Posted inଜାତୀୟ

ହ୍ବାଟସ୍‌ ଆପ୍‌ରେ ରାଷ୍ଟ୍ରପତିଙ୍କ ସୁରକ୍ଷା ତଥ୍ୟ ଲିକ୍‌…

ନୂଆଦିଲ୍ଲୀ,୨୫।୧୧: ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାନପୁରରେ ଅଛନ୍ତି। ବୁଧବାର ଏହି ସହରରେ ତାଙ୍କର ଦ୍ୱିତୀୟ ଦିନ। କିନ୍ତୁ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଏକ ବଡ ତ୍ରୁଟି ହୋଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟ ହ୍ବାଟସ୍‌ ଆପ୍‌ରେ ଲିକ୍‌ ହୋଇଛି। ରାଷ୍ଟ୍ରପତିଙ୍କ ସମ୍ପୂର୍ଣ୍ଣ ଦିନର ସୂଚନା ଲିକ୍‌ ହେବା ଘଟଣାର ତଦନ୍ତ ଭାର ପୋଲିସ ଗ୍ରହଣ କରିଛି।

ବୁଧବାର ଦିନ ପୋଲିସ କହିଛି ଯେ ଲିକ୍‌ ହୋଇଥିବା ତଥ୍ୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା, ଫୋର୍ସ ମୁତୟନ ଏବଂ ସେ କେଉଁଠାରେ ଉପସ୍ଥିତ ହେବେ ସେନେଇ ବରିଷ୍ଠ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ଏହା କିଛି ହ୍ବାଟସ ଆପ ଗ୍ରୁପରେ ଶେୟାର ହୋଇଛି ବୋଲି କାନପୁରର ପୋଲିସ କମିଶନର ଅସୀମ ଅରୁଣ କହିଛନ୍ତି। ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ପୋଲିସ କମିଶନର ଅରୁଣ କହିଛନ୍ତି ଯେ ଅତିରିକ୍ତ ଡେପୁଟି କମିଶନର ଅଫ ପୋଲିସ (ଟ୍ରାଫିକ) ରାହୁଲ ମିଠାସଙ୍କୁ ଏହି ଘଟଣାର ତଦନ୍ତ ଏବଂ ଏହା ସହିତ ଜଡ଼ିତ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟକୁ ସାର୍ବଜନୀନ କରିବା ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିବା ଏବଂ ଏହି କାର୍ଯ୍ୟ ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପାଇଁ ଅନୁସନ୍ଧାନକାରୀ ଅଧିକାରୀଙ୍କୁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ପୋଲିସ ପକ୍ଷରୁ କୁହାଯାଇଛି ଯେ, କିଛି ହ୍ବାଟସ ଆପ ଗ୍ରୁପ୍‌ରେ ମିଳିଥିବା ସୂଚନାରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସୁରକ୍ଷା, ତାଙ୍କ ସହିତ ଥିବା କର୍ମଚାରୀ, ସବୁ ସ୍ଥାନରେ ଫୋର୍ସ ମୁତୟନ ଏବଂ ଏପରିକି ସମସ୍ତ ପୋଲିସ କର୍ମଚାରୀଙ୍କ ନାମ, ପଦବୀ ନାମ ଏବଂ ଯୋଗାଯୋଗ ନମ୍ବର ଏବଂ ସେମାନଙ୍କ ଭୂମିକା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଶେୟାର କରାଯାଇଛି। ବୁଧବାର ପୂର୍ବତନ ଶୌର୍ଯ୍ୟ ଚକ୍ର ବିଜେତା ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ରାଷ୍ଟ୍ରପତି କୋବିନ୍ଦ ଦୁଇ ଦିନିଆ ଗସ୍ତରେ ଏଠାରେ ପହଞ୍ଚିଛନ୍ତି।

ବୁଧବାର ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଚକେରି ବିମାନବନ୍ଦରରେ ସ୍ବାଗତ କରିଛନ୍ତି। କୋବିନ୍ଦ ଗୁରୁବାର ହାରକୋର୍ଟ ବଟଲର ବୈଷୟିକ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri