ମେଗା ପ୍ରକଳ୍ପରୁ ଝରୁନି ପାଣି

ଯାଜପୁର ଅଫିସ,୧୮ା୪: ଗ୍ରୀଷ୍ମର ପ୍ରକୋପ ବଢ଼ିଛି। ଏଥିଯୋଗୁ ଭୂତଳ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ଏହାସହ ନଳକୂପ, ନଈ, ପୋଖରୀ, ଖୋଲା କୂପ ଆଦି ଶୁଖିଲାଣି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ ଡହଳବିକଳ ହେଉଛନ୍ତି। ଏଭଳି ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୬,୬୭୬ କୋଟି ଟଙ୍କାର ୯୦ଟି ମେଗା ପାଇପ୍‌ ଜଳ ଯୋଗାଣ(ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣ ହେଉଛି। ହେଲେ ଏଯାଏ ଅଧିକାଂଶ ପ୍ରକଳ୍ପରୁ ଟୋପାଏ ପାଣି ମିଳୁନି। ଏହିକ୍ରମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ ନିୟୋଜିତ ଠିକାସଂସ୍ଥାଗୁଡ଼ିକୁ ଦାୟୀ କରିଛନ୍ତି। ପ୍ରକଳ୍ପଗୁଡ଼ିକରେ ଆବଶ୍ୟକ ମାନବ ସମ୍ବଳ ନିୟୋଜନ କରାଯାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବାକି ରହିଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରିବାକୁ ଠିକାସଂସ୍ଥା, ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ହୋଇଛି।
ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ନଦୀନାଳରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରି ପାଇପ୍‌ ଯୋଗେ ସମସ୍ତ ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ବାହାରର ଠିକାସଂସ୍ଥା ଏନ୍‌ସିସି, ଏଲ୍‌ଆଣ୍ଡ୍‌ଟି, ଏମ୍‌ଇଆଇଏଲ୍‌, ଜେଏମ୍‌ସି, ଜିଭିପିଆର୍‌, ଜେଭି, ଭୋଲଟାସ୍‌, କାବେରୀ, ଆଇଏଚ୍‌ପି, ରାମ୍‌କି, ଜୁବେରୀ ପ୍ରମୁଖ ନିୟୋଜିତ ହୋଇଛନ୍ତି। ତେବେ ଏହି ଅଣଓଡ଼ିଆ ଠିକାସଂସ୍ଥା ସହ କେତେଜଣ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ନିମ୍ନମାନର ଷ୍ଟିଲ୍‌ ସାମଗ୍ରୀ ବ୍ୟବହାର ସହ ଶ୍ରମିକ ସୁରକ୍ଷା, ଖାତ(ଟ୍ରେଞ୍ଚ) ଖୋଳା, ଖାତର ଗଭୀରତା ଏବଂ ଆବଶ୍ୟକ କର୍ମଚାରୀ ଓ ଶ୍ରମିକଙ୍କୁ ନିଯୁକ୍ତି ଆଦି କ୍ଷେତ୍ରରେ ଅବହେଳା କରାଯାଇ କାମ କରୁଛନ୍ତି। ଫଳରେ ବିଭିନ୍ନସ୍ତରରେ ନିର୍ମାଣରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକର କାମ ଶେଷ ହୋଇ ପାରିନାହିଁ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୮ା୧୨ା୨୦୨୨ ସୁଦ୍ଧା ସମସ୍ତ ମେଗା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହାସହ ଉନ୍ନତମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଠିକାସଂସ୍ଥାଗୁଡ଼ିକ ମନମୁଖି ଭାବେ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବ୍ୟତୀତ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ୧୮,୪୯୮ କୋଟି ଟଙ୍କାର ୧୨୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। କିନ୍ତୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇ ପାରି ନ ଥିବାରୁ ପରବର୍ତ୍ତୀ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକର କାମ ଆରମ୍ଭ ହେବାରେ ବାଧକ ହୋଇଛି। ଏଥିଯୋଗୁ ପାଇପ୍‌ ଜଳ ପାଇବାର ସ୍ବପ୍ନ ଦେଖୁଥିବା ଗ୍ରାମବାସୀ ନିରାଶ ହୋଇଛନ୍ତି। କେତେକ ଗ୍ରାମାଞ୍ଚଳରେ ନଳକୂପରୁ ଆବଶ୍ୟକ ପାଣି ବାହାରୁ ନଥିବାରୁ ସେମାନେ ଖୋଲା କୂପ ଏବଂ ବାଲି ଚୁଆ ଉପରେ ଭରସା କରୁଥିବା ଦେଖିବାକୁ ମିଳିଛି। ଠିକାସଂସ୍ଥାଗୁଡ଼ିକ ହାତରେ ସମୁଦାୟ ୩୫ ହଜାର କୋଟି ଟଙ୍କାର ୨୧୫ଟି ପ୍ରକଳ୍ପ ଟେକି ଦେଇ ରାଜ୍ୟବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ସରକାରଙ୍କ ଆଶା ଏଠାରେ ମଉଳି ଯାଇଛି। ବିପୁଳ ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ ସଂଖ୍ୟା ବଢୁଥିବାବେଳେ ଲୋକଙ୍କୁ ପାଣି ଟିକିଏ ମିଳୁନାହିଁ। ଶିଳ୍ପସଂସ୍ଥା ପାଇଁ ସରକାର ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ପାଣି ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି ଗ୍ରାମାଞ୍ଚଳରେ ପାନୀୟ ଜଳ ପାଇଁ ସେତେଟା ତପତ୍ରତା ଦେଖାଉ ନ ଥିବା ଅଭିଯୋଗ ହୋଇଆସୁଛି। ଏ ସଂକ୍ରାନ୍ତରେ ଯାଜପୁର ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ପଚାରିବାରେ ସେ କହିଛନ୍ତି, ମେଗା ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ସାରିବାକୁ ଠିକାସଂସ୍ଥା କର୍ତ୍ତୃପକ୍ଷମାନଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri