ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri