ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ହୋଇଛି l ଦୁଇଶହରୁ ଉର୍ଦ୍ଧ୍ୱ ପରିବାର ରହୁଥିବା ଗ୍ରାମକୁ ଭଲ ରାସ୍ତା ଟିଏ ନ ଥିବାବେଳେ ଦୀର୍ଘ ଦିନ ହେବ ଷ୍ଟ୍ରିଟ ଲାଇଟ ଜଳୁନି l ଅଭିଯୋଗ କଲେ କେହି ଶୁଣୁ ନାଁହାନ୍ତି l ଷ୍ଟ୍ରିଟ ଲାଇଟ ଜଳୁ ନ ଥିବାରୁ ଯୋଗୁ ସନ୍ଧ୍ୟା ହେଲେ ଗାଁ ପୁରା ଅନ୍ଧାର। ସେହି ଘନ ଅନ୍ଧାର ମଧ୍ୟରେ ସ୍କୁଲ ପିଲାମାନେ ବିପଦରେ ଯିବା ଆସିବା କରୁଛନ୍ତି l ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବିଲ ନ ବାନ୍ଧିବା କାରଣରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି ବୋଲି ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି l ପାଳିବନ୍ଧ ପଞ୍ଚାୟତର ସାବତ ପୁଅ ଲକ୍ଷ୍ମୀପୁର ଗ୍ରାମ l ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା କରାଯାଉଛି l ପାତରଅନ୍ତର ନୀତି ଆପଣାଉଛନ୍ତି ଜନପ୍ରତିନିଧି ଓ ପଞ୍ଚାତର କାର୍ଯ୍ୟରତ ସରକାରୀ କର୍ମଚାରୀ l ଆସନ୍ତା ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି l ଗ୍ରାମ ସଭା ଡକାଯାଉନି l ଗାଁର କିଛି ଦଲାଲ ଜରିଆରେ କାଗଜ କଲମରେ ଗ୍ରାମସଭା ହେଉଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ଯୋଗାଯୋଗ କରିବାରେ ଫୋନ ରିସିଭ ନ କରିବା କାରଣରୁ ମତାମତ ମିଳି ପାରିନାହିଁ।

 

Dharitri – Odisha’s No.1 Odia Daily

 

Share