ଇଡିର ନେତୃତ୍ୱ

Dillip Cherian

ଆଇଆର୍‌ଏସ୍‌ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବେ ନିଯୁକ୍ତି ଲାଗି ତାଲିକାଭୁକ୍ତ କରାଯିବା ଏବଂ ତାଙ୍କୁ ଅତିରିକ୍ତ ସଚିବ ପଦବୀ ପ୍ରଦାନ କରାଯିବ ବୋଲି ଆଶା କରାଯାଉ ନ ଥିଲା। କିନ୍ତୁ ବହୁ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଏହା କରିବା ଅପରିହାର୍ଯ୍ୟ ବୋଲି ବିବେଚନା କରାଗଲା। ଏସ୍‌.କେ.ମିଶ୍ରାଙ୍କ ପରେ ୨୦୨୩ ସେପ୍ଟେମ୍ବରରେ ନବୀନ ସେହି ଦାୟିତ୍ୱ ଗ୍ରହଣ କରିଥିଲେ। କେତେଜଣଙ୍କ ମତରେ କେନ୍ଦ୍ରର ଏହି ପଦକ୍ଷେପ ନବୀନଙ୍କୁ ଇଡିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ନିୟମିତ କରିବା ପାଇଁ ଏକ ବଡ଼ ସମ୍ଭାବ୍ୟ ସଙ୍କେତ। ବାସ୍ତବରେ ଆର୍ଥିକ ଅପରାଧ ଯାଞ୍ଚ ପାଇଁ ଦାୟୀ ଏହି କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ତାହା ନେତୃତ୍ୱର ଏକ ରଣନୀତିକ ପରିବର୍ତ୍ତନକୁ ଦେଖୁଛି। ନିଶ୍ଚିତ ଭାବରେ, ଏହାର ଭୂମିକା ସାମ୍ପ୍ରତିକ ସମୟରେ ପ୍ରତିଷ୍ଠା ଲାଭ କରିଛି। ୨୦୧୪ଠାରୁ ବିଶେଷକରି ୨୦୧୯ ପରେ ଇଡି ଦ୍ୱାରା ପଞ୍ଜୀକୃତ ମାମଲା ସଂଖ୍ୟାରେ ୫ଗୁଣ ବୃଦ୍ଧି ଘଟିଛି। ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ବିଶେଷକରି ଇଡିକୁ ଭାଜପା ନେତାମାନେ ବହୁ ସମୟରେ ଅପବ୍ୟବହାର କରୁଥିବା ଅଭିଯୋଗ ବିରୋଧୀଦଳଗୁଡ଼ିକ ଆଣୁଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ନିର୍ବାଚନ ବିଜୟରୁ ଏହା ଆଶା କରାଯାଉଛି ଯେ, ଇଡି ଅନୁସନ୍ଧାନକୁ ଅଧିକ ଜୋର୍‌ଦାର କରିବ । ଯେହେତୁ ନବୀନ ଦାୟିତ୍ୱ ନେଇଛନ୍ତି ସେଥିପାଇଁ ଇଡି ଭବିଷ୍ୟତର କାର୍ଯ୍ୟଦକ୍ଷତା ବହୁ ଆଗ୍ରହ ସହିତ ଜାରି ରହିବ। ଏହି ଘଟଣା ଅମଲାତାନ୍ତ୍ରିକ ପୁନର୍ଗଠନ, ବିଶେଷ ବିତ୍ତୀୟ ଯାଞ୍ଚ ଏବଂ ଏଜେନ୍ସିର ଆବଶ୍ୟକ ନେତୃତ୍ୱର ଗୁରୁତ୍ୱକୁ ପ୍ରକାଶ କରିଛି।

କ୍ୟାଡର ପଦୋନ୍ନତିର ରାୟ

ନିମ୍ନ କ୍ୟାଡର ବ୍ୟକ୍ତିବିଶେଷଙ୍କୁ ଉଚ୍ଚ କ୍ୟାଡର ପଦବୀରେ ନିଯୁକ୍ତ କରିବା ପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଦର୍ଶାଇବା ଆବଶ୍ୟକ ବୋଲି ନିକଟରେ କର୍ନାଟକ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦୁଇ କର୍ନାଟକ ପ୍ରଶାସନିକ ସେବା (କେଏଏସ୍‌) ଅଧିକାରୀଙ୍କ ମଧ୍ୟରେ ଆଇନଗତ ବିବାଦ ପୃଷ୍ଠଭୂମିରେ କୋର୍ଟଙ୍କ ଏହି ନିର୍ଦ୍ଦେଶ କ୍ୟାଡର ପଦୋନ୍ନତିର ଜଟିଳ ଗତିଶୀଳତାକୁ ସାମ୍ନାକୁ ଆଣିଛି। ଆବେଦନକାରୀ ପ୍ରଜ୍ଞା ଆମ୍ମେବାଲାଙ୍କୁ ବେଙ୍ଗାଲୁରୁସ୍ଥିତ ଖାଦ୍ୟ, ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯିବା ଆଦେଶକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ପଦବୀ ପାରମ୍ପରିକ ଭାବରେ ଆଇଏଏସ୍‌ କ୍ୟାଡର ଅଧିକାରୀଙ୍କ ପାଇଁ ସଂରକ୍ଷିତ କିମ୍ବା ସେମାନଙ୍କ ଅନୁପସ୍ଥିତିରେ ଜଣେ କେଏଏସ୍‌ ଅଧିକାରୀ ସୁପର ଟାଇମ ସ୍କେଲ୍‌ରେ ରହିଥାନ୍ତି। ତେବେ କାର୍ଯ୍ୟରତ ବାବୁ ପୋଥାରାଜୁ ମଧ୍ୟ ସମୟ ପୂର୍ବରୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନ ଥିବା ଦର୍ଶାଇ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କର୍ନାଟକ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(କେଏସ୍‌ଏଟି) ପୋଥାରାଜୁଙ୍କ ସପକ୍ଷରେ ରାୟ ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଉଭୟ ଅଧିକାରୀଙ୍କ ଯୋଗ୍ୟତାକୁ ଯାଞ୍ଚ ଉପରେ ଗୁରୁତ୍ୱାରୋପ କରିବା ସହ ନିଯୁକ୍ତି ପରିପ୍ରେକ୍ଷୀରେ ପୋଥାରାଜୁଙ୍କ ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପର୍ଯ୍ୟବେକ୍ଷକମାନେ କହିଛନ୍ତି , ଅଦାଲତର ନୂତନ ବ୍ୟାଖ୍ୟା କେବଳ ବେତନ ସ୍କେଲ ଏବଂ ପଦବୀ ସ୍ତରଠାରୁ ଅଧିକ ପଦୋନ୍ନତିର ସଂଜ୍ଞାକୁ ବ୍ୟାପକ କରିଛି ଏବଂ ସମ୍ମାନ, ମର୍ଯ୍ୟାଦା ଓ ଗ୍ରେଡ୍‌ ଉନ୍ନତିର ମହତ୍ତ୍ୱକୁ ଅନ୍ତର୍ଭୁକ୍ତ କରିଛି। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାରକରି ନୂତନ ଭାବେ ନିଯୁକ୍ତ ମୁଖ୍ୟ ସଚିବ ରଜନୀଶ ଗୋଏଲଙ୍କ ଅଧୀନରେ ରାଜ୍ୟ ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶକ ପଦବୀରେ ଦାୟିତ୍ୱ ତୁଲାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଜ୍ଞାପନରେ ବାବୁ

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ ) ସଫଳ ୟୁପିଏସ୍‌ସି ପ୍ରାର୍ଥୀ ଏବଂ କୋଚିଂ କ୍ଲାସ୍‌ ମଧ୍ୟରେ ଜାରି ରହିଥିବା ବ୍ୟାପକ ସମ୍ପର୍କକୁ ନେଇ ଏକ ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ରରୁ ଜଣାପଡ଼ିଛି, ଏହି ପ୍ରକ୍ରିୟାକୁ ପ୍ରତାରଣାକାରୀ ଏବଂ ନ୍ୟାୟଯୁକ୍ତ ବ୍ୟବସାୟିକ କାର୍ଯ୍ୟର ଉଲ୍ଲଂଘନ ବୋଲି ସିସିପିଏ ବିଚାର କରୁଛି। ବିଜ୍ଞାପନରେ କୋଚିଂ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ୟୁପିଏସ୍‌ସି ଟପ୍ପର୍ସଙ୍କ ଫଟୋ ବ୍ୟବହାର କରିବା ଏକ ଚିନ୍ତଜନକ ବିଷୟ। ୨୦୧୯ର ଉପଭୋକ୍ତା ସୁରକ୍ଷା ଅଧିନିୟମରେ ଏହାକୁ ‘ବିଭ୍ରାନ୍ତିକର ବିଜ୍ଞାପନ’ ଏବଂ ‘ଅନ୍ୟାୟ ବାଣିଜ୍ୟ ଅଭ୍ୟାସ’ ଭାବେ ଦର୍ଶାଯାଇଥିବା ସିସିପିଏ ଦାବି କରିଛି। ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍‌ (ଆଚରଣ) ନିୟମ, ୧୯୬୪କୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)କୁ ସିସିପିଏ ଚିଠି ଲେଖିଥିବା ଜଣାପଡ଼ିଛି। ଏହି ସୁପାରିସ କୋଚିଂ କ୍ଲାସ୍‌ ବିଜ୍ଞାପନରେ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ, ବିଶେଷକରି ଯେଉଁମାନେ ବର୍ଷସାରା ସେମାନଙ୍କ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ କାର୍ଯ୍ୟ କରନ୍ତି । ଏହି ନିଷ୍ପତ୍ତି ପରେ ସିସିପିଏ ୨୦ ଟି ପ୍ରମୁଖ ଆଇଏଏସ୍‌ କୋଚିଂ ପ୍ରତିଷ୍ଠାନକୁ ନୋଟିସ ଜାରିକରି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅନୁଷ୍ଠାନଗୁଡ଼ିକ ଯୁକ୍ତି କରୁଛନ୍ତି ଯେ, ସଫଳ ପ୍ରାର୍ଥୀମାନେ ସାକ୍ଷାତ୍‌କାର ମାର୍ଗଦର୍ଶକ କାର୍ଯ୍ୟକ୍ରମର ଅଂଶ ଥିଲେ । ସିସିପିଏ ଦ୍ୱାରା ଏହି କଟକଣା ଏଭଳିି ବିଜ୍ଞାପନ ଦେବାର ନୈତିକତାକୁ ନେଇ ବଢୁଥିବା ଚିନ୍ତାକୁ ପ୍ରତିଫଳିତ କରେ। ଏକ ପ୍ରତିଯୋଗିତା କ୍ଷେତ୍ର ସୃଷ୍ଟିକରିବା ଦିଗରେ ଉଭୟ କୋଚିଂ ପ୍ରତିଷ୍ଠାନ ଏବଂ ୟୁପିଏସ୍‌ସି ଟପ୍ପରଙ୍କ ଦାୟିତ୍ୱ ବିଷୟରେ ଏହା ବୃହତ୍‌ ବ୍ୟବସାୟକୁ ପ୍ରାତ୍ସାହିତ କରିଛି ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri