ନେତା ଦୁର୍ବଳ, ମନ୍ତ୍ରିମଣ୍ଡଳରେ ମିଳିଲାନି ସ୍ଥାନ: କଂଗ୍ରେସ

ନବରଙ୍ଗପୁର,୬।୬(ବି.ପ୍ର.): କଂଗ୍ରେସ, ଭାଜପା ଓ ବିଜେଡି ପ୍ରମୁଖ ରାଜନୈତିକ ଦଳ ନବରଙ୍ଗପୁର ଜିଲାକୁ କେବେ ମଧ୍ୟ ନିରାଶ କରି ନ ଥିଲେ। ଏହି ଜିଲାରୁ ବିଭିନ୍ନ ସମୟରେ ସଦାଶିବ ତ୍ରିପାଠୀ, ପରମା ପୂଜାରୀ, ଡମ୍ବରୁ ମାଝି, ରବିସିଂ ମାଝି, ଯାଦବ ମାଝି, ହାବିବୁଲ୍ଲା ଖାଁ ଓ ରମେଶ ଚନ୍ଦ୍ର ମାଝି ମନ୍ତ୍ରୀ ରହିଥିଲେ। ତେବେ ରବିବାର କେତେଜଣ ପୁରୁଣାଙ୍କ ସହ ନୂଆ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେଲା। ହେଲେ ମୁଖ୍ୟମନ୍ତ୍ରୀ ଏଥର ଜିଲାର ୩ଜଣ ବିଧାୟକ ମଧ୍ୟରୁ କାହାରିକୁ ବି ସ୍ଥାନ ଦେଲେ ନାହିଁ। ନବରଙ୍ଗପୁର ଭଳି ଜିଲାରୁ କାହାରିକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବା ଜିଲାର ନେତାଙ୍କ ଦୁର୍ବଳତାକୁ ବୁଝାଉଛି ବୋଲି ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ସଭାପତି ମୁନା ତ୍ରିପାଠୀ କହିଛନ୍ତି।

ସେହିଭଳି ଚଳିତ ମାସରେ ଜିଲାରେ ବଡ଼ ଧାରଣର ଏକ ମିଶ୍ରଣ ପର୍ବ ହେବ। ରାଜସ୍ଥାନ ଉଦୟପୁର ଢାଞ୍ଚାରେ ଚିନ୍ତନ ପର୍ବ ଓ ନୂତନ ମଣ୍ଡଳ କଂଗ୍ରେସ ଗଠନ ଚାଲିଛି ବୋଲି ସୂଚନା ମିଳିଛି। ସରକାର ୫-ଟି ମାଧ୍ୟମରେ ହାଇସ୍କୁଲଗୁଡିକର ରୂପାନ୍ତରଣ କରୁଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ଠିକ୍‌ ଥିଲେ ମଧ୍ୟ ଯେଉଁସବୁ କାମ କରାଯାଉଛି ତାହା ଅତି ନିମ୍ନମାନର ହେଉଛି। ପୁରୁଣା ଟିଣରେ ରଙ୍ଗ ଦେବା, ପାଚେରିରେ ନିମ୍ନମାନର ରଙ୍ଗରେ ଚିତ୍ର ଆଙ୍କିବା ଓ ବଗିଚା କାମରେ ଯେଉଁସବୁ ସିମେଣ୍ଟ ବ୍ୟବହାର କରାଯାଉଛି ତାହା ଛୁଇଁଲା ମାତ୍ରେ ଝଡି ପଡୁଛି ବୋଲି ଅଭିଯୋଗ ହୋଇଛି। ବିନା ଠିକାରେ ବିଭାଗ ନିଜ ହାତରେ କାମ ରଖି ଅତି ନିମ୍ନମାନରେ କାମ କରି ଚାଲିଛି। ଏ ନେଇ କଂଗ୍ରେସ ପ୍ରତିବାଦ କରିବ ବୋଲି ଜିଲା ସଭାପତି ତ୍ରିପାଠୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ସମ୍ପାଦକ ପ୍ରଦୀପ ସାହୁ, ପିସିସି ସଭ୍ୟ ଦିଲୀପ ବେହେରା, ସୁବାସ ସୁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri