ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ: ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ

ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲାରେ ଛୁଟି ବାତିଲ କରାଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲାପାଳ। ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ ହୋଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଲାଗି ଗଞ୍ଜାମ ଜିଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସଜାଗ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ଗଞ୍ଜାମ ଜଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷରେ ଜିଲାର ଅତିରିକ୍ତ ଜିଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଭାସୀ ମାଧ୍ୟମରେ ଜିଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଡି ହୋଇଥିଲେ । ଜଲାରେ ଜିରୋ କାଜୁୟାଲିଟି ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ୨୫ ତାରିଖରୁ ୩୦ ତାରିଖ ଯାଏଁ କୌଣସି ଅଧିକାରୀ ମୁଖ୍ୟାଳୟ ଛାଡି ନ ଯିବାକୁ ନିର୍ଦେଶ ଦିଆଯାଇଛି ।ଯେଉଁମାନେ ଛୁଟିରେ ଯାଇଛନ୍ତି। ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ଜିଲାରେ ଥିବା ସମୁଦ୍ର କୁଳିଆ ଅଞ୍ଚଳ ଗୁଡିକରେ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ଯାଇଛନ୍ତି ସେମାନେ ଫେରିବାକୁ କୁହାଯାଇଛି। ଡ଼ଙ୍ଗା ମାଲିକ ହେଉ କିମ୍ବା ଟ୍ରଲର ମାଲିକ ହୁଅନ୍ତୁ ସେମାନେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ଯଦି ସେମାନେ ଏହି ନିର୍ଦ୍ଦେଶ ନ ମାନନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଅତିରିକ୍ତ ଜିଲାପାଳ କହିଛନ୍ତି। ଜିଲାରେ ଥିବା ୧୧୦ଟି ବହୁମୁଖୀ ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀ ଏବଂ ସ୍କୁଲ ଗୁଡିକୁ ପ୍ରସ୍ତୁତ କରି ରଖିବା ସହ ସେଠାରେ ବୈଠକ କରି ଲୋକଙ୍କୁ ସଚେତନ କରିବା ପାଇଁ ଅତିରିକ୍ତ ଜିଲାପାଳ ପୃଷ୍ଟି ନିର୍ଦେଶ ଦେଇଛନ୍ତି l ବ୍ଲକ ଓ ଜିଲା ସ୍ତରୀୟ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ପ୍ରତି ପଞ୍ଚାୟତ ଓ ସହରାଞ୍ଚଳ ଜଣ ପ୍ରତିନିଧି ମାନଙ୍କୁ ନେଇ ଏକ ହାଟ୍ସଆପ ଗ୍ରୁପ କରିବାକୁ କୁହାଯାଇଛି। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ସମେତ ସମସ୍ତ ଲାଇନ ବିଭାଗ ସଜାଗ ରହିବାକୁ କୁହାଯାଇଛି । ବର୍ଷା ଅଧିକ ଆଶଙ୍କା ଥିବାରୁ କଳିଙ୍ଗ ଘାଟି ଉପରେ ଅଧିକ ଫୋକସ ରଖିବାକୁ କୁହାଯାଇଛି । ଉପକୂଳ ବର୍ତ୍ତି ଅଞ୍ଚଳରେ ପଞ୍ଚାୟତବାରି ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ବନ୍ୟା ପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଗର୍ଭବତୀ ମହିଳା ମାନଙ୍କୁ ଦରକାର ପଡିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ, ତଳିଆ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ଆବଶ୍ୟକ ପଡିଲେ କିପରି ସ୍ଥାନାନ୍ତର କରାଯିବ। ଶୁଖିଲା ଏବଂ ରନ୍ଧା ଖାଦ୍ୟ କିପରି ମହଜୁଦ ରହିବ, ଏହା ସହିତ ସମସ୍ତ ବିଭଗୀୟ ଅଧିକାରୀ କିପରି ନିଜ ବିଭାଗ ଅନୁସାରେ ସଠିକ କାର୍ଯ୍ୟ କରିବେ ସେଥିପାଇଁ କୁହାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ଉପଜଲାପାଳ ଶିବାଶିଷ ବରାଳ, ଜିଲାଜରୁରୀ କାଳୀନ ଅଧିକାରୀ ଅଭିଷେକ ସାହୁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri