୫ ପାନୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ପୋଲସରା,୧୪ା୧୨(ଡି.ଏନ.ଏ.): ପୋଲସରା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳଯୋଗାଣକୁ ନେଇ ମଙ୍ଗଳବାର ୫ଟି ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟ ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବର୍ତ୍ତିନି ପଞ୍ଚାୟତର ଝିଟିକାବାଡ଼ି ଗ୍ରାମରେ ୬୪.୬୮ ଲକ୍ଷ ଟଙ୍କା ବ୍ୟୟରେ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କ ସହ ଝିଟିକାବାଡି ଓ କୁଆନନ୍ଦ ଗ୍ରାମର ୫୨୦ ଘରକୁ ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ସଂଯୋଗୀକରଣ, ସୋଡ଼କ ପଞ୍ଚାୟତର ସେହି ଗ୍ରାମରେ ୧୦୭.୮୦ ଲକ୍ଷ ଟଙ୍କା ବ୍ୟୟରେ ଅଢ଼େଇ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କ ସହ ୧୦୧୦ ଘର, ବାଲିଛାଇ ପଞ୍ଚାୟତର ଡୋଙ୍ଗରୀ ଗ୍ରାମରେ ୫୨.୩୪ ଲକ୍ଷ ଟଙ୍କା ବ୍ୟୟରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କ ସହ ୨୫୦ ଘର, ଜକର ପଞ୍ଚାୟତର ସେହି ଗ୍ରାମରେ ୧୧୧.୯୭ ଲକ୍ଷ ଟଙ୍କା ବ୍ୟୟରେ ୧ ଲକ୍ଷ ଲିଟର ଓ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଟ୍ୟାଙ୍କ ନିର୍ମାଣ ସହ ୮୩୦ ଘର, ଖଣ୍ଡୁରୁ ପଞ୍ଚାୟତର ସେହି ଗ୍ରାମରେ ୧୧୮.୩୮ ଲକ୍ଷ ଟଙ୍କା ବ୍ୟୟରେ ଏକ ଲକ୍ଷ ଲିଟର ଓ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଟ୍ୟାଙ୍କ ନିର୍ମାଣ ସହ ୭୫୦ ଘରକୁ ଶତ ପ୍ରତିଶତ ପାନୀୟ ଜଳ ଯୋଗାଣ ସଂଯୋଗୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ, ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲାପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ, ସୋଡ଼କ ସରପଞ୍ଚ ଉତ୍କଳ ପ୍ରଧାନ, ବାଲିଛାଇ ସରପଞ୍ଚ ସିଲୁ ବେହେରା, ଜକର ସରପଞ୍ଚ ଦୀପିକା କୁମାରୀ ବାରିକ, ଖଣ୍ଡୁରୁ ସୁଜାତା ପଣ୍ଡା, ଯୁବନେତା ଜଗନ୍ନାଥ ବାଢେଇ, ରଞ୍ଜନ କୁମାର ସାହୁ, ବ୍ଲକ ମହିଳା ବିଜେଡି ସଭାପତି ସଞ୍ଜୁକ୍ତା ବାଡ଼ତ୍ୟାଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।